Missile attack: ରିୟାଦ ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼କୁ ଭାରତର ନିନ୍ଦା

Oct 11, 2026 - 19:56
Missile attack: ରିୟାଦ ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼କୁ ଭାରତର ନିନ୍ଦା

"ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ କିଙ୍ଗ୍‌ ଖାଲିଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଅକ୍ଟୋବର ୧୦ ତାରିଖରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ଭାରତ ତୀବ୍ର ନିନ୍ଦା କରିଛି।

ଏହି ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି।

ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ କରିଥିବା କୁହାଯାଉଛି।

ସାଧାରଣ ନାଗରିକ ଓ ସେମାନଙ୍କ ବ୍ୟବହାରରେ ଥିବା ଭିତ୍ତିଭୂମି ଉପରେ ବାରମ୍ବାର ଆକ୍ରମଣକୁ ଭାରତ "ସମ୍ପୂର୍ଣ୍ଣ ଅଗ୍ରହଣୀୟ" ବୋଲି କହିବା ସହ ଏହା ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛି।Advertisment ଭାରତର ବୈଦେଶିକ ମନ୍ତ୍ରଣାଳୟ ରବିବାର ଏକ ବିବୃତିରେ କହିଛି ଯେ ଅକ୍ଟୋବର ୧୦ର ଆକ୍ରମଣ ସମେତ ଗତ କିଛି ଦିନ ଧରି ରିୟାଦ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜୀବନହାନି ଓ ଲୋକେ ଆହତ ହେବା ସହ ସମ୍ପତ୍ତି ନଷ୍ଟ ହୋଇଛି।

ଭାରତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛି।

ସାଉଦି ଆରବର ସାର୍ବଭୌମତ୍ୱ ରକ୍ଷା ସହ ଦେଶର ଲୋକ ଓ ସରକାରଙ୍କ ସହିତ ଭାରତ ଦୃଢ଼ ଭାବେ ଠିଆ ହୋଇଛି ବୋଲି ବିବୃତିରେ କୁହାଯାଇଛି।

Attack: ରିୟାଦ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ, ୩୦୦ରୁ ଅଧିକ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)