Covid: କୋଭିଡ୍ ସଂକ୍ରମଣକୁ ନେଇ ଆନ୍ଧ୍ରପ୍ରଦେଶରେ ସତର୍କତା: ୧୨ ନୂଆ ଆକ୍ରାନ୍ତ, ୪ ମୃତ
"ଅମରାବତୀ: ଆନ୍ଧ୍ରପ୍ରଦେଶରେ ପୁଣି କୋଭିଡ୍ ସଂକ୍ରମଣର କିଛି ନୂଆ ମାମଲା ସାମ୍ନାକୁ ଆସିଛି।
ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି।
ଏହାପରେ ସ୍ୱାସ୍ଥ୍ୟ ବିଭାଗ ସତର୍କତା ବଢ଼ାଇଛି ଏବଂ ସଂକ୍ରମଣ ପଛରେ କେଉଁ ପ୍ରକାରର ଭୂତାଣୁ ରହିଛି ତାହା ଜାଣିବା ପାଇଁ ନମୁନା ପୁଣେସ୍ଥିତ ଜାତୀୟ ଭାଇରୋଲୋଜି ପ୍ରତିଷ୍ଠାନ (ଏନ୍ଆଇଭି)କୁ ପଠାଯାଇଛି।Advertisment ଆହୁରି ପଢନ୍ତୁ: TMC: ଋତବ୍ରତ ଗୋଷ୍ଠୀକୁ ଭେଟିଲେ ପୂର୍ବତନ ଟିଏମ୍ସି ବିଧାୟକ ତାପସ ଚାଟାର୍ଜୀ, ବିଶ୍ବଜିତ ଦାସ ସ୍ୱାସ୍ଥ୍ୟ ବିଭାଗ କହିଛି, ମୃତ ୪ ଜଣଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ଥିଲେ ଏବଂ ପୂର୍ବରୁ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିଲେ।
ସେମାନଙ୍କର କୋଭିଡ୍ ପରୀକ୍ଷାରେ ସଂକ୍ରମଣ ନିଶ୍ଚିତ ହୋଇଥିଲା।
ତେବେ ମୃତ୍ୟୁର ସଠିକ୍ କାରଣ ଓ କୋଭିଡ୍ର ଭୂମିକା ସମ୍ପର୍କରେ ବିସ୍ତୃତ ଯାଞ୍ଚ ଚାଲିଛି।
ଅଧିକାରୀମାନେ କହିଛନ୍ତି, ନୂଆ ସଂକ୍ରମିତଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପୁଣେ ପଠାଯାଇଛି।
ଏହା ମାଧ୍ୟମରେ ସଂକ୍ରମଣ କେଉଁ ଭାରିଆଣ୍ଟ ଯୋଗୁଁ ହେଉଛି ତାହା ଜଣାପଡ଼ିବ।
ରିପୋର୍ଟ ଆସିବା ପରେ ଆବଶ୍ୟକ ହେଲେ ଅଧିକ ସ୍ୱାସ୍ଥ୍ୟ ସୁରକ୍ଷା ପଦକ୍ଷେପ ନିଆଯିବ।
ଆହୁରି ପଢନ୍ତୁ: Earthquake: ମେକ୍ସିକୋ, ଚୋଙ୍ଗକିଙ୍ଗରେ ଭୂସ୍ଖଳନ, ୮ଜଣଙ୍କ ମୃତ୍ୟୁ ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ସିଜେନ୍, ଆବଶ୍ୟକ ଔଷଧ ଓ ଶଯ୍ୟାର ଉପଲବ୍ଧତା ନିଶ୍ଚିତ କରିବା ସହ ସଂକ୍ରମଣ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି।
ଜ୍ୱର, କାଶ କିମ୍ବା ଶ୍ୱାସକଷ୍ଟ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗ କହିଛି, ବର୍ତ୍ତମାନ ଆତଙ୍କିତ ହେବାର ଆବଶ୍ୟକତା ନାହିଁ।
ତେବେ ସତର୍କତା ଅବଲମ୍ବନ କରିବା, ଭିଡ଼ ସ୍ଥାନରେ ସାବଧାନ ରହିବା ଏବଂ ଅସୁସ୍ଥ ଅନୁଭବ କଲେ ତୁରନ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।