Education: ବିଡି, ସିନେମା ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ଛାତ୍ରବୃତ୍ତି ଆବେଦନ ଆହ୍ୱାନ

Aug 12, 2026 - 22:53
Education: ବିଡି, ସିନେମା ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ଛାତ୍ରବୃତ୍ତି ଆବେଦନ ଆହ୍ୱାନ

"ଭୁବନେଶ୍ୱର: ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ବିଡି, ସିନେମା ଏବଂ କୋଇଲା ବ୍ୟତୀତ ଅନ୍ୟ ଖଣି ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲ୍‌ ଖୋଲାଯାଇଛି।

ଇଛୁକ ଛାତ୍ରଛାତ୍ରୀ ଜାତୀୟ ବୃତ୍ତି ପୋର୍ଟାଲ- https://scholarships.gov.in ମାଧ୍ୟମରେ ଛାତ୍ରବୃତ୍ତି ପାଇବା ନିମନ୍ତେ ଆବେଦନ କରିପାରିବେ।

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ୩୧ ଅଗଷ୍ଟ ୨୦୨୬ ସୁଦ୍ଧା ଏବଂ ଏକାଦଶରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ଏହି ପୋର୍ଟାଲରେ ଆବେଦନ କରିପାରିବେ।

ଗତ ଜୁନ୍‌ ପହିଲା ଠାରୁ ଏହି ପୋର୍ଟାଲ ଖୋଲାଯାଇଛି।Advertisment ୨୦୨୬-୨୭ ଶିକ୍ଷାବର୍ଷରୁ ଏନଏସପି ପୋର୍ଟାଲରେ "ଜଣେ ଛାତ୍ର– ଏକାଧିକ ବୃତ୍ତି" ନିୟମ ଲାଗୁ କରାଯାଇଛି।

ଏହି ନୂତନ ନିୟମାନୁସାରେ, ଜଣେ ଯୋଗ୍ୟ ଛାତ୍ର କିମ୍ବା ଛାତ୍ରୀ ଏକ ସଙ୍ଗେ ମେଧା-ଭିତ୍ତିକ ଛାତ୍ରବୃତ୍ତି ଏବଂ କଲ୍ୟାଣ-ଭିତ୍ତିକ ଛାତ୍ରବୃତ୍ତିର ଲାଭ ନେଇପାରିବେ।

ତେଣୁ ବିଡି, ସିନେ ଓ ଖଣି ଶ୍ରମିକଙ୍କ ମେଧାବୀ ପିଲାମାନେ କଲ୍ୟାଣ-ଭିତ୍ତିକ ଆର୍ଥିକ ସହାୟତା ସହ ନିଜ ଶୈକ୍ଷିକ ଯୋଗ୍ୟତା ଭିତ୍ତିରେ ମେଧା ଛାତ୍ରବୃତ୍ତି ପାଇଁ ମଧ୍ୟ ପୃଥକ ଭାବେ ଆବେଦନ କରିପାରିବେ।

ମାସିକ ୨୧ ହଜାର ଅଥବା ବାର୍ଷିକ ୨ ଲକ୍ଷ ୫୨ହଜାର ଟଙ୍କାରୁ କମ୍‌ ଅର୍ଥ ରୋଜଗାର କରୁଥିବା ଶ୍ରମିକଙ୍କ ପିଲାମାନେ ଏହି ବୃତ୍ତି ପାଇଁ ଯୋଗ୍ୟ ଅଟନ୍ତି।

ପ୍ରଥମରୁ ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବହି ଓ ପୋଷାକ କିଣିବା ଲାଗି ବାର୍ଷିକ ୧ ହଜାର ଟଙ୍କାର ସହାୟତା ଦିଆଯିବ।

ପଞ୍ଚମରୁ ଅଷ୍ଟମ ପିଲାଙ୍କ ପାଇଁ ୧୫ଶହ ଟଙ୍କା, ନବମ ଓ ଦଶମ ପିଲାଙ୍କ ପାଇଁ ୨ ହଜାର ଟଙ୍କା, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପାଇଁ ୩ ହଜାର ଟଙ୍କା, ଆଇଟିଆଇ ଓ ପଲିଟେକ୍ନିକ୍‌ ପାଇଁ ୬ ହଜାର ଟଙ୍କା ଏବଂ ଡିଗ୍ରୀ ପାଠ୍ୟକ୍ରମ ପାଇଁ ୬ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯିବ।

ଏହାବ୍ୟତୀତ ପ୍ରବେଶିକା ପରୀକ୍ଷା ଆବଶ୍ୟକ ହେଉଥିବା ବୃତ୍ତିଗତ ପାଠ୍ୟକ୍ରମ ଲାଗି ୨୫ ହଜାର ଟଙ୍କାର ବାର୍ଷିକ ବୃତ୍ତି ବ୍ୟବସ୍ଥା ରହିଛି।

ଛାତ୍ର ବୃତ୍ତିର ଉଚ୍ଛେଦ, ଜିଏସ୍‌ଟି ବିରୋଧ ସହିତ ସର୍ବନିମ୍ନ ମଜୁରୀ ଦାବି କରି ବିଶାଳ ସମାବେଶ ଏ ସମ୍ପର୍କରେ ଅଧିକ ସହାୟତା ପାଇଁ ବିଡ଼ି ଓ ଖଣି ଶ୍ରମିକମାନେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗାଯୋଗ କରିପାରିବେ।

ନଚେତ୍‌ "କଲ୍ୟାଣ ଆୟୁକ୍ତଙ୍କ କାର୍ଯ୍ୟାଳୟ: ପ୍ଲଟ ନଂ ଏନ 7/6&7, ଆଇ.ଆର.ସି.

ଭିଲେଜ, ନୟାପଲ୍ଲୀ, ଭୁବନେଶ୍ବର, 0674-2551739 ଠିକଣାରେ ମଧ୍ୟ ଯୋଗାଯୋଗ କରାଯାଇପାରିବ।

ଏଥି ସହିତ ଉପକଲ୍ୟାଣ ଆୟୁକ୍ତଙ୍କ କାର୍ଯ୍ୟାଳୟ: କଲ୍ୟାଣ ଭବନ, ବଡ଼ବିଲ, 06767-275271 କିମ୍ବା କଲ୍ୟାଣ ପ୍ରଶାସକଙ୍କ କାର୍ଯ୍ୟାଳୟ: କ୍ଵାର୍ଟର ସଂଖ୍ୟା: ବି/14, ସେକଟର 4, ରାଉରକେଲା ଠିକଣାରେ ମଧ୍ୟ ଯୋଗାଯୋଗ କରି ବୃତ୍ତି ଯୋଜନାର ଲାଭ ନେବାକୁ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media