Modi: ଆତ୍ମବିଶ୍ବାସର ସହ ବଢ଼ୁଛି ଭାରତ: ମୋଦୀ
ନୂଆଦିଲ୍ଲୀ: ବିଶ୍ବରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ ଅସ୍ଥିରତା ସତ୍ତ୍ବେ ଭାରତ ଆତ୍ମବିଶ୍ବାସ ଓ ଦୃଢ଼ତାର ସହ ବିକାଶ ପଥରେ ଆଗକୁ ବଢ଼ୁଛି। ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଥିବାବେଳେ ଏଥିପାଇଁ ସମ୍ମିଳିତ ଦାୟିତ୍ବ ବଢ଼ିଯାଇଛି। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦର ଏକାଦଶ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି। ବିକାଶ ଓ ରପ୍ତାନି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ପାଇଁ ଭାରତ ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷର କରିଛି। ଏସବୁ ରାଜିନାମା ଆମର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକ ପାଇଁ ଗୁରୁତ୍ବପୂର୍ଣ୍ଣ ସୁଯୋଗ ସୁଯୋଗ ଆଣିଛି।
V-Mart: ଭି-ମାର୍ଟର ରଜ କଲେକ୍ସନ ‘ଅଲ୍ ଏବାଉଟ୍ ହର୍’
ନିତି ଆୟୋଗ ପରିଚାଳନା ପରିଷଦ ବୈଠକ
ଅନ୍ତର୍ଜାତୀୟ ମାନଦଣ୍ଡର ଉତ୍ପାଦ ପ୍ରସ୍ତୁତ କରି ସେମାନଙ୍କୁ ବିଶ୍ବ ବଜାରରେ ପ୍ରବେଶ ଲାଗି ସମର୍ଥ କରିଛି। ଭାରତ ଯେଉଁ ଜନସାଂଖ୍ୟିକ ଲାଭାଂଶ ହାସଲ କରିଛି ତାହା ଆମ ପାଇଁ ଏକ ଐତିହାସିକ ସୁଯୋଗ ଆଣିଛି ଏବଂ ଆମେ ତାହାକୁ ହାତଛଡ଼ା କରି ପାରିବା ନାହିଁ। ଉଚ୍ଚ ମାନର ଶିକ୍ଷା, ଚାହିଦା ପରିଚାଳିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଇ ଯୁବବର୍ଗଙ୍କ ପାଇଁ ଉପଯୁକ୍ତ ପରିବେଶ ନିଶ୍ଚିତ ଭାବେ ସୃଷ୍ଟି କରିବାକୁ ହେବ। ସଶକ୍ତ ଯୁବବର୍ଗ ବିକଶିତ ଭାରତ ଯାତ୍ରାରେ ଏକ ପ୍ରମୁଖ ଶକ୍ତି ହେବେ। ରାଜ୍ୟଗୁଡ଼ିକ ମଧ୍ୟରେ ଆଲୋଚନାରେ ସହଯୋଗମୂଳକ ମନୋଭାବ ରଖାଯିବା ଆବଶ୍ୟକ। ଏକ୍ଷେତ୍ରରେ ନିତି ଆୟୋଗ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିଭଳି ବିକଶିତ ଭାରତ ହାସଲ କ୍ଷେତ୍ରରେ ମହିଳା ନେତୃତ୍ବାଧୀନ ବିକାଶ ଆଧାରଶିଳା ହେବ। ଚାଷ, ଷ୍ଟାର୍ଟଅପ୍ଠାରୁ ଆରମ୍ଭ କରି ବିଜ୍ଞାନ, ଉଦ୍ଭାବନ ଭଳି ସବୁ କ୍ଷେତ୍ରରେ ନାରୀ ଶକ୍ତିର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ରାଜ୍ୟଗୁଡ଼ିକ ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦେଇ ଭାରତର ବିକାଶ ଯାତ୍ରାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Judgement: ରାଜ୍ୟସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍କୋର୍ଟ
ପ୍ରଧାନମନ୍ତ୍ରୀ ସହଯୋଗମୂଳକ ସଂଘୀୟ ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବିକାଶକୁ ତ୍ବରାନିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତଭାବେ କାର୍ଯ୍ୟ କରୁଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଥିଲେ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।