Mother-in-law: ୧୭ ବର୍ଷ ଧରି ବୋହୂସେବାରେ ଶାଶୂ
ଚୀନ୍ର ସାନ୍ଦୋଙ୍ଗ୍ ପ୍ରଦେଶର ଜଣେ ୬୮ ବର୍ଷୀୟା ବୃଦ୍ଧା ସୁଆନ୍ ଫେଙ୍ଗୟିଙ୍ଗ୍ ମାନବିକତାର ଅନନ୍ୟ ଉଦାରହଣ ପାଲଟିଛନ୍ତି।
କୋମା ଓ ପାରାଲିସିସ୍ରେ ଆକ୍ରାନ୍ତ ନିଜ ବୋହୂଙ୍କୁ ଲଗାତାର ୧୭ ବର୍ଷ ଧରି ସେ ଯେଉଁଭଳି ସେବା ଶୁଶ୍ରୂଷା କରିଆସିଛନ୍ତି ତାହା ଖୁବ୍ ହୃଦୟସ୍ପର୍ଶୀ।
୨୦୦୯ ମସିହାରେ କ୍ସୁ ନାମକ ଯୁବତୀ ବୃଦ୍ଧା ସୁଆନ୍ଙ୍କ ପୁଅକୁ ବିବାହ କରିଥିଲେ।
ହେଲେ ବାହାଘରର ମାତ୍ର ଗୋଟିଏ ମାସ ପରେ ଏକ ସଡ଼କ ଦୁର୍ଘଟଣା ରେ ସେ ଗୁରୁତର ଆହତ ହୋଇ କୋମାକୁ ଚାଲିଗଲେ।
ଜୀବନର ସବୁ ଖୁସି ଯେପରି ନିମିଷକେ ମିଳେଇଗଲା।
ଡାକ୍ତରମାନେ ହାତ ଟେକିଦେଇଥିଲେ ବି ଶାଶୂ ସୁଆନ୍ ଆଶା ଛାଡ଼ି ନଥିଲେ।
Advertisment Cyclone Arnab: ଆରମ୍ଭ ହେଲା ବାତ୍ୟା 'ଅର୍ଣ୍ଣବ'ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା ସେ କହିଥିଲେ, ସେ ମୋ ପୁଅକୁ ବାହା ହୋଇ ମୋ ଘରକୁ ଅାସିଛି, ତେଣୁ ସେ ମୋର ନିଜ ଝିଅ।
ତାକୁ ଏ ଅବସ୍ଥାରେ କେମିତି ଛାଡ଼ି ଦେଇପାରିବି?
ବୋହୂଙ୍କୁ ଘରକୁ ଆଣି ସେ ପ୍ରତିଦିନ ତାଙ୍କୁ ଚାମଚ ଚାମଚ କରି ତରଳ ଖାଦ୍ୟ ଖୁଆଉଥିଲେ, ଯାହା ପାଇଁ ପ୍ରାୟ ଘଣ୍ଟାଏ ସମୟ ଲାଗୁଥିଲା।
ଶରୀରରେ ଘା' ନ ହେବା ପାଇଁ ଦିନକୁ ୧୦ରୁ ଅଧିକ ଥର ବୋହୂର କଡ଼ ଲେଊଟାଉଥିଲେ ଓ ନିୟମିତ ମାଲିସ୍ କରୁଥିଲେ।
ବୋହୂ କିଛି ଶୁଣିପାରୁନାହାନ୍ତି ଜାଣି ମଧ୍ୟ ସେ ତାଙ୍କ କାନ ପାଖରେ ଗାଁର ଖବର କହୁଥିଲେ, ତାଙ୍କର ପ୍ରିୟ ଗୀତ ବଜାଉଥିଲେ ଓ ବାରମ୍ବାର ନାଁ ଧରି ଡାକୁଥିଲେ।
Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା ଶାଶୂଙ୍କର ଏହି ଭାବପୂର୍ଣ୍ଣ ସେବା ଓ ନିଷ୍ଠା ଆଗରେ ଅସୁସ୍ଥତା ଶେଷରେ ହାର୍ ମାନିଲା।
କିଛି ବର୍ଷ ପୂର୍ବେ କ୍ସୁ କୋମାରୁ ଚେତା ଫେରି ପାଇଲେ।
ମସ୍ତିଷ୍କରେ ଗୁରୁତର ଆଘାତ ଯୋଗଁୁ ତାଙ୍କର ମାନସିକ ଅବସ୍ଥା ଜଣେ ଛୋଟ ପିଲା ଭଳି ହୋଇଯାଇଥିଲେ ବି ସିଆନ୍ ତାଙ୍କୁ ପୁଣିଥରେ ଚାଲିବା ଓ କହିବା ଶିଖାଇବା ଆରମ୍ଭ କଲେ।
ଆଜି କ୍ସୁ ନିଜେ ନିଜ ପାଇଁ ଖାଦ୍ୟ ତିଆରି କରିପାରୁଛନ୍ତି।
ନିକଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ସେ ତାଙ୍କ ଶାଶୂଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି।
ଆଜିର ସମାଜରେ ଏହା ଏକ ବିରଳ ଉଦାହରଣ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
