BJD Politics: ମମତାଙ୍କ ସ୍ଥିତି ଦେଖି... ବିଜେଡିରେ ହଲଚଲ; ସୁଜାତାଙ୍କ ଯୋଗଦାନ ଚର୍ଚ୍ଚା ବଢ଼ିଲା
"ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ବିଜେଡିର ଏକ ସାଂଗଠନିକ ବୈଠକ ଶଙ୍ଖଭବନରେ ହେବ।
ଏଠାକୁ କେବଳ ପରାଜିତ ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଡକାଯାଇଛି।
ନିର୍ବାଚନର ଦୁଇ ବର୍ଷ ପରେ ହଠାତ୍ ଏପରି ଏକ ସାଙ୍ଗଠନିକ କସରତ କାହିଁକି ଦରକାର ପଡ଼ିଲା, ତାହାକୁ ନେଇ ଦଳ ଭିତରେ ଜୋର୍ଦାର ଚର୍ଚ୍ଚା ଚାଲିଛି।
ନୂଆଦିଲ୍ଲୀରୁ ନବୀନ ଫେରିବା ମାତ୍ରେ ଏହି ବୈଠକ ଆୟୋଜନ କରାଯିବା ପଛର ରହସ୍ୟକୁ ନେଇ ବି ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି।
ପଶ୍ଚିମବଙ୍ଗର ରାଜନୈତିକ ଚିତ୍ରର ପ୍ରଭାବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।Advertisment ASBM ବିଶ୍ବଦ୍ୟାଳୟର ନୂଆ କୁଳପତି ଡ.
ସୁଧାଂଶୁ ଶେଖର ରଥ ଖବର ଅନୁସାରେ, ୧୦ ତାରିଖ ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ।
ସେ ନେତାମାନଙ୍କ ସହ ବିଚାର ବିମର୍ଶ କରିବେ।
ଦଳ ପକ୍ଷରୁ କୁହାଯାଇଛି ଯେ ସମ୍ପ୍ରତି ଚାଲିଥିବା ଏସ୍ଆଇଆର୍, ପୌରାଞ୍ଚଳ ଓ ପଞ୍ଚାୟତ କମିଟିର ସାଂଗଠନିକ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ।
ବିଭିନ୍ନ ପର୍ଯ୍ୟାୟରେ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିଙ୍କଠାରୁ ନେଇ ସାଙ୍ଗଠନିକ କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଛନ୍ତି।
ସେହି କ୍ରମରେ ଏହି ବୈଠକ ଡକାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ ଜେନା ଓ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଥିଲେ।
୧୦ ତାରିଖ ବୈଠକରେ ପରାଜିତ ଯୋଗଦେବେ, ସୁଜାତାଙ୍କ ଯୋଗଦାନ ଚର୍ଚ୍ଚା ବଢ଼ିଲା ବିଜେଡି ବିଧାୟକମାନଙ୍କ ବୈଠକ ବିଧାନସଭା ଅଧିବେଶନ ପୂର୍ବରୁ ବସେ।
କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ପରାଜିତ ପ୍ରାର୍ଥୀମାନଙ୍କୁ ନେଇ କେବେ ବୈଠକ ହୋଇନି।
ରାଜନୈତିକ ମହଲରେ କହିବା କଥା, ଦୁଇ ବର୍ଷ ହେଲାଣି ଦଳର ଆଭିମୁଖ୍ୟ କ"ଣ ତାହା ନେତାମାନେ ଠଉରାଇପାରୁ ନାହାନ୍ତି।
ଦଳର ସଂଗଠନକୁ ମଜଭୁତ କରିବାକୁ ନବୀନ ବିଭିନ୍ନ ସମୟରେ କହୁଥିଲେ ବି ସେ ନେଇ ଠୋସ୍ ପଦକ୍ଷେପ ନିଆଯାଉନି।
ସବୁ ନିର୍ବାଚନମଣ୍ଡଳୀ ବୁଲିବେ ବୋଲି ନବୀନ କହିଥିଲେ।
ତାହା ବି ସମ୍ଭବ ହେଉନି।
ଏପରିକି ନିଜ ନିର୍ବାଚନମଣ୍ଡଳୀ ସେ ଯାଉ ନାହାନ୍ତି।
ସଂଗଠନକୁ ମଜଭୁତ ପାଇଁ ନିର୍ଦ୍ଦିଷ୍ଟ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଉ ନାହିଁ।
ଅନ୍ୟପଟେ ରାଜ୍ୟସଭା ସାଂସଦଙ୍କ ସମେତ ବିଭିନ୍ନ ସ୍ଥାନରୁ ନେତାମାନେ ଦଳ ଛାଡ଼ିବା ଆରମ୍ଭ କଲେଣି।
ଦଳର ଆଭ୍ୟନ୍ତରୀଣ ସ୍ଥିତି ଦୋହଲୁଥିବାରୁ ଏପରି ସାଂଗଠନିକ ବୈଠକ ଡାକି ବିଜେଡି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି।
Horoscope 2026 June 09: ଜାଣନ୍ତୁ ଆଜିର ରାଶିଫଳ...
ସେହିପରି ଖୁବ୍ଶୀଘ୍ର ନବୀନ ତାଙ୍କ ଉତ୍ତରାଧିକାରୀ ବାଛିବେ ବୋଲି କୁହାଯାଉଛି।
ନିଜେ ନବୀନ କିମ୍ବା ଦଳର ବରିଷ୍ଠ ନେତା ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି।
ତେବେ ମନ୍ମଥ ରାଉତରାୟ ଆଜି କହିଛନ୍ତି, ବିଜେଡିରେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ପ୍ରବେଶ ନିଶ୍ଚିତ।
ଦଳୀୟ ସଭାପତି ଓ କିଛି ବରିଷ୍ଠ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ।
ସେଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।
ପୂର୍ବରୁ ଅମଙ୍ଗ ଥିବା ସୁଜାତା ଏବେ ଦଳକୁ ଆସିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।
ସୁଜାତା କୌଣସି ପଦପଦବି କିମ୍ବା ଉତ୍ତାଧିକାରୀ ଦାବିଦାର ହେବେ ନାହିଁ, ବରଂ ଜଣେ ସାଧାରଣ କର୍ମୀ ଭାବେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବେ।
ତାଙ୍କର ବହୁଦିନର ପ୍ରଶାସନିକ ଅଭିଜ୍ଞତା ଓ "ମିସନ୍ ଶକ୍ତି"କୁ ଗଢ଼ିବାର ଦକ୍ଷତା ଦଳର ଶୂନ୍ୟସ୍ଥାନକୁ ପୂରଣ କରିବ।
ସେ ଯେଉଁଦିନ ମଇଦାନକୁ ଓହ୍ଲାଇବେ, କର୍ମୀମାନେ ରେଡ୍ କାର୍ପେଟ୍ ବିଛାଇ ତାଙ୍କୁ ସ୍ୱାଗତ କରିବେ ବୋଲି ସେ କହିଛନ୍ତି।
ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ସଭାପତି ଯାହା ନିଷ୍ପତ୍ତି ନେବେ, ତାହା ଦଳର ପ୍ରତ୍ୟେକ ନେତା ଓ କର୍ମୀଙ୍କ ପାଇଁ ବେଦର ଗାର।
ଏହି ପରିପ୍ରେକ୍ଷୀରେ ୧୦ ତାରିଖ ବୈଠକରେ ସୁଜାତାଙ୍କ ପ୍ରବେଶ ପାଇଁ ନବୀନ କିଛି ସଙ୍କେତ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।
କିଛି ଦିନ ହେଲା ବିଜେଡିର ଯୁବ-ଛାତ୍ର ନେତାମାନେ "ପାଣ୍ଡିଆନ୍ ଫେରି ଆସ" ନାମରେ ସାମାଜିକ ଗଣମାଧ୍ୟମରେ ଅଭିଯାନ ଚଳାଇଥିଲେ।
କିନ୍ତୁ ତାହାକୁ ସାଧାରଣରେ ଏତେଟା ସମର୍ଥନ ଦେଖିବାକୁ ମିଳି ନଥିଲା।
ସେଥି ପାଇଁ ଏବେ ପାଣ୍ଡିଆନଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ନେଇ ଦଳୀୟ ନେତାଙ୍କ ମୁହଁରେ ଚର୍ଚ୍ଚା ଆରମ୍ଭ କରିଦିଆଯାଇଥିବା କୁହାଯାଉଛି।
ଯଦି ଏଥିରେ ସେତେଟା ନକାରାତ୍ମକ ମତାମତ ନମିଳେ, ତେବେ ଚଳିତ ମାସ କିମ୍ବା ଜୁଲାଇରେ ସୁଜାତା ବିଜେଡିରେ ଯୋଗ ଦେବେ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।