Minor Girl: ବୃଦ୍ଧଙ୍କ ଦ୍ୱାରା ଦୁଷ୍କର୍ମ ପୀଡ଼ିତା ନାବାଳିକା ଗୁରୁତର: ଏଡ୍ସ୍ ଆକ୍ରାନ୍ତ ପରେ ପରିବାର ଲୋକେ ଛାନିଆ
"ବାଲିପାଟଣା: ବାଲିପାଟଣା ଥାନା ଅଞ୍ଚଳରେ ପୁଣି ଏକ ଜଘନ୍ୟ କାଣ୍ଡ ଘଟିଛି ।
ଜଣେ ୬୨ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇ ନାବାଳିକା ଗୁରୁତର ହୋଇଛନ୍ତି ।
ପ୍ରଚୁର ରକ୍ତସ୍ରାବ ଯୋଗୁଁ ଚିକିତ୍ସା ପରେ ଡାକ୍ତରଙ୍କ ବୟାନ ପରିବାର ଲୋକଙ୍କ ନିଦ ହଜେଇ ଦେଇଛି।
ନାବାଳିକା ଡାକ୍ତରୀ ମାଇନା ପରେ ଏଡ଼ସ୍ ଆକ୍ରାନ୍ତ ବୋଲି ଜଣା ପଡିଛି ।ସେ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଅଛନ୍ତି ।ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସମ୍ପର୍କୀୟଙ୍କ ମୁହଁରୁ ଶୁଣିବାକୁ ମିଳୁଛି।
ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ବୃଦ୍ଧଙ୍କୁ ଉଠାଇ ଆଣି ଥାନାରେ ରଖି ପଚରାଉଚରା ଜାରି ରଖିଛି।Advertisment ପୀଡ଼ିତା ଗୁରୁତର ସୂଚନା ଅନୁସାରେ ଏହି ଥାନା ଅଞ୍ଚଳର ଜନୈକ ବ୍ୟକ୍ତି ପ୍ରଥମ ବିବାହ କରିଥିଲେ।
ପତ୍ନୀଙ୍କ ବିୟୋଗ ପରେ ସେ ଶାଳୀଙ୍କ ସହ ଶଶୁର ଘରେ ରହିଥିଲେ ।
ଉକ୍ତ ଗ୍ରାମର ଜନୈକ ୧୨ ବର୍ଷର ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଘରକୁ ଡାକି ବଳାତ୍କାର କରୁଥିଲେ ।
ଘଟଣା ସମ୍ପର୍କରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ନାବାଳିକାଙ୍କୁ ବୃଦ୍ଧ ଜଣଙ୍କ ଧମକ ଚମକ ଦେଇଥିଲେ।
ଏଥିରେ ବୃଦ୍ଧଙ୍କ ଶାଳୀଙ୍କ ଭୂମିକା ଥିବା ଅଭିଯୋଗରେ ଉଲ୍ଲେଖ ଅଛି ।
ଗତ ୨୦ ତାରିଖରେ ନାବାଳିକାଙ୍କ ରକ୍ତସ୍ରାବ ହୋଇଥିଲା ଏବଂ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ।ଝିଅର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ହସ୍ପିଟାଲ ନେଇଥିଲେ ।
ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଜଣା ପଡିଥିଲା ଯେ ନାବାଳିକାଙ୍କ ଯୌନାଙ୍ଗରେ ଗଭୀର କ୍ଷତ ହୋଇଛି ।
ଗର୍ଭ ନଷ୍ଟ ହେବା ସହ ଏଡ଼ସ୍ ବୋଲି ଜଣା ପଡିଥିଲା।
ଡାକ୍ତରଙ୍କ ରିପୋର୍ଟ ଆସିବା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଚାଇଲଡ ଲାଇନ ସଦସ୍ୟ ଭୁବନେଶ୍ୱରରେ ନାବାଳିକାଙ୍କ ସହ ଭେଟି ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ ବୃଦ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ପୁଲିସ ସୂତ୍ରରୁ ଜଣା ପଡିଛି।
Vigilance Raid: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିମସାର୍ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ "