Minerals Theft: ରଣପୁରରୁ ଲଘୁଜାତ ଖଣିଜ ପଦାର୍ଥ ଚୋରି, କୋଟି କୋଟି ଟଙ୍କାର ରାଜସ୍ବ ହାନି

Jun 08, 2026 - 15:55
Minerals Theft: ରଣପୁରରୁ ଲଘୁଜାତ ଖଣିଜ ପଦାର୍ଥ ଚୋରି, କୋଟି କୋଟି ଟଙ୍କାର ରାଜସ୍ବ ହାନି

"ରଣପୁର: ରତ୍ନଗର୍ଭା ରଣପୁର ତହସିଲ ଅଞ୍ଚଳରୁ ପ୍ରତିଦିନ ଲଘୁଜାତ ଖଣିଜ ପଦାର୍ଥ ଚୋରି।

କୋଟି କୋଟି ଟଙ୍କାର ରାଜସ୍ବ ହାନି।

ତିରିଶରୁ ଅଧିକ ଚୋରା ଖାଦାନ ଚାଲିଥିବା ବେଳେ କେବଳ ପଟିଆ ଗ୍ରାମ ପଞ୍ଚାୟତ ବଳରାମପୁର, ଜିରୀପଡା ଓ କଣ୍ଟଶିରୀରେ ୫ ଚୋରା କଳା ମୁଗୁନି ଚୋରା ଖାଦାନରୁ ପ୍ରତିଦିନ ଶହ ଶହ ହାଇୱା ଗାଡ଼ିରେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳକୁ ଚାଲାଣ ହେଉଛି।Advertisment ଖଣିଜ ପଦାର୍ଥ ଖଣି ବିଭାଗକୁ ଯିବାପରେ ଚୋରି ବଢିଛି  ରାଜସ୍ବ ବିଭାଗ ହାତରୁ ଲଘୁଜାତ ଖଣିଜ ପଦାର୍ଥ ଖଣି ବିଭାଗକୁ ଯିବାପରେ ଚୋରି ବଢିଛି।

ପୁଲିସ ନିରବଦ୍ରଷ୍ଟା ସାଜିବା ସହ ପକେଟ ଗରମ କରୁଥିବା ଅଭିଯୋଗ ହୋଇଛି।

ନୟାଗଡ଼ ଖଣି ଅଧିକାରୀଙ୍କ ଏହି ମାସରେ ଅବସର, ତେଣୁ ଫୋନ କଲେ ଉଠାନ୍ତି ନାହିଁ।

ଲୋକେ କହୁଛନ୍ତି ସରକାର ବଦଳିବା ପରେ ଏପରି ଲଘୁଜାତ ଖଣିଜ ପଦାର୍ଥ ଲୁଟ୍ ଚାଲିଛି।

ଅଧିକ ପଢ଼ନ୍ତୁ: Governor: ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ଓଡ଼ିଶାର ରାଜ୍ୟପାଳ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।