Welcome!

Unlock your personalized experience.
Sign Up
block-728

MP Aparajita: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

Aug 21, 2026 - 06:16
MP Aparajita: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ। ପ୍ରସ୍ତାବିତ ୧୮ଟି ପ୍ରକଳ୍ପରୁ ୧୧ଟି ପ୍ରକଳ୍ପର କାମ ଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟ ୭ଟି ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଭୁବନେଶ୍ୱରରେ ନ୍ୟାସନାଲ୍ ଗ୍ୟାଲେରି ଅଫ୍ ମଡର୍ନ ଆର୍ଟର ଶାଖା ପ୍ରତିଷ୍ଠା ହେବ। ସଂସ୍କୃତି ମନ୍ତ୍ରାଳୟ ଏ ବାବଦରେ ପ୍ରାୟ ୬୩୦ କୋଟି ଟଙ୍କା ଖର୍ଚ୍ଚ କରିବ। ସେପଟେ ପ୍ରାୟ ୫ ଏକର ଜମିରେ ପାଣ୍ଡରା ଅତ୍ୟାଧୁନିକ ପାଇକାରୀ ମାଛ ବଜାର କାମ ଆରମ୍ଭ ହୋଇସାରିଛି। ପ୍ରକଳ୍ପ ଖର୍ଚ୍ଚ ୫୭କୋଟି ଟଙ୍କା ରହିଛି। ସହିଦନଗର ହାଟ ପାଇଁ ୨ ଏକର ଜମି ଆବଣ୍ଟନ ପ୍ରସ୍ତାବ ରହିଛି।

Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ପିପିପି ମୋଡ୍‌ରେ ଏଠାରେ ଅତ୍ୟାଧୁନିକ ହାଟ କରାଯିବ। ଭୁବନେଶ୍ୱରରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏକାମ୍ର କାନନଠାରୁ ଇନ୍‌ଫୋସିସ୍ ପର୍ଯ୍ୟନ୍ତ କାମ ସରିଥିବା ବେଳେ ଜୟଦେବ ବିହାରଠାରୁ ନନ୍ଦନକାନନ ରାସ୍ତାର କାମ ଆରମ୍ଭ ହୋଇଛି। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟାନ୍ୱୟନ, କଳିଙ୍ଗ ହସ୍ପିଟାଲକୁ ୨,୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ଜମି ଅଧିଗ୍ରହଣର ବିଚାର, ପ୍ରାଚୀ ନଦୀର ପୁନରୁଦ୍ଧାର, କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ବିଶ୍ୱକର୍ମା ମନ୍ଦିର ଜମି ପାଇଁ ଆବଶ୍ୟକ କାର୍ଯ୍ୟ, ନୟାପଲ୍ଲୀରେ କମ୍ୟୁନିଟି ପାର୍କ ନିର୍ମାଣ, ଉତ୍ତର ଭୁବନେଶ୍ୱରର ସାମପୁର ମୌଜାର ହାଲ୍ ରେକର୍ଡ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହିତ ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ପିପିଲି ଓ ଡେଲାଙ୍ଗ ତହସିଲ ଅଞ୍ଚଳରେ ଏକରାଜାତ ମହଲ ଅଧୀନରେ ଥିବା ରୟତଙ୍କ ସପକ୍ଷରେ ସଂଶୋଧିତ ଆର୍‌ଓଆର୍‌ ଆଦି ଉପରେ ବି ଆଲୋଚନା ହୋଇଥିଲା।

Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media