Mining Department Raid ଖଣି ବିଭାଗର ଚଢ଼ାଉ, ୧୪ ଡମ୍ପର ସହ ୪ ମେସିନ ଜବତ
"ସୋର: ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ସୋର ଥାନା ମହୁମୁହାଣ ପଥର ଖାଦାନରେ ଚଢ଼ାଉ କରି ୧୪ ଟି ପଥର ବୋଝେଇ ଡମ୍ପର ସମେତ ଚାରୋଟି ମେସିନକୁ ଜବତ କରିଛି।Advertisment Sand Smuggling: ସକ୍ରିୟ ମାଫଆ, ନିଷ୍କ୍ରିୟ ଖଣି ବିଭାଗ ବାଲେଶ୍ୱର ଖଣି ଅଧିକାରୀ ରୋହିତ ସାମଲଙ୍କ ନେତୃତ୍ୱରେ ଏକ ଟିମ ଏହି ଖାଦାନ ଅଞ୍ଚଳର ୪୪ ନମ୍ବରରେ କ୍ଵାରିରେ ଅଚାନକ ଚଢ଼ାଉ କରିଥିଲେ।
ଏହି ସମୟରେ ଖାଦାନରେ କାମ କରୁଥିବା ୨ ଟି ଡ୍ରିଲ ମେସିନ, ୨ ଟି ପୋକଲିନ ସମେତ ବେଆଇନ ଭାବେ ପଥର ବୋଝେଇ ହୋଇଥିବା ୧୪ ଟି ଡମ୍ପରକୁ ଜବତ କରିଥିଲେ।
ଜବତ ପରେ ସମସ୍ତ ଗାଡି ଗୁଡିକୁ ସୋର ପୁଲିସ ଜିମା ଦିଆଯାଇଥିବା ଜଣା ପଡିଛି।
ଏହି ଚଢ଼ାଉରେ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣିଙ୍କ ସମେତ ସୋର ପୁଲିସ ସାମିଲ ହୋଇଥିଲେ।
Paralakhemundi: ଦିନ ଦ୍ୱିପହରରେ ପାହାଡ଼ ଖୋଳି ଚାଲିଛି ଚୋରାଚାଲାଣ, ଖଣି ବିଭାଗର ଭୂମିକାକୁ ନେଇ ପ୍ରଶ୍ନ ତେବେ ଏହି ମାମଲାରେ କାହାରିକୁ ଗିରଫ କରାଯାଇନଥିବା ପୁଲିସ ସୂତ୍ରରୁ ପ୍ରକାଶ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
