Odia Virtual Academy ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ‘ପରିଚୟ’ କର୍ମଶାଳା

Jul 09, 2026 - 18:02
Odia Virtual Academy ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ‘ପରିଚୟ’ କର୍ମଶାଳା

"ଭୁବନେଶ୍ୱର:  ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଦୁଇଦିନିଆ କର୍ମଶାଳା "ପରିଚୟ" ଅନୁଷ୍ଠିତ ହୋଇଛି।

Advertisment ସି.ୱାଇ.ଏସ୍‍.ଡି.

ସଭାଗୃହରେ ଅନୁଷ୍ଠିତ  ଉଦ୍‌ଘାଟନୀ ଉତ୍ସବରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ନିଜ ଅଭିଭାଷଣରେ କହିଥିଲେ, ଓଡ଼ିଶାର ବିଭିନ୍ନ ସ୍ଥାନ, ଜଣାଶୁଣା ବ୍ୟକ୍ତିତ୍ୱ, ବିଭିନ୍ନ କାର୍ଯ୍ୟକ୍ରମ, ଘଟଣା ଓ ପାରମ୍ପରିକ ଖାଦ୍ୟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଡିଜିଟାଲ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବାର ଗୁରୁତ୍ୱ ରହିଛି ।

Odia language: ବିକ୍ରମଖୋଲ ଶିଳାଲେଖ ଏବେ ବିଲୁପ୍ତି ଦ୍ବାରରେ: ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ପ୍ରମୁଖ ଆଧାର ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିମାନେ ଅଂଶଗ୍ରହଣ କରି ରାଜ୍ୟର ପ୍ରସିଦ୍ଧ ସ୍ଥାନ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦିବଂଗତ ଓ ଜୀବିତ ବ୍ୟକ୍ତିତ୍ୱ, କାର୍ଯ୍ୟକ୍ରମ ଓ ଘଟଣା, ଉତ୍ସବାନୁଷ୍ଠାନ ଓ ପାରମ୍ପରିକ ଖାଦ୍ୟ ଉପରେ ଆଲୋଚନା କରିଥିଲେ ।

ଏକାଡେମୀର ସଚିବ ଡ.

ପ୍ରଦୀପ କୁମାର ରାଉତ ଉଦ୍ଘାୀଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ ଓଡ଼ିଆ ଭାଷାର ଉନ୍ନତି ସହିତ ଆମ ଅର୍ଥନୀତିର ବିକାଶ ଜଡ଼ିତ ।

ଓଡ଼ିଶାର ବିଭିନ୍ନ ସ୍ଥାନ, ପ୍ରତିଷ୍ଠାନ, ଖାଦ୍ୟ, ବେଶପୋଷାକ ଆଦିର ପ୍ରଚାର ପ୍ରସାର ଦ୍ୱାରା ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବା ସହିତ ନୂଆ ପିଢ଼ିଙ୍କୁ ଆମ ଅର୍ଥନୈତିକ ବିକାଶର ଅଂଶୀଦାର କରାଯାଇ ପାରିବ ।କର୍ମଶାଳାରେ ଚାରିଟି ଅଧିବେଶନରେ ପ୍ରତିନିଧିମାନେ ବ୍ୟାପକ ଆଲୋଚନା କରିଥିବା ବେଳେ ଡ.

ଅଜୟ କୁମାର ମିଶ୍ର, ଡ.

ଅଭିରାମ ବିଶ୍ୱାଳ, ଡ.

ଶାନ୍ତନୁ କୁମାର ରଥ, ମାନସ ମୁଦୁଲି ଓ ରିତୁ ପଟ୍ଟନାୟକ ସଂସାଧନ ବକ୍ତା ଭାବରେ ଯୋଗ ଦେଇଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ଉତ୍କଳଗୌରବ କର୍ମଶାଳାର ଉଦ୍ଯାପନ କାର୍ଯ୍ୟକ୍ରମରେ ସି.ୱାଇ.ଏସ୍‍.ଡି.ର ପ୍ରତିଷ୍ଠାତା ଜଗଦାନନ୍ଦ, ଓକାକ୍ର  ଜେନେରାଲ ମ୍ୟାନେଜର ସବ୍ୟସାଚୀ ହୋତା ଏବଂ ଓଡ଼ିଶା ନଲେଜ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଡ.

ମନୋରଞ୍ଜନ ପୋଥାଳ ବକ୍ତବ୍ୟ ରଖିଥିଲେ ।

ପ୍ରତିନିଧିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏକାଡେମୀର ବରିଷ୍ଠ ପରିଚାଳକ ସ୍ମୃତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଉଭୟ ଦିନ କାର୍ଯ୍ୟକ୍ରମରେ ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର, ପରାମର୍ଶଦାତା ଡ.

ଡି.

ଏନ୍‍.

ମହାନ୍ତି, ଦେବାନନ୍ଦ ଭଞ୍ଜ, ସଚ୍ଚିଦାନନ୍ଦ ପଣ୍ଡା, ସୂର୍ଯ୍ୟରଞ୍ଜନ ମହାନ୍ତି ଓ ସୂର୍ଯ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।