Mobile Phone: ସାଟେଲାଇଟ୍ ଫୋନ୍ ସେବା ଆରମ୍ଭ କଲା ବିଏସ୍ଏନ୍ଏଲ୍
"ନୂଆଦିଲ୍ଲୀ: ଟେଲିକମ୍ ସେବା ପହଞ୍ଚି ପାରିନଥିବା ଅଞ୍ଚଳର ଲୋକମାନଙ୍କ ପାଖରେ ଯୋଗାଯୋଗ ବ୍ୟବସ୍ଥା ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ପକ୍ଷରୁ ନୂଆ ସାଟେଲାଇଟ୍ ଫୋନ୍ ଉନ୍ମୋଚନ କରାଯାଇଛି।
ଏହାର ଦାମ୍ ୧,୩୪,୧୬୬ ଟଙ୍କା ରହିଛି।
ସ୍ମାର୍ଟଫୋନ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଫୋନ୍ ଉପଗ୍ରହ ଜରିଆରେ କାମ କରିବ। Advertisment ତେବେ ଏହି ଫୋନ୍କୁ ଯେ କେହି କିଣି ବ୍ୟବହାର କରିପାରିବେ ନାହିଁ।
ଭାରତରେ ସାଟେଲାଇଟ୍ ଫୋନ୍ କ୍ରୟ ପାଇଁ କଠୋର ନିୟମ ରହିଛି।
ଏହି ଫୋନ୍ କିଣିବା କିମ୍ବା ବ୍ୟବହାର କରିବା ପୂର୍ବରୁ ଗ୍ରାହକମାନଙ୍କୁ ଟେଲିକମ୍ ବିଭାଗର ଅନୁମତି ନେବାକୁ ପଡ଼ିବ।
ଜରୁରୀକାଳୀନ ସମୟରେ ବିଚ୍ଛିନ୍ନାଞ୍ଚଳଗୁଡ଼ିକରେ ଯୋଗାଯୋଗ ରକ୍ଷା କରିବାରେ ଏହି ଫୋନ୍ ସହାୟକ ହୋଇପାରିବ।
ଇନମାର୍ସାଟ୍ ଭଳି ଅନ୍ତର୍ଜାତୀୟ ସାଟେଲାଇଟ୍ ନେଟ୍ୱର୍କ ସହଯୋଗରେ କମ୍ପାନି ଏହି ଫୋନ୍ ବିକାଶ କରିଛି।
ଏହି ଫୋନ୍ରେ ଭଏସ୍ କଲ୍ କରିହେବ, ଜରୁରୀକାଳୀନ ସମୟରେ ଏସ୍ଓଏସ୍ ବାର୍ତ୍ତା ପଠାଇ ହେବ।
ଏହାର ବ୍ୟାଟେରି ଦୀର୍ଘ ସମୟ ଚାଲିବ।
ସାଧାରଣ ଲୋକ ନୁହେଁ, ବିଚ୍ଛିନ୍ନାଞ୍ଚଳରେ କାମ କରୁଥିବା ସଂଗଠନ ଓ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିମାନଙ୍କୁ ନଜରରେ ରଖି ବିଏସ୍ଏନ୍ଏଲ୍ ଏହି ଫୋନ୍ ଆଣିଛି।
ପ୍ରତିରକ୍ଷା, ସାମୁଦ୍ରିକ ପରିଚାଳନା, ବିପର୍ଯ୍ୟୟ ପରିଚାଳନା, ଖଣି, ଦୁର୍ଗମ ଅଞ୍ଚଳରେ ଥିବା ଶିଳ୍ପ କାରଖାନା, ଦୁର୍ଗମ ଅଞ୍ଚଳରେ ତୀର୍ଥ ଭ୍ରମଣ କରୁଥିବା ଲୋକମାନଙ୍କ ପାଇଁ ବିଏସ୍ଏନ୍ଏଲ୍ ଏହି ସାଟେଲାଇଟ୍ ଫୋନ୍ ଆଣିଛି।
ମୋବାଇଲ ଫୋନ୍ ପାଇଁ ମା"ଙ୍କୁ ହତ୍ୟା: ମାତୃହନ୍ତାକୁ ଗିରଫ କଲା ପୁଲିସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।