Mine: ଖଣି ଦେଉଛି ରୋଗ: ୯ ବର୍ଷ ବିତିଲା, ପ୍ରସ୍ତାବରେ ରହିଲା ସୁପର୍‌ସ୍ପେସାଲିଟି ଡାକ୍ତରଖାନା

Jun 28, 2026 - 05:38
Mine: ଖଣି ଦେଉଛି ରୋଗ: ୯ ବର୍ଷ ବିତିଲା, ପ୍ରସ୍ତାବରେ ରହିଲା ସୁପର୍‌ସ୍ପେସାଲିଟି ଡାକ୍ତରଖାନା

"ଗାର୍ଗୀ ଶତପଥୀ ସମ୍ବଲପୁର: ରୋଗଣା ହେଉଛି ସମ୍ବଲପୁର ଜିଲ୍ଲାର ଶିଳ୍ପାଞ୍ଚଳ ରେଙ୍ଗାଲି।

ଏହାକୁ ଜିଲ୍ଲାର ସର୍ବାଧିକ ଯକ୍ଷ୍ମାପ୍ରବଣ ବ୍ଲକ୍‌ ଭାବେ ଚିହ୍ନଟ କରାଯାଇଛି।

ସିଓପିଡି, ଚର୍ମ, କୁଷ୍ଠ ରୋଗ ମଧ୍ୟ ଏଠାରେ ବଢ଼ିବାରେ ଲାଗିଛି।

ରାଜ୍ୟର ସର୍ବାଧିକ ରୋଗୀ ରେଙ୍ଗାଲି ପିଏଚ୍‌ସିକୁ ଆସୁଥିବା ରେକର୍ଡ ରହିଛି।

ଏହାକୁ ଦୃଷ୍ଟିରେ ରଖି ରେଙ୍ଗାଲିସ୍ଥିତ ତଲାବିରା କୋଇଲା ଖଣିର ସ୍ବତ୍ବାଧିକାର ପାଇଥିବା ଏନ୍‌ଏଲ୍‌ସି କମ୍ପାନିକୁ ସୁପର୍‌ସ୍ପେସାଲିଟି ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୭ ମସିହାର ପାରିପାର୍ଶ୍ବିକ ଉନ୍ନୟନ କମିଟି ବୈଠକରେ ଦାୟିତ୍ବ ଦିଆଯାଇଥିଲା।

କିନ୍ତୁ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିବା ତ ଦୂରର କଥା, ବିଧିବଦ୍ଧ ଘୋଷଣା ମଧ୍ୟ ହୋଇ ନାହିଁ।

୯ ବର୍ଷ ପରେ ଚଳିତ ବର୍ଷ ହେବାକୁ ଥିବା ଆର୍‌ପିଡିଏସି ବୈଠକ ବାତିଲ ହୋଇଛି।

ତେଣୁ ଆଗକୁ ସୁପର୍‌ସ୍ପୋସାଲିଟି ଡାକ୍ତରଖାନା ନିର୍ମାଣ ପ୍ରସଙ୍ଗରେ କାରଖାନାର ଆଭିମୁଖ୍ୟ କ"ଣ ତାହା ଉହ୍ୟ ହୋଇ ରହିଛି।

Advertisment Sambalpur: ସମ୍ବଲପୁର ଶୀତଳଷଷ୍ଠୀ: ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କରି ଶ୍ରଦ୍ଧାଳୁ ବିହ୍ବଳ ୨୦୦୮ ଆର୍‌ପିଡିଏସି ବୈଠକ ନିଷ୍ପତ୍ତି ବି ଭୁଲିଗଲେଣି ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ୮ ବର୍ଷ ମଧ୍ୟରେ ଏଭଳି କୌଣସି ବର୍ଷ ନାହିଁ, ଯେଉଁ ବର୍ଷରେ ରେଙ୍ଗାଲିରେ ସର୍ବାଧିକ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇ ନାହାନ୍ତି।

୨୦୧୮ ମସିହାରେ ଏଠାରେ ୧୪୨ ଜଣ ଯକ୍ଷ୍ମା ରୋଗୀ ଥିଲେ।

ବର୍ତ୍ତମାନ ୨୧୭କୁ ବୃଦ୍ଧି ପାଇଛି।

ତଲାବିରା କୋଇଲା ଖଣି ନିକଟ ମୁଣ୍ଡାପଡ଼ାର ମୀନା ମୁଣ୍ଡା କହିଛନ୍ତି, ଖଣି ଖନନ ଆରମ୍ଭ ପରେ ଏଠାରେ ଧୂଆଁଧୂଳି, ପ୍ରଦୂଷଣ ବଢ଼ିଛି।

ଜଳାଶୟ, କୂଅଗୁଡ଼ିକରେ ଧୂଳି ଜମି ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।

ତାଙ୍କ ପରିବାରରେ ସ୍ବାମୀ, ଶ୍ବଶୁର ଉଭୟ ଯକ୍ଷ୍ମାରେ ପୀଡ଼ିତ।

ଏହି ପଡ଼ାର ଆଉ ଜଣେ ବ୍ୟକ୍ତି ପ୍ରଦୀପ ମୁଣ୍ଡାଙ୍କର ୨୦୨୪ ମସିହାରେ ଯକ୍ଷ୍ମାରେ ମୃତ୍ୟୁ ହୋଇଥିଲା।

ସାନପୁଅ ରୋଶନ ଅଷ୍ଟମ ଶ୍ରେଣୀରୁ ଏବଂ ବଡ଼ପୁଅ ରତ୍ନାକର ଦଶମ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି।

Sambalpur Circle: ସମ୍ବଲପୁର ସର୍କଲ ଜେଲ୍‌ ସୁରକ୍ଷା ଢିଲା ଖଣି ପାଖ ଗାଁରେ ଏଭଳି ଅନେକ ପରିବାର ସ୍ବାସ୍ଥ୍ୟଗତ ସମସ୍ୟାରେ ଯୁଝୁଥିବା ଦେଖିବାକୁ ମିଳୁଛି।

ଝାରସୁଗୁଡ଼ା-ସମ୍ବଲପୁର ରାସ୍ତାରେ ପ୍ରତିଦିନ ୪ରୁ ୫ ହଜାର କାରଖାନା ଏବଂ ଖଣିର ଭାରୀଯାନ ଯିବାଆସିବା କରିଥାଏ।

ଯାହାକି ଦୁର୍ଘଟଣାଜୋନ୍‌ ପାଲଟିଛି।

ରେଙ୍ଗାଲି ଅଞ୍ଚଳରେ ଖଣିର ଭାରୀଯାନ ପ୍ରଦୂଷଣର ବଡ଼ କାରଣ ଅଟେ।

୨୦୦୫ ମସିହାରୁ ଶିଳ୍ପାଞ୍ଚଳ ରେଙ୍ଗାଲିରେ ଦୁର୍ଘଟଣା ସହିତ ରୋଗ ବଢ଼ିବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ୨୦୦୮ ମସିହାର ଆର୍‌ପିଡିଏସି ବୈଠକରେ ସୁପର୍‌ସ୍ପେସାଲିଟି ଡାକ୍ତରଖାନା ପାଇଁ ନିଷ୍ପତ୍ତି ହୋଇଥିଲା।

ଯାହା କାର୍ଯ୍ୟକାରୀ ହୋଇପାରି ନଥିଲା।

ସମୟକ୍ରମେ ଏଭଳି ଏକ ନିଷ୍ପତ୍ତିକୁ ପ୍ରଶାସନିକ ସ୍ତରର ସମସ୍ତେ ଭୁଲିଗଲେ।

୨୦୧୭ ମସିହାରେ ଆର୍‌ପିଡିଏସି ବୈଠକରେ ତତ୍କାଳୀନ ଝାରସୁଗୁଡ଼ା ବିଧାୟକ ସୁପର୍‌ସ୍ପେସାଲିଟି ଡାକ୍ତରଖାନା ପାଇଁ ଅର୍ଥ ଦେବାକୁ ଏନ୍‌ଏଲ୍‌ସିକୁ କହିଥିଲେ।

ଏଥିପାଇଁ ଆବଶ୍ୟକ ସମସ୍ତ ଅନୁମୋଦନ ମଞ୍ଜୁର କରିବା ସହ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନିର୍ମାଣରେ ସହଯୋଗ କରିବାକୁ କୁହାଯାଇଥିଲା।

ହେଲେ ଏହି କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଅଗ୍ରଗତି ହୋଇ ନାହିଁ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସରେ ଆର୍‌ପିଡିଏସି ବୈଠକ ହୋଇଥିଲେ ଡାକ୍ତରଖାନା ସମ୍ପର୍କରେ ନିଷ୍ପତ୍ତି ହୋଇଥାଆନ୍ତା।

କିନ୍ତୁ ବୈଠକ ହୋଇ ନଥିବାରୁ କିଛି  କୁହାଯାଇ ପାରୁନାହିଁ।"