Welcome!

Unlock your personalized experience.
Sign Up

Ethanol: ରୋଷେଇଘରେ ପଶିବ ଇଥାନଲ୍‌: ଜାଳେଣି ଭାବେ ବ୍ୟବହାର ହେବ, ଏଟିଏମ୍‌ରୁ ବାହାରିବ ତେଲ

Jul 21, 2026 - 02:00
Ethanol: ରୋଷେଇଘରେ ପଶିବ ଇଥାନଲ୍‌: ଜାଳେଣି ଭାବେ ବ୍ୟବହାର ହେବ, ଏଟିଏମ୍‌ରୁ ବାହାରିବ ତେଲ

ନୂଆଦିଲ୍ଲୀ: ଇଥାନଲ୍‌ ମିଶା ଇ୨୦ ପେ‌ଟ୍ରୋଲ୍‌କୁ ନେଇ ଲୋକମାନଙ୍କ ମନରୁ ଚିନ୍ତା ଦୂର ହୋଇନାହିଁ। ଇଥାନଲ୍‌କୁ ଦୈନନ୍ଦିନ ଜୀବନର ଆଉ ଏକ ବଡ଼ କାମରେ  ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି। ଏହି ଇନ୍ଧନ କେବଳ ଯାନବାହନ ଭିତରେ ସୀମିତ ରହିବନି, ଆଗାମୀ ଦିନରେ ରୋଷେଇଘରେ ପ୍ରବେଶ କରିବ। ଇଥାନଲ୍‌କୁ ଜାଳେଣି ଇନ୍ଧନ ଭାବେ ବ୍ୟବହାର କରିବା ନିମନ୍ତେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଫ୍ରେମ୍‌ୱର୍କ ପ୍ରସ୍ତୁତ କରୁଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ତାହାର ରୂପରେଖ ଚୂଡ଼ାନ୍ତ ହେବା ଆଶା କରାଯାଉଛି। ବର୍ତ୍ତମାନ ଦେଶରେ ବର୍ଷକୁ ୨୦୦୦ କୋଟି ଲିଟର ଇଥାନଲ୍‌ ଉତ୍ପାଦନ ହେଉଛି। ‌ପେଟ୍ରୋଲ୍‌ରେ ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରଣ କାର୍ଯ୍ୟକ୍ରମ ପାଇଁ ସେଥିରୁ ଅତି ବେଶୀରେ ୧୧୦୦ କୋଟି ଲିଟର ଇଥାନଲ୍‌ ବ୍ୟବହାର ହେଉଛି। ମଦ ପ୍ରସ୍ତୁତି, ଔଷଧ ଓ ରସାୟନ ଶିଳ୍ପରେ ଆଉ ୩୫୦ କୋଟି ଲିଟର ଇଥାନଲ୍‌ ବ୍ୟବହାର ହେଉଛି। ଅର୍ଥାତ ବର୍ଷକୁ ପାଖାପାଖି ୬୦୦ କୋଟି ଲିଟର ଇଥାନଲ୍‌ ବଳକା ରହୁଛି। ତାହାକୁ ରୋଷେଇଘର ଜାଳେଣି ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି। 

Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ

ଇଥାନଲ୍‌ ଜାଳେଣି ଇନ୍ଧନ ପାଇଁ ସ୍ବତନ୍ତ୍ର ଷ୍ଟୋଭ୍‌ ଆସିବ। ସରକାର ଏହା ଉପରେ ଏକକାଳୀନ କିମ୍ବା ଇନ୍ଧନ ଉପରେ ସବ୍‌ସିଡି ଦେଇପାରନ୍ତି। ସ୍ବତନ୍ତ୍ର ପ୍ରକାରର ଇଥାନଲ୍‌ ଷ୍ଟୋଭ୍‌ ଉପରେ ଗବେଷଣା ଓ ବିକାଶ କାର୍ଯ୍ୟ କରିବାକୁ ତୈଳ କମ୍ପାନିଗୁଡ଼ିକୁ କୁହାଯାଇଛି। ସେମାନେ ଅନ୍ୟ ସଂସ୍ଥାଗୁଡ଼ିକ ସହ ସହଯୋଗିତା କରି ଏହି ଗବେଷଣା କରିବେ।  ଇଥାନଲ୍‌କୁ ଯେଭଳି ଲୋକମାନେ ସହଜରେ ପାଇପାରିବେ ସେଥିପାଇଁ ପେଟ୍ରୋଲ୍‌ ପମ୍ପରେ ସ୍ବତନ୍ତ୍ର ଇଥାନଲ୍‌ କିଓସ୍କ କିମ୍ବା ଏଟିଏମ୍‌ ଭଳି ବ୍ୟବସ୍ଥା କରାଯିବ। ଏହି ଯୋଜନା ସଫଳ ହେଲେ ଅଶୋଧିତ ତୈଳ ଓ ଏଲ୍‌ପିଜି ଆମଦାନି ଉପରେ ରହିିଥିବା ନିର୍ଭରଶୀଳତା ଯଥେଷ୍ଟ ହ୍ରାସ ପାଇବ। ଦେଶର ବ୍ୟାପକ ବୈଦେଶିକ ମୁଦ୍ରା ସଞ୍ଚୟ ହେବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଖାଦେଇଥିବା ଶକ୍ତି ସଙ୍କଟକୁ ମଧ୍ୟ ସହଜରେ ମୁକାବିଲା କରାଯାଇପାରିବ। ଦେଶରେ ଯେଉଁ ବଳକା ଇଥାନଲ୍‌ ରହୁଛି ତାହାକୁ ପଡ଼ୋଶୀ ଦେଶ ନେପାଳ, ବାଂଲାଦେଶ, ଇଣ୍ଡୋନେସିଆ ଆଦିକୁ ରପ୍ତାନି କରିବା ପାଇଁ ରହିଥିବା ସୁଯୋଗର ଅନୁସନ୍ଧାନ କରିବାକୁ ମଧ୍ୟ ତୈଳ କମ୍ପାନିଗୁଡ଼ିକୁ କୁହାଯାଇଛି।

Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।