Minor Sisters: ଭଙ୍ଗା କୁଡ଼ିଆରେ ୪ ବାପାମା ଛେଉଣ୍ଡ ନାବାଳିକା
"ନୀଳଗିରି(ଲୋକନାଥ ଦଳେଇ): ୩ ମାସ ପୂର୍ବରୁ ଜନ୍ମଦାତା ପିତାମାତା ଆରପାରିରେ।
ଜନ୍ମିତ ୪ ନାବାଳିକା ସନ୍ତାନକୁ ସଂସାରରେ ଛାଡ଼ି ଚାଲିଗଲା ପରେ ଏବେ ସେମାନେ ଏକ ଭଙ୍ଗା କୁଡ଼ିଆରେ ଅନାହାରରେ ଶୀକାର ହୋଇଛନ୍ତି।
ବାପାମାଙ୍କର ରାଶନ କାର୍ଡର ୧୦କେଜି ଚାଉଳ କେବଳ ଏକମାତ୍ର ସାହାରା ପାଲଟିଛି।
ସ୍ୱର୍ଣ୍ଣଚୁଡ଼ ପାହାଡ ଉପରେ ଥିବା ଭଙ୍ଗା କୁଡ଼ିଆ ଉପରେ ଦରି ପଲିଥିନ ନଡ଼ା ଛପର ତଳେ ବିତୁଛି ଜୀବନ।Advertisment ତେବେ ଅଦ୍ୟାବଧି ଏହି ବେସାହାରା କୁନିକୁନି ଝିଅଙ୍କ ଉପରେ ପ୍ରଶାସନ ଶୁଭଦୃଷ୍ଟି ପଡ଼ିନାହିଁ।
ପିତାମାତାଙ୍କ ଅକାଳ ବିୟୋଗ ପରେ ସମସ୍ତଙ୍କ ପାଠ ପଢ଼ା ବନ୍ଦ ହୋଇଯାଇଥିବା ବେଳେବଡ଼ ଭଉଣୀ ଦୀପାଲି ମଝିଆ ଭଉଣୀ ରୂପାଲି ଝିଅ ଏବେ ଲୋକଙ୍କ ଘରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।
ଏକ ବିଡମ୍ବନାର କଥାହେଲା ସବାସାନ ଝିଅ ଏବେ ବୋନ ଟିଭି ରୋଗରେ ପୀଡ଼ିତା ରହିଛନ୍ତି।
ଏନେଇ ଗ୍ରାଉଣ୍ଡ ଜିରୋ ନୀଳଗିରି ସମ୍ବାଦ ପ୍ରତିନିଧି ପହଁଚି ସ୍ଥିତି ପରଖି ବା ସହିତ ମୃତ ଅରବିନ୍ଦଙ୍କ ବଡ଼ ଝିଅ ଦୀପାଲିଙ୍କ ସହିତ ଆଲୋଚନା କରିଥିଲେ।
୧୦କେଜି ଚାଉଳ ଏକମାତ୍ର ସାହାରା ଏଭଳି ଏକ ହୃଦୟ ବିଦାରକ ଘଟଣା ଘାଟଘରସାହି ଗାଁ ରେ ଦେଖି ବାକୁ ମିଳିଛି ।
ସୂଚନାଯୋଗ୍ୟ ବାଲଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ୨ନମ୍ବର ୱାର୍ଡ ଘାଟଘର ସାହି ଗାଁ ସ୍ବର୍ଗତ ଅରବିନ୍ଦ ବେହେରା(୫୦) ଘୁଣ୍ଠ ଶୁନ ଥିବାରୁ ଗାଁ ମୁଣ୍ଡରେ ଥିବା ସ୍ୱର୍ଣ୍ଣ ଚୁଡ଼ପାହାଡ ମଧ୍ୟ ଭାଗରେ ଥିବା ଏକ ଚତୁରି ଉପରେ ଏକ କୁଡ଼ିଆରେ ଚାରି ପାଖ ଝାଟି ମାଟି ଘରେ ଭିତରେ ସ୍ତ୍ରୀ ସୁନି(୪୫)ବଡ଼ ଝିଅ ଦୀପାଲି(୧୩)ବଡ଼ମଝିଆରୂପାଲି(୧୧)ସାନ ମଝିଆ ସୋନାଲି(୯)ସାନ ଝିଅ ରୋଜାଲିନି(୫)କୁ ତେଲ ଲୁଣର ସଂସାର ଥିଲା।
ଅରବିନ୍ଦ ଓ ସ୍ତ୍ରୀ ସୁନି ପର ଘରେ ମୂଲ କରି ସଂସାର ଚଳାଉ ଥିଲେ।
ଗତ ଜୁନ ମାସରେ ଅଜଣା ରୋଗରେ ପୀଡିତ ହୋଇ ୧୫ଦିନ ଆଗ ପଛରେ ଆଗେ ସ୍ୱାମୀ ସ୍ତ୍ରୀ ଦୁହେଁ ଆର ପାରିକୁ ଚାଲିଯାଇଥିଲେ।
ପରେ ମାଆ ଛେଉଣ୍ଡ ୪ଜଣ ନାବାଳିକା ଘରେ କିଛି ଖାଇ ବାକୁ ନଥିବାରୁ ବଡ଼ ଝିଅ ଦୀପାଲି ଷଷ୍ଠ ଓ ବଡ଼ମଝିଆ ରୂପାଲି ୫ମ ଶ୍ରେଣୀରେ ପଢ଼ାରେ ଡୋରି ବାନ୍ଧି ପର ଘରେ କାମ କରି ଯାହାଦୁଇ ପଇସା ରୋଜଗାର କରୁଛନ୍ତି।ସେଥିରେ୪ଭଉଣୀ ଗୁଜୁରାଣ ମେଣ୍ଟାଉ ଛନ୍ତି।
ଘରଏପରି ପରିସ୍ଥିତିରେ ସାନ ମଝିଆ ସୋନାଲି ଘର ଜଗୁଥିବାରୁ ସେବି ପାଠ ପଢା ଛାଡି ଦେଇଛି।
ସବୁଠାରୁ ଦୁଃଖଦ ଖବର ହେଲା ସବା ସାନ ଝିଅ ରୋଜାଲିନି ପାନ ବରଜ ଅଙ୍ଗନୱାଡି କେନ୍ଦ୍ରରେ ପଢ଼ନ୍ତି।
ଦୀର୍ଘ ୧ମାସ ଧରି କାଶ ନ ଝାଡ଼ିବାରୁ ତାଙ୍କୁ ଟେଷ୍ଟକଲା ପରେ ରୋଜାଲିନିକୁ ବୋନ ଟିଭି ହୋଇଥିବା ଜଣାପଡିଛି।
ପରେ ପାନବରଜ ଅଙ୍ଗନୱାଡି କର୍ମୀ ଔଷଧ ଦେଉଥିବା ଜଣାପଡିଛି।
Flood: ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରାଜ୍ୟ ସରକାର ଏହି ଘଟଣା ଖୋଦ ନୀଳଗିରି ସହରରେ ହୋଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳି ନାହିଁ।
ଅପରପକ୍ଷରେ କିଛି ସମାଜସେବୀ ଶୁଖିଲା ଖାଦ୍ୟ, ଚାଉଳ, ପନିପରିବା ଦେଇଥିବା ଜଣାପଡିଛି।
ଘଟଣା ସମ୍ପର୍କରେ ଏନଏସି ଅଧିକାରୀ ଅଂଶୁମାନ ପରିଡାଙ୍କୁ ପଚାରିବାରୁ ସେ କହିଲେ ତାହା ମୋ ନଜର ଅଛି, ତାଙ୍କ ବାପା, ମା ମୃତ୍ୟୁ ପରେ ହରିଚନ୍ଦ୍ର ଯୋଜନା ଦେଇଥିଲୁ।
ପିଲାଙ୍କ ଆଧାର ସମାସ୍ୟା ଅଛି।
ବହୁତ ଶ୍ରୀଘ୍ର ତାଙ୍କର ଆଧାର ସମସ୍ୟା ଦୂର କରି ପିଲାମାନଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

