mobile phone dispute ମୋବାଇଲ୍ ଧରିବାକୁ ମନା କରିବାରୁ ଘର ଛାଡ଼ିଥିଲେ ଛାତ୍ର, ମିଳିଲା ଝୁଲନ୍ତା ଶବ
"ରାଇରଙ୍ଗପୁର/ବାଦାମପାହାଡ: ପିତାମାତା ମୋବାଇଲ୍ ଧରିବାକୁ ତାଗିଦ୍ କରିଥିଲେ ବୋଲି ଏକାଦଶ ଶ୍ରେଣୀର ଜଣେ ଛାତ୍ର କୋପରେ ଘର ଛାଡ଼ି ଚାଲିଯାଇଥିଲେ।
ପରଦିନ, ତାଙ୍କର ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି।
ଏହି ଘଟଣାକୁ ନେଇ କରଞ୍ଜିଆରେ ଆଲୋଚନା ଜୋର ଧରିଛି।
Advertisment Mobile Phone: ଡିସେମ୍ବରରେ ଯୋଡ଼ି ହେଲେ ୧,୭୯,୩୫୧ ନୂଆ ମୋବାଇଲ ଗ୍ରାହକ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଘଡାଡେଗା ଗ୍ରାମର କରୁଣାକର ମାଝୀଙ୍କ ପୁଅ ସଚିନ ମାଝୀ (୧୬) କରଞ୍ଜିଆ ବ୍ଲକ ଅନ୍ତର୍ଗତ ତାଟୋସ୍ଥ ଏକଲବ୍ୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ପାଠ ପଢୁଥିଲେ ।
କିଛି ଦିନ ପୂର୍ବରୁ ସେ ଘରକୁ ଆସିଥିଲେ ।
ଘରେ ଥିବା ସମୟରେ ସେ ପାଠ ନ ପଢ଼ି ମୋବାଇଲରେ ବହୁ ସମୟ ଧରି ଗ୍ୟାମ୍ ଖେଳୁଥିଲେ ।
ପିତାମାତା ମୋବାଇଲ୍ ଧରିବାକୁ ମନା କରିବା ସହ ତାଗିଦ କରିଥିଲେ।
ଏଥିରେ ସେ ଗତ ୧୪ ଅଗଷ୍ଟରେ ଘରୁ କୁଆଡେ ପଳାଇଥିଲେ।
ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ସଚିନକୁ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧକ ଅନେକ ଖୋଜାଖୋଜି କରି ବିଫଳ ହୋଇଥିଲେ।
Child Mobile Phone Effects:କଥା କଥାରେ ପିଲାଙ୍କୁ ଫୋନ୍ ଧରାଉଛନ୍ତି କି?
ଆଣିବ ଗମ୍ଭୀର ସମସ୍ୟା ଶେଷରେ ଉପାୟ ନପାଇ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ।
ତେବେ ଗତକାଲି (ଗୁରୁବାର, ୨୦ ତାରିଖ) ସନ୍ଧ୍ୟା ସମୟରେ କିଛି ଲୋକ ଯୋଡ଼ାପୋଖରୀ ନିକଟରେ ଥିବା ନାଳରେ ମାଛ ଧରୁଥିବା ସମୟରେ ଏକ ଗଛରେ ଏକ ଗଳିତ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା।
ସଚିନ ଙ୍କ ପରିବାର ଲୋକେ ଖବର ପାଇ ଶବକୁ ଚିହ୍ନଟ କରିଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲା।
ପୁଲିସ ଶବକୁ ରାଇରଙ୍ଗପୁର ହସ୍ପିଟାଲ୍ ବ୍ୟବଛେଦ ପାଇଁ ପଠାଇଥିଲା।
ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ଶବ କରାଯାଇଛି ।
ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


