Millennium City under water: ଜଳବନ୍ଦିରେ ବୈଭବନଗର ଓ ମିଲେନିୟମ୍ ସିଟି
ବାଲିଅନ୍ତା ବଜାର: ଦୁଇ ଦିନର ଲଗାଣ ବର୍ଷାରେ ବିଏମ୍ସି ୪ ନମ୍ବର ୱାର୍ଡ ଅନ୍ତର୍ଗତ ବୈଭବନଗର ଓ ମିଲେନିୟମ୍ ସିଟି ଜଳବନ୍ଦି ହୋଇଯାଇଛି। ପାଖାପାଖି ୩୦୦ ପରିବାର ଘରୁ ବାହାରି ପାରୁନାହାନ୍ତି। ରାସ୍ତା ଉପରେ ୩/୪ଫୁଟ ପାଣି ଜମି ରହିବା ଫଳରେ ଏହି ଦୁଇ କଲୋନିର ବାସିନ୍ଦାମାନେ ଯା’ଆସ କରିବା ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି। ପିଲାମାନେ ସ୍କୁଲ୍ ଯିବାକୁ ଯେତିକି ସମସ୍ୟାରେ ପଡ଼ୁଛନ୍ତି, ବରିଷ୍ଠ ନାଗରିକମାନଙ୍କୁ ଡାକ୍ତରଖାନା ନେବାକୁ ସେତିକି କଷ୍ଟ କରିବାକୁ ପଡ଼ୁଛି। ସଂଜ ବୁଡ଼ୁବୁଡ଼ୁ ସମସ୍ତଙ୍କୁ ଘରେ ଜେଲ୍ର କଏଦୀଙ୍କ ଭଳି ରହିବାକୁ ପଡ଼ୁଛି।
VB-GRAMG: ଜାତୀୟ ସ୍ତରରେ ‘ଭିବି-ଜି ରାମ ଜି ଯୋଜନା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ରାସ୍ତାରେ ଜମି ରହିଥିବା ବର୍ଷା ଜଳ ବନ୍ୟା ସ୍ଥିତି ସୃଷ୍ଟି କରୁଛି। ଦୁଇ ଦିନ ହେଲା ମାତ୍ର କେଇ ଅସରା ବର୍ଷାରେ ସ୍ଥିତି ଏମିତି। ତେଣୁ ଆଗକୁ ବଡ଼ ବର୍ଷା ହେଲେ, ସେମାନଙ୍କ ସାଧାରଣ ଚଳପ୍ରଚଳ ବନ୍ଦ ହୋଇଯିବ। ଏବେ ପିଲାମାନଙ୍କ ସ୍କୁଲ ବସ୍, ଆମ୍ବୁଲାନ୍ସ, ଅଟୋ, କ୍ୟାବ୍ ଏହି ଅଞ୍ଚଳକୁ ଆସିବାକୁ ମନା କରୁଛନ୍ତି। ଦିନବେଳା ଯେନତେନ ପ୍ରକାରେ ଚଳିଯାଉଛି, କିନ୍ତୁ ରାତିରେ କେହି ବି ପାଣିରେ ବୁଡ଼ି ରହିଥିବା ରାସ୍ତାରେ ଯା’ଆସ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ମାତ୍ର ଦୁଇଟା ଦିନରେ ଜମି ରହିଥିବା ପାଣିରୁ ଦୁର୍ଗନ୍ଧ ବାହାରିଲାଣି। ତେଣୁ ଆଗକୁ ଡେଙ୍ଗୁ ଓ ମ୍ୟାଲେରିଆ ବ୍ୟାପିବା ଆଶଙ୍କା ଉପୁଜିଛି।
Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍-ପୋଲରେ ଗର୍ତ୍ତ ସୃଷ୍ଟି
ମିଲେନିୟମ୍ ସିଟି ବାସିନ୍ଦା ପ୍ରଭାସ ପାଣି ଓ ବୈଭବନଗର (ଲେନ-୧)ବ୍ଲକ୍ ଡି ସଭାପତି ବ୍ରହ୍ମାନନ୍ଦ ନାୟକଙ୍କ ଅଭିଯୋଗ ଅନୁସାରେ ସେମାନେ ଏହି ସମସ୍ୟା ନେଇ ବିଧାୟକ ଓ କର୍ପୋରେଟରଙ୍କ ଦୃଷ୍ଟି ଆକର୍ଷଣ କରିଛୁ। କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନାହିଁ। ତେଣୁ ସେମାନେ ବାଧ୍ୟହୋଇ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ। ଏନେଇ କର୍ପୋରେଟର ସୁକୁମାର ସାହୁଙ୍କ କହିବା କଥା ସେ ନିଜେ ସମସ୍ୟା ବିଷୟରେ ଅବଗତ ଅଛନ୍ତି ଓ ଲୋକଙ୍କ ପାଖକୁ ଯାଇଛନ୍ତି। ବିଏମ୍ସିର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଏବଂ ରାସ୍ତାରୁ ପାଣି ନିଷ୍କାସନ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି। କିଛି ବିଲ୍ଡର ପାଣି ନିଷ୍କାସନ ବାଟକୁ ଜବରଦଖଲ କରିଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି।