Cricket: ଗ୍ଲସେଷ୍ଟରସାୟର ସହ ସାଇ କିଶୋରଙ୍କ ଚୁକ୍ତି
"ନୂଆଦିଲ୍ଲୀ: ଭାରତୀୟ ଲେଗ୍ ସ୍ପିନର ଆର୍ ସାଇ କିଶୋର ଚଳିତ କାଉଣ୍ଟି ଚାମ୍ପିଅନ୍ସିପ୍ ଲାଗି ଗ୍ଲସେଷ୍ଟରସାୟର ସହ ଚୁକ୍ତି କରିଛନ୍ତି।
ଗ୍ଲସେଷ୍ଟରସାୟର ପକ୍ଷରୁ ସେ ଚଳିତ କାଉଣ୍ଟିର ଅବଶିଷ୍ଟ ୬ ମ୍ୟାଚ୍ ଖେଳିବେ।
ଏହା ତାଙ୍କର ଦ୍ବିତୀୟ କାଉଣ୍ଟି ଚୁକ୍ତି।
ଗତ ଜୁଲାଇରେ ସେ ସରେ ପକ୍ଷରୁ ୨ କାଉଣ୍ଟି ମ୍ୟାଚ୍ ଖେଳି ୧୧ ୱିକେଟ୍ ଅକ୍ତିଆର କରିଥିଲେ।
Advertisment ଚଳିତ ଋତୁରେ ଗ୍ଲସେଷ୍ଟରସାୟର ୮ ମ୍ୟାଚ୍ ଖେଳି କେବଳ ଗୋଟିଏ ଜିତିଛି।
ଫଳରେ ଆଗକୁ ଯିବାର ରାସ୍ତା ଏହି ଦଳର ବନ୍ଦ ହୋଇଯାଇଛି।
ହେଲେ ସମ୍ମାନର ସହ ପ୍ରତିଯୋଗିତା ଶେଷ କରିବା ଲାଗି ଏହାର କ୍ରିକେଟ୍ ନିର୍ଦେଶକ ଜନ୍ ଲୁଇସ୍ ଦଳରେ ଭାରତୀୟ ବୋଲର ସାଇ କିଶୋରଙ୍କୁ ସାମିଲ କରିଛନ୍ତି। "ଦଳରେ ସାଇ କିଶୋରଙ୍କୁ ନେଇ ଆମେ ବହୁତ ଖୁସି।
ସେ ଜଣେ ଅଭିଜ୍ଞ କ୍ରିକେଟର।
ଆମ କ୍ଲବ୍ର ଶେଷ ୬ ମ୍ୟାଚ୍ରେ ସେ ଖେଳିବେ।
Cricket: ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅଚାନକ ସନ୍ୟାସ ନେଲେ ବେନ୍ ଷ୍ଟୋକ୍ସ ଏହି ବିଦେଶୀ ସ୍ପିନର ନିଶ୍ଚିତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି" ବୋଲି ଇଂଲଣ୍ଡ ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ ଲୁଇସ୍ କହିଛନ୍ତି।
ଚୁକ୍ତି ପରେ ସାଇ କିଶୋର କହିଛନ୍ତି, ଗ୍ଲସେଷ୍ଟରସାୟର ମୋତେ ସୁଯୋଗ ଦେଇଥିବାରୁ ଧନ୍ୟବାଦ।
ଗ୍ଲସେଷ୍ଟରସାୟର ଏକ ଭଲ ଦଳ।
ମୁଁ ଏହି ଦଳରେ ଖେଳିବାକୁ ଉତ୍ସାହିତ ଅଛି""।
ସେ ୱର୍ସେଷ୍ଟରସାୟର ବିପକ୍ଷରେ ଚେଲଟନ୍ହାମରେ ଅଗଷ୍ଟ ୨୦ରୁ ଖେଳି ଅଭିଯାନ ଆରମ୍ଭ କରିବେ।
ସାଇ କିଶୋର ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୨୪.୨୧ ହାରରେ ୨୨୩ ୱିକେଟ୍ ଅକ୍ତିଆର କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।