Motorcycle Accident ମୋଟରସାଇକଲ୍ ଦୁର୍ଘଟଣାରେ ସେବାନିବୃତ୍ତ ଯବାନଙ୍କ ମୃତ୍ୟୁ
"ସୁନ୍ଦରଗଡ଼/ବାଲିଶଙ୍କରା: ଆଜି (ବୁଧବାର) ଅପରାହ୍ଣରେ ଛତିଶଗଡ଼ରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଜଣେ ସେବାନିବୃତ୍ତ ଯବାନଙ୍କ ମୃତ୍ୟୁ ଘଟିଛି।
Advertisment Accident: ବାଇକ୍ ଦୁର୍ଘଟଣାରେ ଏଏସ୍ଆଇ ମୃତ, ଅନ୍ୟ ଜଣେ ଗୁରୁତର ସୂଚନାନୁସାରେ, ସୁନ୍ଦରଗଡ଼ ତଳସରା ଥାନା ବୁଡ଼ାବାହାଲ ଗାଁର ଶିଶିର କୁମାର କୁଜୁର ନିଜ ମୋଟରସାଇକଲରେ ଛତିଶଗଡ଼ ଯାଉଥିଲେ।
ତେବେ ଛତିଶଗଡ଼ର ତପକରା ଥାନା ଅଧୀନ ଜୁନିଆନି ବରଡିହିଠାରେ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଯାଇଥିଲେ।
ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲେ।
ଘଟଣାସ୍ଥଳରେ ହିଁ ଶିଶିରଙ୍କ ମୃତ୍ୟୁ ଘଟିଥିଲା।
Accident: ମୁହାଁମୁହିଁ ୨ ବାଇକ୍ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର ସ୍ଥାନୀୟ ଲୋକଙ୍କ ଏନେଇ ତପକରା ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଛି।
ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଶବକୁ ବ୍ୟବଚ୍ଛେଦ ନିମନ୍ତ ନିକଟସ୍ଥ ହସ୍ପିଟାଲ୍କୁ ପଠାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
