CJP's 'Sansad Chalo' campaign: ସିଜେପିର ‘ସଂସଦ ଚଲୋ’ ଅଭିଯାନ: ରଣକ୍ଷେତ୍ର ପାଲଟିଲା ଦିଲ୍ଲୀ, ଆନ୍ଦୋଳନକାରୀଙ୍କୁ ଲାଠିମାଡ଼

Jul 21, 2026 - 02:00
CJP's 'Sansad Chalo' campaign: ସିଜେପିର ‘ସଂସଦ ଚଲୋ’ ଅଭିଯାନ: ରଣକ୍ଷେତ୍ର ପାଲଟିଲା ଦିଲ୍ଲୀ, ଆନ୍ଦୋଳନକାରୀଙ୍କୁ ଲାଠିମାଡ଼

"ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର "ସଂସଦ ଚଲୋ" ଅଭିଯାନ ବେଳେ ସୋମବାର ଦିଲ୍ଲୀର ଜନ୍ତରମନ୍ତର ଓ ଏହାର ଆଖପାଖ ଅଞ୍ଚଳ ରଣକ୍ଷେତ୍ର ପାଲଟିଛି।

ସଂସଦ ଅଭିମୁଖେ ଆଗେଇବାକୁ ଉଦ୍ୟମ କରୁଥିବା ହଜାର ହଜାର ଛାତ୍ର ଓ ଯୁବକଙ୍କୁ ଅଟକାଇବା ପାଇଁ ସୁରକ୍ଷା କର୍ମଚାରୀମାନେ ଲାଠିମାଡ଼ କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ।

ଏଥିରୁ ବର୍ତ୍ତିବା ପାଇଁ ଆନ୍ଦୋଳନକାରୀମାନେ ନିକଟସ୍ଥ କାଫେ, ଦୋକାନ, ମେଟ୍ରୋ ଷ୍ଟେସନ୍‌ ଓ ଗୁରୁଦ୍ୱାରରେ ଆଶ୍ରୟ ନେଇଥିଲେ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଉତ୍ତରଦାୟିତ୍ୱ ସ୍ଥିର ଏବଂ ସଫଦରଜଙ୍ଗ ଡାକ୍ତରଖାନାରୁ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କୁ ଛାଡ଼ିବା ଦାବିରେ ଏହି ଅଭିଯାନ କରାଯାଇଥିଲା।

ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କ ଆହ୍ୱାନକ୍ରମେ ସକାଳ ୯ଟାରୁ ଲୋକମାନେ ଜନ୍ତରମନ୍ତରରେ ଏକାଠି ହୋଇଥିଲେ।

ଦୀପ୍‌କେ ଆନ୍ଦୋଳନକାରୀଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅନୁ‌ରୋଧ କରିଥିଲେ।Advertisment ସକାଳ ପ୍ରାୟ ୧୧ଟା ୨୫ରେ ଆନ୍ଦୋଳନକାରୀମାନେ ସଂସଦ ଅଭିମୁଖେ ବାହାରି ବ୍ୟାରିକେଡ୍‌ ଟପିବାକୁ ଉଦ୍ୟମ କରିବାରୁ ପୁଲିସ ଓ ରାପିଡ୍‌ ଆକ୍ସନ୍‌ ଫୋର୍ସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

ସୁରକ୍ଷା କର୍ମଚାରୀମାନେ ଲାଠି ବ୍ୟବହାର କରି ଭିଡ଼କୁ ଘଉଡ଼ାଇଥିଲେ।

ପ୍ରାୟ ସାଢ଼େ ୧୧ଟାରେ ଆନ୍ଦୋଳନକାରୀମାନେ ପୁଣି ସଂସଦ ଆଡ଼କୁ ଯିବାକୁ ଉଦ୍ୟମ କରିବାରୁ ଦ୍ୱିତୀୟଥର ଲାଠିମାଡ଼ ହୋଇଥିଲା।

Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ ମଧ୍ୟାହ୍ନ ପ୍ରାୟ ୧ଟା ୧୨ରେ ଶାସ୍ତ୍ରୀ ଭବନ ନିକଟରେ ଆଉ ଏକ ଦଳ ବ୍ୟାରିକେଡ୍‌ ଭେଦ କରିବାକୁ ଉଦ୍ୟମ କରିବାରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା।

ଧୂଆଁ ବ୍ୟାପିଯିବା ପରେ ବହୁ ଆନ୍ଦୋଳନକାରୀ ନିକଟସ୍ଥ କାଫେ ଓ ବ୍ୟବସାୟ ପ୍ରତିଷ୍ଠାନରେ ପଶିଯାଇଥିଲେ।

ଅନେକ ଲୋକ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ରେ ମଧ୍ୟ ଆଶ୍ରୟ ନେଇଥିଲେ।

ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଲାଠିମାଡ଼ରୁ ବର୍ତ୍ତିବା ଲାଗି ବହୁ ଲୋକ ଗୁରୁଦ୍ୱାର ବଙ୍ଗଳା ସାହିବର ୧ ନମ୍ବର ଫାଟକ ଦେଇ ଭିତରକୁ ପଶିଥିଲେ।

ପରେ ଗୁରୁଦ୍ୱାର କର୍ତ୍ତୃପକ୍ଷ ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ।

ଧସ୍ତାଧସ୍ତିରେ କେତେକ ଆନ୍ଦୋଳନକାରୀ ଓ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି।

ପ୍ରାୟ ୧୦ରୁ ୧୫ ଜଣଙ୍କୁ ଅଟକ ରଖାଯାଇଛି।

ଦୀପ୍‌କେ ଅଭିଯୋଗ କରିଛନ୍ତି ଯେ ପୁରୁଷ ପୁଲିସ ମହିଳା ଆନ୍ଦୋଳନକାରୀଙ୍କୁ ଲାଠିମାଡ଼ କରିଛନ୍ତି।

ତେବେ ନୂଆଦିଲ୍ଲୀ ଡିସିପି ସଚିନ ଶର୍ମା ଦିଲ୍ଲୀ ପୁଲିସ ପକ୍ଷରୁ ବଳପ୍ରୟୋଗ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ପୁଲିସ ଏହି ପଦଯାତ୍ରାକୁ ଅନୁମତି ଦେଇ ନ ଥିଲା ଏବଂ ନୂଆଦିଲ୍ଲୀ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁସାରେ କଟକଣା ଲାଗୁ କରିଥିଲା।

ଏହା ସତ୍ତ୍ୱେ ବହୁସଂଖ୍ୟକ ଲୋକ ଜନ୍ତରମନ୍ତରରେ ପହଞ୍ଚିବାରୁ କେନ୍ଦ୍ରୀୟ ଦିଲ୍ଲୀରେ ଯାତାୟାତ ଓ ମେଟ୍ରୋ ସେବା ପ୍ରଭାବିତ ହୋଇଥିଲା।

୫୦ରୁ ଅଧିକ ପୁଲିସ ଆହତ, ୨ ପୁଲିସ ବସ୍ ଭଙ୍ଗାରୁଜା Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ ନୂଆଦିଲ୍ଲୀ: ସଂସଦ ଅଭିମୁଖେ ସିଜେପି (କକ୍ରୋଚ୍ ଜନତା ପାର୍ଟି)ର ପଦଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ପୁଲିସ ସହ ସଂଘର୍ଷ ଉପୁଜିଛି।

ତେବେ ଦିଲ୍ଲୀ ପୁଲିସ ଏହି ଘଟଣାରେ ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଯୋଗ ଆଧାରରେ ଏକାଧିକ ଏତଲା ରୁଜୁ କରିଛି।

ପୁଲିସ ସୂତ୍ର ଅନୁଯାୟୀ, ଆନ୍ଦୋଳନ ସମୟରେ ହିଂସା ଓ ସଂଘର୍ଷ ‌ଯୋଗୁ ୭୦ରୁ ଅଧିକ ଲୋକ ଅଟକ ରହିଛନ୍ତି।

ଆନ୍ଦୋଳନ ସମୟରେ ୫ ଜଣ ଆଇପିଏସ୍‌ ଅଫିସରଙ୍କ ସମେତ ୫୦ରୁ ଅଧିକ ପୁଲିସ ଆହତ ହୋଇଛନ୍ତି।

ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ତାହା ଜାଣିବା ପାଇଁ ପୁଲିସ ଏବେ ବିଭିନ୍ନ ସ୍ଥାନରୁ ଆସିଥିବା ମୋବାଇଲ୍‌ ଫୋନ୍‌ ଭିଡିଓ ଯାଞ୍ଚ କରୁଛି।

ଆନ୍ଦୋଳନକାରୀ ପଥର ମାଡ଼ କରି ୨ଟି ପୁଲିସ ବସ୍‌ ଭଙ୍ଗାରୁଜା କରିଛନ୍ତି ଏବଂ ସେମାନେ ଜନପଥରେ ଏକାଧିକ ଦୋକାନ ମଧ୍ୟ ଭାଙ୍ଗିଛନ୍ତି।

ପ୍ରାୟ ୫୩ ଜଣ ଆନ୍ଦୋଳନକାରୀଙ୍କୁ ଛତ୍ରସାଲ ଷ୍ଟାଡିୟମରେ ଅଟକ ରଖାଯାଇଛି।

ସବିଶେଷ ସୂଚନା ଅନୁଯାୟୀ ଜନ୍ତରମନ୍ତରରୁ ସିଜେପି ଆନ୍ଦୋଳନକାରୀଙ୍କୁ ଖାଲି କରାଯାଇଛି।

ଆନ୍ଦୋଳନକାରୀ ଏବେ କେରଳ ହାଉସ୍‌ ନିକଟରେ ବସିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।