Monsoon session: ମୌସୁମୀ ଅଧିବେଶନ: ଆରମ୍ଭରୁ ପ୍ରବଳ ହଟ୍ଟଗୋଳ
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚାଲି ପାରିଲା ନାହିଁ। ଲୋକସଭା ଓ ରାଜ୍ୟସଭାକୁ ଛଅ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ବିରୋଧୀ ସାଂସଦମାନେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ରାମମନ୍ଦିର ଦାନ ଚୋରି ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। କିଛି ସାଂସଦ ପୋଷ୍ଟର୍ ଓ ବ୍ୟାନର୍ ଧରି ଗୃହ ଭିତରକୁ ପ୍ରବେଶ କରିଥିଲେ। କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ଉପରେ ଆଲୋଚନା କରିଥିଲେ। ଖଡ଼ଗେ କହିଥିଲେ, ଜନ୍ତରମନ୍ତରରେ ପିଲାମାନେ ଏକାଠି ହୋଇଥିଲେ, ସେମାନଙ୍କ ସ୍ୱରକୁ ଦବାଇ ଦିଆଯାଉଛି। ସେମାନଙ୍କ ଉପରେ ଲାଠିମାଡ଼ କରାଯାଇଛି।
Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ
ରାମମନ୍ଦିର ଦାନ ଚୋରି, ପ୍ରଶ୍ନପତ୍ର ଲିକ୍ ଓ ସିଜେପି ଆନ୍ଦୋଳନ ପ୍ରସଙ୍ଗରେ ଘେରିଲେ ବିରୋଧୀ
ଲୋକସଭାରେ ହଟ୍ଟଗୋଳ ମଧ୍ୟରେ ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ସୁପ୍ରିମ୍କୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏକ ବିଲ୍ ଆଗତ କରିଥିଲେ। ଏହି ବିଲ୍ରେ ସୁପ୍ରିମ୍କୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରାଯିବାକୁ ବ୍ୟବସ୍ଥା ରହିଛି। ଏହି ବିଲ୍ ମେ ମାସରେ ଜାରି ହୋଇଥିବା ଏକ ଅଧ୍ୟାଦେଶକୁ ଆଇନରେ ପରିଣତ କରିବ। ଅଧ୍ୟାଦେଶ କାର୍ଯ୍ୟକାରୀ ହେବା ପରଠାରୁ ବର୍ଦ୍ଧିତ ଅନୁମୋଦିତ କ୍ଷମତା ଆଧାରରେ ପାଞ୍ଚଜଣ ନୂତନ ବିଚାରପତିଙ୍କୁ ସୁପ୍ରିମ୍କୋର୍ଟରେ ନିଯୁକ୍ତ କରାଯାଇଛି। ଏହି ସଂଶୋଧନ ପାଇଁ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ନାହିଁ। ଏହାକୁ ପାରିତ କରିବା ପାଇଁ ସଂସଦରେ ସରଳ ବହୁମତ ଆବଶ୍ୟକ। ଅପରାହ୍ଣ ୩ଟାରେ ଲୋକସଭା ପୁନର୍ବାର ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିଥିଲେ। ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଲୋକସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। ପ୍ରାୟ ୭-୮ ମିନିଟ୍ ପାଇଁ ଗୃହ ଚାଲିଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପରେ ଗୃହକୁ ଆଉ ଚାରିଥର ମୁଲତବୀ ରଖାଯାଇଥିଲା। ହଟ୍ଟଗୋଳ ମଧ୍ୟରେ ଅପରାହ୍ଣ ୨ଟା ୫୮ରେ ରାଜ୍ୟସଭାକୁ ସାରାଦିନ ମୁଲତବୀ ରଖାଯାଇଥିଲା।
Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ
ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୨୫ ଦିନ ଅବଧି ମଧ୍ୟରେ ୧୯ଟି କାର୍ଯ୍ୟଦିବସ ରହିଛି। ଏହି ଅଧିବେଶନରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବାର ଆଶା କରାଯାଉଛି। ନ୍ୟାସ୍ନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍ସିପିଆଇ)ର ପ୍ରଥମଥର ସଂସଦରେ ଉପସ୍ଥିତି ହୋଇଛି। ତୃଣମୂଳ କଂଗ୍ରେସ (ଟିଏମ୍ସି)ର ୨୦ ଜଣ ବିଦ୍ରୋହୀ ସାଂସଦ ଏନ୍ସିପିଆଇରେ ମିଶି ଏନ୍ଡିଏରେ ଯୋଗ ଦେଇଛନ୍ତି। ଏହି ଅଧିବେଶନରେ ସରକାର ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍ ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଆଗତ କରିବାର ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।