bike accident ଗଛକୁ ପିଟିଲା ବାଇକ୍, ଦୁର୍ଘଟଣାରେ ୨ ମୃତ
"ସୁନ୍ଦରଗଡ଼/ବାଲିଶଙ୍କରା: ଆଜି ଅପରାହ୍ଣରେ କୁକୁଡ଼ାନାଳ ସେତୁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି।
Advertisment motorcyle involved in accident ସୂଚନାନୁସାରେ, ଆଜି (ବୁଧବାର) ଅପରାହ୍ଣ ପ୍ରାୟ ୨ଟା ବେଳେ କିଞ୍ଜିରକେଲା ଥାନା ତିଲେଇକାନି କୁକୁଡ଼ାନାଳ ସେତୁ ନିକଟରେ ଏକ ଦୁର୍ଘଟଣା ଘଟିଥିବା ଖବର ମିଳିଥିଲା।
ସୂଚନା ପାଇ ପୁଲିସ ସେଠାରେ ପହଞ୍ଚିଥିଲା।
ରାସ୍ତାକଡ଼ରୁ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ମୋଟର ସାଇକଲ୍ (ସିଜି ୨୨ ୱାଇ ୩୬୩୭)କୁ ଜବନ କରାଯାଇଛି।
ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ଧକ୍କା ଦେବାରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।
ଯୁବକଙ୍କ ଶବକୁ ହସ୍ପିଟାଲ୍କୁ ପଠାଯାଇଛି।
ମୃତ ଯୁବକମାନେ ହେଲେ ଶାଗଯୋର ଗାଁର ରମେଶ ପ୍ରଧାନ (୨୩) ଓ ଲକ୍ରାଯୋର ଜାମଟୋଲିର କୁନ୍ଦୁ କୁଜୁର (୨୨)।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।