MLA-Anganwadi Workers Clash: କାନ୍ଦି କାନ୍ଦି ଅଙ୍ଗନବାଡି କର୍ମୀଙ୍କ ପ୍ରଶତନ, କଟାକ୍ଷ କଲେ ବିଧାୟକ; ଭିଡ଼ିଓ ଭାଇରାଲ

Jun 26, 2026 - 14:25
MLA-Anganwadi Workers Clash: କାନ୍ଦି କାନ୍ଦି ଅଙ୍ଗନବାଡି କର୍ମୀଙ୍କ ପ୍ରଶତନ, କଟାକ୍ଷ କଲେ ବିଧାୟକ; ଭିଡ଼ିଓ ଭାଇରାଲ

ସଭାମଞ୍ଚରେ ବିଧାୟକ-ଅଙ୍ଗନବାଡ଼ି କର୍ମୀଙ୍କ ଯୁକ୍ତିତର୍କ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍। ବିଧାୟକ କଟାକ୍ଷ କରିଥିବା ଅଭିଯୋଗ ଆଣି ତାତିଲେ ଅଙ୍ଗନବାଡି କର୍ମୀ। ଗଞ୍ଜାମ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ ଏକ ସରକାରୀ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀଙ୍କୁ ଭୋଟ୍ ବେଳେ ତୁମେ ଯାହା ପାଇଁ ଆଣ୍ଠେଇ ଥିଲ ତାକୁ କୁହ ବୋଲି କହିବାରୁ ବିବାଦ ଦେଖାଦେଇଛି। 

ବୁଧବାର ପୁରୁଷୋତ୍ତମପୁର ବ୍ଲକ ପରିସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ୍ ବଣ୍ଟନ କରାଯାଉଥିଲା। ତେବେ ଜଣେ ଅଙ୍ଗନୱାଡ଼ି କର୍ମୀ 4G ମୋବାଇଲ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଧାୟକଙ୍କୁ ଗୁହାରି କରିଥିବା ବେଳେ ବିଧାୟକ କଟାକ୍ଷ କରିଥିବା ଅଭିଯୋଗ ହୋଇଛି। 

ଜଣେ ଅଙ୍ଗନବାଡି କର୍ମୀ କାନ୍ଦି କାନ୍ଦି ମଞ୍ଚ ଉପରେ ବିଧାୟକଙ୍କ ସହ ଯୁକ୍ତିତର୍କ କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ। କହିଛନ୍ତି, କୌଣସି ମନ୍ଦ ଉଦେଶ୍ୟ ରଖି ସେ କହିନାହାନ୍ତି। ବିରୋଧୀ ଜାଣିଶୁଣି ଏହାକୁ ବଢ଼ାଉଥିବା କହିଛନ୍ତି।