minors Sexually Assaulted ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଦୁଇ ନାବାଳକ, ଜଣେ ଅଭିଯୁକ୍ତ ଫେରାର୍ ଓ ଜଣେ ଅଟକ
"ରାଇରଙ୍ଗପୁର/ବିଜାତଳା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ଦୁଇଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।
ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଦୁଇଜଣ ନାବାଳକ ହୋଇଥିବା ବେଳେ ଜଣକୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟଜଣେ ଫେରାର୍ ହୋଇଯାଇଛି।
Advertisment Puri: ନାବାଳକ ହତ୍ୟା ଘଟଣାରେ ପୁରୀ ପୁଲିସକୁ ବଡ଼ ସଫଳତା: ଗିରଫ ହେଲେ ୧୮ ଜଣ ଅଭିଯୁକ୍ତ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ସେହି ଅଞ୍ଚଳର ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ନାବାଳକ ଜଣଙ୍କୁ ପୁଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି ଓ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଯାଇଛି।
ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ କେସ ନଂ ୧୪୭/୨୬ ରେ ଏକ ମାମଲା ରୁଜୁ ହୋଇଛି।
ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବସରେ ନାବଳିକାଙ୍କୁ ଦୁଷ୍କର୍ମ: ୬ଗିରଫ ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ନୁଷାଡିହି ଜଣେ ନାବାଳିକାଙ୍କୁ ଅନ୍ୟ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି ।
ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ଅଛି ।
ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି ।
ଏନେଇ ଗ୍ରାମଞ୍ଚଳ ଥାନାରେ କେସ ନଂ ୧୫୦/୨୬ ରେ ଏକ ମାମଲା ରୁଜୁ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
