29 OCTOBER 2026

Welcome!

Unlock your personalized experience.
Sign Up

Mahua Moitra's Plea: ଏଆଇଏଫ୍‌ ଓ ଏଫ୍‌ପିଆଇର ନିବେଶ ବିବରଣୀ ସାର୍ବଜନୀନ କରିବାକୁ ଦାବି

Oct 29, 2026 - 19:04
Mahua Moitra's Plea: ଏଆଇଏଫ୍‌ ଓ ଏଫ୍‌ପିଆଇର ନିବେଶ ବିବରଣୀ ସାର୍ବଜନୀନ କରିବାକୁ ଦାବି

ନୂଆଦିଲ୍ଲୀ: ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍‌), ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ଏବଂ ସେମାନଙ୍କ ମଧ୍ୟସ୍ଥ ସଂସ୍ଥାଗୁଡ଼ିକର ପ୍ରକୃତ ଲାଭାର୍ଥୀ ମାଲିକ ଓ ନିବେଶ ବିବରଣୀ ସାର୍ବଜନୀନ କରିବାକୁ ଦାବି କରିତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଦାଖଲ କରିଥିବା ଜନସ୍ୱାର୍ଥ ମାମଲାକୁ ଗୁରୁବାର ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏଭଳି ତଥ୍ୟ ସାର୍ବଜନୀନ କରିବା ପାଇଁ ବର୍ତ୍ତମାନ କୌଣସି ଆଇନଗତ କିମ୍ବା ନିୟାମକ ବ୍ୟବସ୍ଥା ନ ଥିବାରୁ ଏଥିପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ନିର୍ଦ୍ଦେଶ ଦେଇହେବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

ନୂଆ ନିୟମ ପ୍ରଣୟନ କରିବା ଭଳି ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ

ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା, ଜଷ୍ଟିସ୍‌ ଆର୍‌. ମହାଦେବନ ଓ ଜଷ୍ଟିସ୍‌ ଡି.କେ. ଉପାଧ୍ୟାୟଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ମୈତ୍ରଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି ଉପସ୍ଥାପନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ଥିଲେ। ଶୁଣାଣି ସମୟରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, ଏହି ପ୍ରସଙ୍ଗକୁ ମୈତ୍ର ସଂସଦରେ ଉଠାଇ ଆଲୋଚନା ପାଇଁ କାହିଁକି ଦାବି କଲେ ନାହିଁ। ଏକ ବିଦ୍ୟମାନ ଆଇନ କିମ୍ବା ନିୟମର ଅନୁପାଳନ ହେଉ ନ ଥିଲେ ଅଦାଲତ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇପାରିବେ। କିନ୍ତୁ ଆଇନଗତ ବ୍ୟବସ୍ଥା ନ ଥିବାବେଳେ ନୂଆ ନିୟମ ପ୍ରଣୟନ କରିବା ଭଳି ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ।
ମୈତ୍ରଙ୍କ ଆବେଦନରେ ଦର୍ଶାଯାଇଥିଲା ଯେ, ଏଆଇଏଫ୍‌ ଓ ଏଫ୍‌ପିଆଇ ମାଧ୍ୟମରେ ଭାରତୀୟ କମ୍ପାନିଗୁଡ଼ିକରେ ଅର୍ଥ ନିବେଶ ହେଉଥିଲେ ମଧ୍ୟ ଏହା ପଛରେ ଥିବା ପ୍ରକୃତ ବ୍ୟକ୍ତି ବା ମାଲିକଙ୍କ ପରିଚୟ ସାଧାରଣ ନିବେଶକଙ୍କୁ ଜଣାପଡ଼ୁନାହିଁ।

ଏହା ଫଳରେ ସେୟାର ବଜାରରେ ଅସ୍ୱାଭାବିକ ଭାବେ ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ କରି ଛୋଟ ନିବେଶକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ପୂର୍ବରୁ ପ୍ରକୃତ ଲାଭାର୍ଥୀ ମାଲିକଙ୍କ ବିବରଣୀ ପ୍ରକାଶ କରିବାର ବ୍ୟବସ୍ଥା ଥିଲା, କିନ୍ତୁ ୨୦୧୮ରେ ଏହାକୁ ହଟାଇ ଦିଆଯାଇଥିଲା। ଅନ୍ୟପକ୍ଷରେ, ତୁଷାର ମେହେଟ୍ଟା ଯୁକ୍ତି ଦେଇଥିଲେ ଯେ ଏଭଳି ତଥ୍ୟ ସାର୍ବଜନୀନ କରିବାର ନିଷ୍ପତ୍ତି ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇପାରେ। ସେବିର ଉତ୍ତର ଅନୁଧ୍ୟାନ କରି ଖଣ୍ଡପୀଠ କହିଥିଲେ ଯେ, ନିୟାମକ ତଦାରଖ ପାଇଁ ଏଆଇଏଫ୍‌ ଓ ଏଫ୍‌ପିଆଇଗୁଡ଼ିକ ସେବି କିମ୍ବା ସମ୍ପୃକ୍ତ ରକ୍ଷଣକାରୀ ସଂସ୍ଥାକୁ ନିବେଶ ସମ୍ପର୍କିତ ତଥ୍ୟ ଦେଉଛନ୍ତି। କିନ୍ତୁ ସେହି ତଥ୍ୟକୁ ଜନସାଧାରଣଙ୍କ ପାଇଁ ପ୍ରକାଶ କରିବାକୁ ବାଧ୍ୟ କରୁଥିବା ଆଇନ ନାହିଁ। ତେଣୁ ସମ୍ବିଧାନର ଧାରା ୩୨ ଅନୁଯାୟୀ ଏଭଳି ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ ବୋଲି କହି ଅଦାଲତ ଆବେଦନକୁ ଖାରଜ କରି ଦେଇଛନ୍ତି।

ଅନ୍ୟକୁ ଉପଦେଶ ଦେବା ବନ୍ଦ କର, ବାରାଣସୀ ଓ ନାଗପୁର ପରାଜୟର ସମୀକ୍ଷା କର: ମୋଦୀଙ୍କୁ କଂଗ୍ରେସର ଜବାବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)