Moon Base Program: ମୁନ୍ ବେସ୍ ପ୍ରୋଗ୍ରାମରେ ଯୋଗଦେବାକୁ ଇସ୍ରୋକୁ ନାସାର ଆମନ୍ତ୍ରଣ

Aug 11, 2026 - 16:55
Moon Base Program: ମୁନ୍ ବେସ୍ ପ୍ରୋଗ୍ରାମରେ ଯୋଗଦେବାକୁ ଇସ୍ରୋକୁ ନାସାର ଆମନ୍ତ୍ରଣ

"ନୂଆଦିଲ୍ଲୀ: ଭାରତ ଏବଂ ଆମେରିକାମଧ୍ୟରେ ମହାକାଶ ଗବେଷଣା ଓ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ସାମ୍ନାକୁ ଆସିଛି।

ଆର୍ଟେମିସ୍ ଆକର୍ଡସ ଅଧୀନରେ ନିଜର ''ମୁନ୍ ବେସ୍ ପ୍ରୋଗ୍ରାମ''ରେ ଯୋଗଦେବା ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ''ନାସା'' ଭାରତୀୟ ମହାକାଶ ଗବେଷଣା ସଂସ୍ଥା ''ଇସ୍ରୋ''କୁ ଆମନ୍ତ୍ରଣ କରିଛି।

ଆମେରିକା ଦୂତାବାସ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି।

ଏହାସହ ବେସାମରିକ ମହାକାଶ ଅଭିଯାନ ପାଇଁ ଖୋଲା ବୈଜ୍ଞାନିକ ତଥ୍ୟ ଆଦାନପ୍ରଦାନ ଉପରେ ଆଲୋଚନାକୁ ଆଗକୁ ନେବା ପାଇଁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଛନ୍ତି।Advertisment ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅଗଷ୍ଟ ୫ ଏବଂ ୬ ତାରିଖରେ ବାଙ୍ଗାଲୋରସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଅନୁଷ୍ଠିତ ୯ମ ଭାରତ-ଆମେରିକା ବେସାମରିକ ମହାକାଶ ଯୁଗ୍ମ କାର୍ଯ୍ୟକାରୀ ଦଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ଏହି ବୈଠକରେ ଉଭୟ ଦେଶ ବେସାମରିକ ଓ ବାଣିଜ୍ୟିକ ମହାକାଶ ସହଯୋଗ, ଭବିଷ୍ୟତର ବୈଜ୍ଞାନିକ ଅଭିଯାନ ଏବଂ ମାନବ ମହାକାଶ ଯାତ୍ରା ପ୍ରଯୁକ୍ତିବିଦ୍ୟା ଭାଗିଦାରୀ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।

ସିରିଆରେ ୨୪ ବର୍ଷ ଧରି ଏକଛତ୍ରବାଦୀ ଶାସନ ଚଳାଇଥିବା ପଳାତକ ବସର ଅଲ-ଆସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଉଲ୍ଲେଖଯୋଗ୍ୟ ଯେ, ମହାକାଶରେ ନିଜର ନେତୃତ୍ୱକୁ ମଜବୁତ୍ କରିବା, ନୂତନ ବୈଜ୍ଞାନିକ ଆବିଷ୍କାର, ନବସୃଜନ ଏବଂ ପରବର୍ତ୍ତୀ ସମୟରେ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପାଇଁ ପ୍ରସ୍ତୁତ ହେବାକୁ ନାସା ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଏକ ମୁନ୍ ବେସ୍ ନିର୍ମାଣ କରୁଛି।

ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ସହଯୋଗୀଙ୍କୁ ସାମିଲ କରାଯାଉଛି।

ଭାରତ ଜୁନ୍ ୨୧, ୨୦୨୩ରେ ଆର୍ଟେମିସ୍ ଆକର୍ଡସର ୨୭ତମ ସଦସ୍ୟ ଭାବେ ସ୍ୱାକ୍ଷର କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media