Mobile Snatchers Arrested ଚାଲିଯାଉଥିବା ଲୋକଙ୍କଠୁ ମୋବାଇଲ୍ ଝାମ୍ପୁଥିଲେ, ଧରାପଡ଼ିଗଲେ
"ଚଣ୍ଡିଖୋଲ: ପଦଯାତ୍ରୀ ହୁଅନ୍ତୁ କିମ୍ବା ମୋଟରସାଇକଲ୍ ଯାତ୍ରୀ, ଯଦି ମୋବାଇଲ୍ ଧରି ଅସାବଧନତା ହେଉଥିଲେ ତେବେ ଆଖିପିଛୁଳାକେ ଛଡ଼ାଇ ଫେରାର୍ ହୋଇଯାଉଥିଲେ।
ଏଭଳି ଦକ୍ଷଲୁଟେରା ଦୁଇଜଣ ଆଜି ପୁଲିସ ପଞ୍ଝାରେ ପଡ଼ିଛନ୍ତି।
ସେମାନଙ୍କ ଠାରୁ ଏକାଧିକ ମୋବାଇଲ୍ ମଧ୍ୟ ଜବତ ହୋଇଛି।
Advertisment ମୋବାଇଲ୍ ଲୁଟ୍ ବେଳେ ନିର୍ଧୁମ ଛେଚା ଖାଇଲା ଲୁଟେରା ୧୯ ତାରିଖ ବିଳମ୍ବିତ ରାତିରେ ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ ଅପସରା ହୋଟେଲ ସମ୍ମୁଖରେ ଜଣେ ଯୁବତୀ ନିଜ ମୋବାଇଲ ଯୋଗେ ଫୋନ କରୁଥିଲେ।
ଦୁଇ ଲୁଟେରା ଏକ ବାଇକରେ ଆସି ତାଙ୍କ ମୋବାଇଲ ଝାମ୍ପି ନେଇ ଛୁ ମାରିଥିଲେ ।
ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା।
ସେମାନଙ୍କ ପାଖରୁ ୧୧ ଟି ଚୋରା ମୋବାଇଲ ସହିତ ଏକ ବାଇକ୍ ଜବତ କରାଯାଇଛି।
ଖାଦ୍ୟ ବରାଦ ଦେଇ ଡେଲିଭରି ବୟଠାରୁ ମୋବାଇଲ୍ ଲୁଟ୍ କରୁଥିଲେ ଲୁଟେରା ପୁଲିସ ଠାରୁ ମିଳିଥିବା ସୂଚନାରେ, ମୋବାଇଲ ଲୋକେସନ ଦ୍ୱାରା କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ତିଲଦା ଗ୍ରାମରେ ପହଞ୍ଚି ମୋବାଇଲ ଲୁଟ କରିଥିବା ଦୁଇ ଅଭିଯୁକ୍ତ ସେକ ନୟାମୁଦ୍ଦିନ (୪୫) ଓ ସୟଦ ଅଲି ଅଜିମୁଦ୍ଦିନ (୩୦) ଙ୍କୁ ଧରାଯାଇଛି।
ଲିପ୍ସାଙ୍କ ଲୁଟ ମୋବାଇଲ ସହିତ ଆହୁରି ୧୧ଟି ଚୋରା ମୋବାଇଲକୁ ପୁଲିସ ସେମାନଙ୍କ ପାଖରୁ ଜବତ କରିଥିଲା ।
ତଦନ୍ତ ସମୟରେ ମୋବାଇଲ ଲୁଟ୍ କରିଥିବା ନେଇ ପୁଲିସ ଆଗରେ ସ୍ୱୀକାର କରିଥିଲେ।
ପରେ ପୁଲିସ ଏନେଇ ଥାନା କେଶ ନମ୍ବର ୨୫୪/୨୬ରେ ଏକ ମାମଲା ରୁଜୁ କରିବା ସହିତ ଗିରଫ ଦୁଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।