Modi: ମୋଦୀଙ୍କ ସେସେଲ୍ସ ଗସ୍ତ ଶେଷ; ୧୯ ଚୁକ୍ତି ସ୍ବାକ୍ଷରିତ

Jun 29, 2026 - 17:27
Modi: ମୋଦୀଙ୍କ ସେସେଲ୍ସ ଗସ୍ତ ଶେଷ; ୧୯ ଚୁକ୍ତି ସ୍ବାକ୍ଷରିତ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ରିଦିବସୀୟ ସେସେଲ୍ସ ଗସ୍ତ ଶେଷ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସେସେଲ୍ସ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ଏକ ନିରାପଦ ଓ ସମୃଦ୍ଧ ଭାରତ ମହାସାଗର କ୍ଷେତ୍ର ପାଇଁ ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ବଢାଇବା ଉପରେ ବିସ୍ତୃତ ଆଲୋଚନା କରିବା ପରେ ତିନି ଦିନିଆ ଗସ୍ତ ଶେଷ କରିଛନ୍ତି।Advertisment ଭାରତ ଓ ସେସେଲ୍ସ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଡିଜିଟାଲ ପେମେଣ୍ଟ, ମହାକାଶ, ସ୍ୱାସ୍ଥ୍ୟସେବା, କୃଷି ଓ ଶିକ୍ଷା କ୍ଷେତ୍ରରେ ୧୯ଟି ଚୁକ୍ତି କରିଥିଲେ।

ମୋଦୀ ଏହି ଗସ୍ତରେ ସେସେଲ୍ସର ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଗତକାଲି ସେସେଲ୍ସର ଜାତୀୟ ଦିବସ ପାଳନ ଅବସରରେ ଆସାମ ରେଜିମେଣ୍ଟ ଓ ଭାରତୀୟ ନୌସେନାର ଦଳ ଅଂଶଗ୍ରହଣ କରିଥିଲେ।

ମୋଦୀ ସେସେଲ୍ସର ସଂସଦକୁ ସମ୍ବୋଧିତ କରିଥିଲେ।

ମୋଦୀଙ୍କୁ ସେସେଲ୍ସର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ "ଗାର୍ଡିଆନ୍‌ ଅଫ ଦ ବ୍ଲୁ ହରାଇଜନ" ପ୍ରଦାନ କରାଯାଇଥିଲା।

ମୋଦୀଙ୍କୁ ବିମାନବନ୍ଦରରେ ସେସେଲ୍ସ ଉପରାଷ୍ଟ୍ରପତି ସେବାଷ୍ଟିଆନ୍‌ ପିଲ୍ଲେ ଓ ଭାରତୀୟ ସମୁଦାୟ ପକ୍ଷରୁ ବିଦାୟ ଦିଆଯାଇଥିଲା।

ଆହୁରି ପଢନ୍ତୁ: CBSE: ୩-ଭାଷା ନୀତି ନେଇ ସିବିଏସଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:୨୦୨୬-୨୭ବର୍ଷର ଦଶମ ଛାତ୍ରଛାତ୍ରୀଙ୍କୁ ତୃତୀୟ ଭାଷାରେ ବୋର୍ଡ ପରୀକ୍ଷା ଦେବାକୁ ପଡିବ ନାହିଁପ୍ରତ୍ୟାବର୍ତ୍ତନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ "ଏକ୍ସ"ରେ ଏକ ପୋଷ୍ଟ କରି ତାଙ୍କ ଗସ୍ତ ଭାରତ-ସେସେଲ୍ସ ସମ୍ପର୍କକୁ ଅଧିକ ସମୃଦ୍ଧ କରିଛି ଲେଖିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ-ସେସେଲ୍ସର ଗତ ୫୦ ବର୍ଷର ସମ୍ପର୍କ ଗଭୀର ବିଶ୍ୱାସ ଓ ସହଭାଗୀ ପ୍ରଗତି ଦ୍ୱାରା ଚିହ୍ନିତ ହୋଇଛି।

ଆଗାମୀ ପଚାଶ ବର୍ଷ ନବସୃଜନ, ସ୍ଥିରତା ଓ ସହଭାଗୀ ସମୃଦ୍ଧି ଦ୍ୱାରା ପରିଭାଷିତ ହେବ।

ମୋଦୀ ଶନିବାର ସେସେଲ୍ସ ଗସ୍ତରେ ଯାଇଥିଲେ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଗସ୍ତକୁ ଭାରତ-ସେସେଲ୍ସ ସମ୍ପର୍କରେ ମାଇଲଖୁଣ୍ଟ ବୋଲି କହିଛନ୍ତି।"