Missile Attack On Ukraine: ୟୁକ୍ରେନ୍‌ରେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ତେଲଙ୍ଗାନା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

Sep 02, 2026 - 17:50
Missile Attack On Ukraine: ୟୁକ୍ରେନ୍‌ରେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ତେଲଙ୍ଗାନା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

"ନୂଆଦିଲ୍ଲୀ: ୟୁକ୍ରେନରେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ତେଲଙ୍ଗାନାର ଜଗତିଆଲ ଜିଲ୍ଲାର ଜଣେ ୪୨ ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ତେଲଙ୍ଗାନାର ଅନ୍ୟ ଜଣେ ବ୍ୟକ୍ତି କ୍ଷେପଣାସ୍ତ୍ର ଆକ୍ରମଣରେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାମ ଭାଭିଲାଲା ସୁଦର୍ଶନ ଗୌଡ଼ ଓ ସେ ହୁସନାବାଦ ଗାଁର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି।Advertisment ସୁଦର୍ଶନ ଚାରି ମାସ ତଳେ କାମ ଅନ୍ବେଷଣରେ ଜଣେ ସମ୍ପର୍କୀୟଙ୍କ ସହିତ ୟୁକ୍ରେନ୍‌ ଯାଇଥିଲେ।

ସେ ନିର୍ମାଣ କ୍ଷେତ୍ରରେ କାମ କରୁଥିଲେ।

ଓଡେସାରେ ରହୁଥିବା ସମୟରେ ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ଗୌଡଙ୍କ ମୃତ୍ୟୁ ହୋଇଥିଲା।

ସେ ବିମାନ ଆକ୍ରମଣ ଚେତାବନୀ ପରେ ରହୁଥିବା ଘର ଛାଡି ବାହାରକୁ ଆସିବା ପରେ ତାଙ୍କ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା।

ୟୁକ୍ରେନସ୍ଥିତ ଭାରତୀୟ ଦୂତାବାସ ସୁଦର୍ଶନଙ୍କ ପରିବାରକୁ ଖବର ଜଣାଇବା ସହିତ ଶୋକବ୍ୟକ୍ତ କରିଛି।

ସୁଦର୍ଶନଙ୍କ ମୃତଦେହ ଫେରାଇ ଆଣିବାରେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି।

ଦୂତାବାସ ସୁଦର୍ଶନଙ୍କ କମ୍ପାନୀ ଓ ୟୁକ୍ରେନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି।

ରୁଷ୍‌ ଆକ୍ରମଣରେ ଆହତ ହୋଇଥିବା ତେଲଙ୍ଗାନାର ଆଉ ଜଣେ ବ୍ୟକ୍ତିଙ୍କୁ ୩୫ ବର୍ଷୀୟ ଗଣେଶ କଲେଡା ବୋଲି ଚିହ୍ନଟ କରାଯାଇଛି।

ଏହି ଦୁଃଖଦ ଘଟଣା ନିଯୁକ୍ତି ପାଇଁ ସଂଘର୍ଷ ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରୁଥିବା ଭାରତୀୟଙ୍କ ସୁରକ୍ଷା ପ୍ରତି ନୂତନ ଚିନ୍ତା ସୃଷ୍ଟି କରିଛି।

ଗତକାଲି ରୁଷ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣରେ ୟୁକ୍ରେନରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।

୨୦୦ ବର୍ଷ ପରେ ପରିବାରରେ ଝିଅ ଜନ୍ମ: ମହାରାଷ୍ଟ୍ର ପରିବାର ରଥରେ ବସାଇ ସ୍ବାଗତ କଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)