କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Jun 28, 2026 - 05:35
କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମେଷ: ରବି, ସୋମ, ମଙ୍ଗଳବାରରେ ପରିଶ୍ରମ ଅନୁସାରେ ଫଳ ପାଇବେ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ। ବୁଧ,ଗୁରୁବାରରେ ଅଭାବ ଅସୁବିଧା ଦୂର ହେବ। ଶୁକ୍ର, ଶନିବାରରେ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। 

ବୃଷ: ରବି, ସୋମ, ମଙ୍ଗଳବାରରେ ଧନସମ୍ମାନ ପ୍ରାପ୍ତି ହେବ। କ୍ୟାରିୟରରେ ଉନ୍ନତି କରିବେ। ବୁଧ, ଗୁରୁବାରରେ ଅଯଥା ଖର୍ଚ୍ଚ କରି ଆର୍ଥିକ ଚାପର ଶିକାର ହେବେ। ଶୁକ୍ର, ଶନିବାରରେ ଗୁରୁଜନଙ୍କ ପରାମର୍ଶରେ କାର୍ଯ୍ୟ କରିବେ। ବନ୍ଧୁ ଆଗମନରେ ଉତ୍ସାହିତ ହେବେ।

ମିଥୁନ: ରବି, ସୋମ, ମଙ୍ଗଳବାରରେ ସମାଜରେ ପ୍ରତିଷ୍ଠିତ ହେବା ପରି କାର୍ଯ୍ୟ କରିବେ। ବୁଧ, ଗୁରୁବାରରେ ଲୋକପ୍ରିୟତା ପାଇବେ। ଶୁକ୍ର, ଶନିବାରରେ ବ୍ୟବସାୟରେ ମନ୍ଥରତା ଦେଖାଦେବ। ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ।

କର୍କଟ: ରବି, ସୋମ, ମଙ୍ଗଳବାରରେ ଅକସ୍ମାତ୍ ସମସ୍ୟାରେ ପଡ଼ିଯାଇପାରନ୍ତି। ବୃଥାଭ୍ରମଣ କରି ଅସୁସ୍ଥ ମନେ କରିବେ। ବୁଧ, ଗୁରୁବାରରେ ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ଶୁକ୍ର, ଶନିବାରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଆବଶ୍ୟକତାଠାରୁ ଅଧିକ ଆଶା କରନ୍ତୁ ନାହିଁ।

ସିଂହ: ରବି, ସୋମ, ମଙ୍ଗଳବାରରେ ଅଯଥା ବ୍ୟୟ ବଢ଼ିବାକୁ ଲାଗିବ। କର୍ମକ୍ଷେତ୍ରରେ ଅବହେଳା କରି ଅପମାନିତ ହୋଇପାରନ୍ତି। ବୁଧ, ଗୁରୁବାରରେ ନୂତନ ଦ୍ରବ୍ୟାଦି ଲାଭ କରିବେ। ଶୁକ୍ର, ଶନିବାରରେ ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ନୂତନ ନିବେଶ କରି ଲାଭାନ୍ବିତ ହେବେ।

କନ୍ୟା: ରବି, ସୋମ, ମଙ୍ଗଳବାରରେ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଭାବନାକୁ ନିୟନ୍ତ୍ରଣରେ  ରଖିବାକୁ ଚେଷ୍ଟା କରନ୍ତୁ । ବୁଧ, ଗୁରୁବାରରେ ଭବିଷ୍ୟତ ଯୋଜନା ଫଳପ୍ରସୂ ହେବ। ଶୁକ୍ର, ଶନିବାରରେ  ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ ହାସଲ କରିବେ। ପାରିବାରିକ ଜୀବନ ସୁଖମୟ ରହିବ। 

ତୁଳା: ରବି, ସୋମ,ମଙ୍ଗଳବାରରେ ଆବଦ୍ଧଯୋଗ ଦେଖାଦେଇପାରେ। ଅନ୍ୟକୁ ଦେଇଥିବା କଥା ରକ୍ଷା କରିବାକୁ ପଡ଼ିବ। ବୁଧ,ଗୁରୁବାରରେ କାର୍ଯ୍ୟରେ  ସଫଳତା ପାଇବେ। ଶୁକ୍ର, ଶନିବାରରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବେ। ବ୍ୟବସାୟିକ ଶୁଭଫଳ ମିଳିବ।

ବିଛା: ରବି, ସୋମ, ମଙ୍ଗଳବାରରେ ଚଳଚଞ୍ଚଳ ରହିବେ। ଶତ୍ରୁଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ବୁଧ, ଗୁରୁବାରରେ ଆଧ୍ୟାତ୍ମିକ ଚିନ୍ତାରେ ସମୟ ଅତିବାହିତ କରିବେ। ଶୁକ୍ର, ଶନିବାରରେ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ । ବନ୍ଧୁବନ୍ଧାବଙ୍କ ସହ ସମ୍ପର୍କରେ ନିବିଡ଼ତା ଆସିବ।

ଧନୁ: ରବି, ସୋମ, ମଙ୍ଗଳବାରରେ  ଗୁରୁଜନଙ୍କ ସହଯୋଗ ପାଇବେ। ଯଥାସମୟରେ କାର୍ଯ୍ୟ କରି ପ୍ରଶଂସିତ ହେବେ। ବୁଧ, ଗୁରୁବାରରେ ପାରିବାରିକ ସମସ୍ୟାରେ ଦୁଃଖ ପାଇପାରନ୍ତି। ଶୁକ୍ର, ଶନିବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ମକର: ରବି,ସୋମ,ମଙ୍ଗଳବାରରେ  ଅକସ୍ମାତ୍ ସାହାଯ୍ୟ ସହଯୋଗ ପାଇବେ। ନୂତନ  ନିଯୁକ୍ତି ସୁଯୋଗ ରହିଛି। ବୁଧ, ଗୁରୁବାରରେ ସମସ୍ୟାକୁ ଭୁଲି ଖୁସି ରହିବାକୁ ଚେଷ୍ଟା କରନ୍ତୁ। ଶୁକ୍ର, ଶନିବାରରେ ପଡ଼ୋଶୀଙ୍କ ସହ ସମ୍ପର୍କରେ ନିବିଡ଼ତା ଦେଖାଦେବ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସୁଫଳ ପାଇବେ। 

କୁମ୍ଭ: ରବି, ସୋମ, ମଙ୍ଗଳବାରରେ ଅଜଣା ବ୍ୟକ୍ତି ନିଜର ହୋଇପାରନ୍ତି । ଧର୍ମାଦି କାର୍ଯ୍ୟରେ ମନ ରହିବ। ବୁଧ, ଗୁରୁବାରରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଶୁକ୍ର, ଶନିବାରରେ ସ୍ବାର୍ଥପର ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ମନୋରଞ୍ଜନ କାର୍ଯ୍ୟରେ ବ୍ୟସ୍ତ ରହିବେ। 

ମୀନ: ରବି, ସୋମ,ମଙ୍ଗଳବାରରେ ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରନ୍ତୁ। ବୁଧ, ଗୁରୁବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଶୁକ୍ର,ଶନିବାରରେ ନିଜ ଇଚ୍ଛାରେ କାର୍ଯ୍ୟ କରିବାକୁ ପସନ୍ଦ କରିବେ। ବ୍ୟବସାୟ ଲାଭଜନକ ରହିବ।