Modi: ପଞ୍ଜାବରେ ଆପ୍‌ ସରକାରକୁ ମୋଦୀଙ୍କ ତୀବ୍ର ସମାଲୋଚନା

Jul 17, 2026 - 22:49
Modi: ପଞ୍ଜାବରେ ଆପ୍‌ ସରକାରକୁ ମୋଦୀଙ୍କ ତୀବ୍ର ସମାଲୋଚନା

"ଜଳନ୍ଧର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟର ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି।

ସେ ଆଇନଶୃଙ୍ଖଳା, ଦୁର୍ନୀତି ଓ ନିଶା କାରବାରକୁ ନେଇ ରାଜ୍ୟ ସରକାରକୁ ଘେରିବା ସହ ଏହାକୁ "କଟ୍ଟର ବେଇମାନ ପାର୍ଟି" ବୋଲି ଅଭିହିତ କରିଥିଲେ।Advertisment ଆହୁରି ପଢନ୍ତୁ: Trump: ଟ୍ରମ୍ପଙ୍କ ଘୋଷଣା: ଅବୈଧ ପ୍ରବାସୀ ଟ୍ରକ୍ ଚାଳକଙ୍କ ସ୍ଥାନରେ ନିଯୁକ୍ତ ହେବେ ପୂର୍ବତନ ସୈନିକ ଏହି ଅବସରରେ ପ୍ରଧାନମନ୍ତ୍ରୀ ୫,୪୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

ସେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନର୍ବିକଶିତ ୭୫ଟି ରେଳ ଷ୍ଟେସନର ଉଦ୍‌ଘାଟନ କରିଥିଲେ।

ଏଥିରେ ଜଳନ୍ଧର କ୍ୟାଣ୍ଟ ରେଳ ଷ୍ଟେସନ ମଧ୍ୟ ସାମିଲ ରହିଛି।

୨୦ଟି ରାଜ୍ୟରେ ଥିବା ଏହି ୭୫ଟି ଷ୍ଟେସନ ପ୍ରାୟ ୧,୫୭୦ କୋଟି ଟଙ୍କା ବ୍ୟୟରେ ଆଧୁନିକ ଓ ଯାତ୍ରୀବାନ୍ଧବ ସୁବିଧା ସହ ପୁନର୍ବିକଶିତ କରାଯାଇଛି।

ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି, ପରମ୍ପରା ଓ ସ୍ଥାପତ୍ୟ କଳାର ଝଲକ ମଧ୍ୟ ସ୍ଥାନ ପାଇଛି।ପ୍ରଧାନମନ୍ତ୍ରୀ କହିଥିଲେ, ଜନସେବା ପାଇଁ ସଚ୍ଚୋଟତା ଓ ନିଷ୍ଠା ଆବଶ୍ୟକ।

କିନ୍ତୁ ପଞ୍ଜାବର ବର୍ତ୍ତମାନ ସରକାରଙ୍କ ପାଖରେ ଏହି ଦୁଇଟି ଗୁଣର ଅଭାବ ରହିଛି।

ସେ ଅଭିଯୋଗ କରିଥିଲେ ଯେ, କେନ୍ଦ୍ର ସରକାର ପଞ୍ଜାବର ବିକାଶ ପାଇଁ ବହୁ ପରିମାଣର ଅର୍ଥ ଯୋଗାଇଥିଲେ ମଧ୍ୟ ତାହାର ସଠିକ୍‌ ବ୍ୟବହାର ହୋଇନାହିଁ।

ବରଂ ରାଜ୍ୟର ଋଣଭାର ବଢ଼ିଚାଲିଛି ଏବଂ ସାଧାରଣ ଲୋକ ତାହାର ପରିଣାମ ଭୋଗୁଛନ୍ତି।

ଆହୁରି ପଢନ୍ତୁ: Pakistan: ପାକିସ୍ତାନ-କୁଏତ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ଆଲୋଚନା: ପଶ୍ଚିମ ଏସିଆରେ ବଦଳୁଛି ସୁରକ୍ଷା ସମୀକରଣ ମୋଦୀ କହିଥିଲେ, ପଞ୍ଜାବରେ ନିଶା କାରବାର ଓ ଗ୍ୟାଙ୍ଗଷ୍ଟର ସଂସ୍କୃତି ବଢ଼ିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସୁରକ୍ଷା ଭାବ ସୃଷ୍ଟି ହୋଇଛି।

ପୁଲିସ ଥାନା ଉପରେ ମଧ୍ୟ ଆକ୍ରମଣ ଘଟୁଛି।

ଭାଷଣରେ ସେ ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ତାହିର ହୁସେନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ମୋଦୀ ଅଭିଯୋଗ କରିଥିଲେ ଯେ, ଏଭଳି ବ୍ୟକ୍ତିଙ୍କୁ ସମର୍ଥନ କରି ଆପ୍‌ ନିଜର ରାଜନୈତିକ ଚରିତ୍ର ସ୍ପଷ୍ଟ କରିଛି।

ସେ କହିଥିଲେ, ଏପରି ରାଜନୀତି ଦେଶ ଓ ସମାଜ ପାଇଁ କ୍ଷତିକାରକ।

ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ମୋଦୀଙ୍କ ଏହି ଗସ୍ତ ଓ ଭାଷଣକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।