Giorgia Meloni: ମୁଁ ଆମେରିକା ବିରୋଧୀ ନୁହେଁ କି କାହା ଆଗରେ ଆଣ୍ଠୁମାଡ଼ି ମୁଣ୍ଡ ନୁଆଇଁ ନାହିଁ: ମେଲୋନି

Jun 30, 2026 - 11:42
Giorgia Meloni: ମୁଁ ଆମେରିକା ବିରୋଧୀ ନୁହେଁ କି କାହା ଆଗରେ ଆଣ୍ଠୁମାଡ଼ି ମୁଣ୍ଡ ନୁଆଇଁ ନାହିଁ: ମେଲୋନି

"ରୋମ୍: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ପୁଣିଥରେ ଖବରରେ ରହିଛନ୍ତି।

ଗଣମାଧ୍ୟମକୁ ଦଇେଥିବା ତାଙ୍କର ଏକ ସାକ୍ଷାତକାର ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଏକ ସ୍ଥାନୀୟ ଇଟାଲୀୟ ଖବର ସଂସ୍ଥା ସହିତ କଥାବାର୍ତ୍ତା ସମୟରେ, ମେଲୋନି ତାଙ୍କ ସରକାର ଆମେରିକୀୟ ବିରୋଧୀ ମନୋଭାବ ଗ୍ରହଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ମୁଁ ଆମେରିକୀୟ ବିରୋଧୀ ନୁହେଁ।

ମୁଁ ଏବେ ଅବା ପୂର୍ବରୁ ଆଣ୍ଠୁମାଡ଼ି କାହା ଆଗରେ ମୁଣ୍ଡ ନୁଆଇଁ ନଥିଲି।

ମୁଁ ବିଶ୍ୱାସ କରେ ଯେ, ପାଶ୍ଚାତ୍ୟ ଅଧିକ ଶକ୍ତିଶାଳୀ ଏବଂ ଏକଜୁଟ ହୋଇଛି।

ମୁଁ ଏଥିପାଇଁ କାମ କରିଛି।

ଏହା ଦୃଢ଼ ସମ୍ପର୍କ ସ୍ପଷ୍ଟତା ଉପରେ ଆଧାରିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଟାଲୀରେ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ପରିଚାଳନା କରୁଥିବା ଚୁକ୍ତିନାମାଗୁଡ଼ିକୁ ସମ୍ମାନ କରାଯିବା ଉଚିତ୍ ଏବଂ ଏହାକୁ ଏକପାଖିଆ ଭାବରେ ପରିବର୍ତ୍ତନ କରାଯାଇପାରିବ ନାହିଁ।Advertisment ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା ସେହି ଚୁକ୍ତିନାମାଗୁଡ଼ିକୁ ସର୍ବଦା ସମ୍ମାନ ଦିଆଯାଇଆସିଛି, ଏବଂ ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ଅଛି ସେପର୍ଯ୍ୟନ୍ତ ସେଗୁଡ଼ିକୁ ଉଲ୍ଲଂଘନ କରାଯାଇପାରିବ ନାହିଁ।

ଇଟାଲୀ ଏକ ସାର୍ବଭୌମ ରାଷ୍ଟ୍ର ।

ମେଲୋନି ଆମେରିକାଠାରୁ ଦୂରେଇ ରହିଥିବା ପ୍ରଶ୍ନକୁ ଖଣ୍ଡନ କରି କହିଛନ୍ତି ଯେ, ୱାସିଂଟନ ସହିତ ତାଙ୍କର ସମ୍ପର୍କ ଆତ୍ମସମର୍ପଣ ନୁହେଁ ବରଂ ସହଭାଗୀତା ଉପରେ ଆଧାରିତ।

ସୂଚନାଯୋଗ୍ୟ,ଜି-୭ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା।

ଇଟାଲୀ ସାର୍ବଭୌମତ୍ୱ ଉପରେ ଗୁରୁତ୍ୱ ଦେଇଥିଲା ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନିଙ୍କ ଆମେରିକା ଗସ୍ତକୁ ବାତିଲ କରିଥିଲା। https://sambad.in/india-and-beyond/20-injured-in-naphtha-pipeline-fire-6-critically-hurt-12119144 "