Mojtaba Khamenei: ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦେଖାଦେଲେ ମୋଜତାବା
"ତେହେରାନ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମ୍ପ୍ରତି ପ୍ରକାଶିତ ଖବର ଏକ ନୂଆ ମୋଡ଼ ନେଇଛି।
ଇସ୍ରାଏଲୀ ଗଣମାଧ୍ୟମ ଦାବି କରିଥିଲା ଯେ, ମୋଜତାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏପରିକି ଏହା ମଧ୍ୟ କୁହାଯାଇଥିଲା ଯେ, ତାଙ୍କ ମୃତ୍ୟୁ ଖବର ଆସିଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।
ଏସବୁ ଖବର ଯୋଗୁଁ ଇରାନର ସର୍ବୋଚ୍ଚ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବିଶ୍ୱବ୍ୟାପୀ ଆଲୋଚନା ଆରମ୍ଭ ହୋଇଥିଲା।
ତେବେ ଏହି ଦାବିଗୁଡ଼ିକୁ ଇରାନ ପକ୍ଷରୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ।Advertisment ସାର୍ବଜନୀନ ଉପସ୍ଥିତି ସୀମିତ ଥିଲା ଏହି ସମୟରେ, ଇରାନର ମେହର ନ୍ୟୁଜ୍ ଏଜେନ୍ସି ମୋଜତାବାଙ୍କ ଏକ ଭିଡିଓ ଜାରି କରିଛି।
ଭିଡିଓ ପ୍ରସାର ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ରିପୋର୍ଟ ଉପରେ ଏବେ ପ୍ରଶ୍ନ ଉଠିଛି।
ଭିଡିଓରେ ମୋଜତାବା ଲୋକଙ୍କ ସହିତ କଥାବାର୍ତ୍ତା କରୁଥିବାର ଦେଖାଯାଉଛି।
ପ୍ରସାରିତ ହେଉଥିବା ତାଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥା ରିପୋର୍ଟର ଜବାବ ଇରାନ ଭିଡିଓ ମାଧ୍ୟମରେ ଦେଇଛି ବୋଲି କୁହାଯାଉଛି।
ତେବେ ମେହର ନ୍ୟୁଜ୍ ଏଜେନ୍ସି ଭିଡିଓଟି କେବେ ଉଠାଯାଇଥିଲା ତାହା ସ୍ପଷ୍ଟ କରିନାହିଁ।
ଭିଡିଓରେ ମୋଜତାବା ଦୃଶ୍ୟମାନ ହେଉଥିଲେ ମଧ୍ୟ ଏହା ତାଙ୍କ ବର୍ତ୍ତମାନର ଅବସ୍ଥା କିପରି ରହିଛି ତାହା ସ୍ପଷ୍ ହୋଇ ପାରିନି।
ଏହି କାରଣରୁ ତାଙ୍କ ଗମ୍ଭୀର ଅସୁସ୍ଥତାର ରିପୋର୍ଟ ପରେ ପ୍ରକାଶିତ ଏହି ଭିଡିଓ ଇସ୍ରାଏଲ ରିପୋର୍ଟର ଉତ୍ତର ଦେବା ପରିବର୍ତ୍ତେ ନୂଆ ପ୍ରଶ୍ନ ଉଠାଇଛି।
ମୋଜତାବାଙ୍କୁ ବହୁତ ଦିନ ଧରି ସାଧାରଣରେ ଦେଖାଯାଇନାହିଁ।
ଫେବ୍ରୁଆରି ୨୮ ତାରିଖରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ତାଙ୍କ ପିତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ସେ ଇରାନର ସର୍ବୋଚ୍ଚ ନେତା ପଦବୀ ଗ୍ରହଣ କରିଥିଲେ।
ସେବେଠାରୁ, ତାଙ୍କର ସାର୍ବଜନୀନ ଉପସ୍ଥିତି ସୀମିତ ହୋଇଛି।
ସେ ମୁଖ୍ୟତଃ ଲିଖିତ ବିବୃତି ଜାରି କରୁଛନ୍ତି।
ଏହା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ନାନା କଳ୍ପନାଜଳ୍ପନା ସୃଷ୍ଟି କରିଛି।
ପୂର୍ବ ରିପୋର୍ଟଗୁଡ଼ିକ ପ୍ରକାଶ ପାଇଥିଲା ଯେ ମୋଜତାବା ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ସମୟରେ ଆହତ ହୋଇଥିଲେ।
କିଛି ରିପୋର୍ଟରେ ତାଙ୍କ ଆଘାତକୁ ଗୁରୁତର ବୋଲି କୁହା ଯାଇଥିଲା।
କିଛି ରିପୋର୍ଟରେ ତାଙ୍କ ମୁହଁରେ ଗମ୍ଭୀର ଆଘାତ ଲାଗିଥିବା ଉଲ୍ଲେଖ କରାଯାଇଥିଲା।
Strait of Hormuz: ଆମେରିକାର ଆଚରଣ ସୁଧୁରିଲେ ଖୋଲିବ ହର୍ମୁଜ୍: ଇରାନ ରଖିଲା ୭ ସର୍ତ୍ତ ତାଙ୍କର ସୁରକ୍ଷା ଚିନ୍ତା ଯୋଗୁଁ, ଏହା ମଧ୍ୟ ଦାବି କରାଯାଇଥିଲା ଯେ ସେ ସିଧାସଳଖ ନୁହେଁ ବରଂ ମଧ୍ୟସ୍ଥିଙ୍କ ମାଧ୍ୟମରେ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରୁଛନ୍ତି।
ଏହି ସମୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ସରକାରୀ ଟିଭି ସହିତ ଏକ ସାକ୍ଷାତକାରରେ କହିଥିଲେ ଯେ ବର୍ତ୍ତମାନ ମୋଜତାବାଙ୍କ ସହ ସିଧାସଳଖ କଥା ହେବା ବହୁତ କଷ୍ଟକର।
ମେ" ମାସରେ, ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରି, ମୋଜତାବାଙ୍କ କାର୍ଯ୍ୟାଳୟ କହିଥିଲା ଯେ ସର୍ବୋଚ୍ଚ ନେତା ସୁସ୍ଥ ଅଛନ୍ତି ଏବଂ ସେ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି।
ଶତ୍ରୁ ଶକ୍ତିମାନେ ଗୁଜବ ମାଧ୍ୟମରେ ସେମାନଙ୍କର ଷଡ଼ଯନ୍ତ୍ରକୁ ଆଗକୁ ବଢ଼ାଇବା ପାଇଁ ଏଭଳି ପ୍ରସାର କରୁଛନ୍ତି ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
