Milk produced: ଓଡ଼ିଶାର ୮୦ ଭାଗ ଗାଈ ଓ ମଇଁଷି ଦେଉଥିବା କ୍ଷୀର ଉଚ୍ଚ ଗୁଣବତ୍ତାସଂପନ୍ନ: ଡ. ସୁଶାନ୍ତ ଦାଶ

Sep 13, 2026 - 09:49
Milk produced: ଓଡ଼ିଶାର ୮୦ ଭାଗ ଗାଈ ଓ ମଇଁଷି ଦେଉଥିବା କ୍ଷୀର ଉଚ୍ଚ ଗୁଣବତ୍ତାସଂପନ୍ନ: ଡ. ସୁଶାନ୍ତ ଦାଶ

"ଦେଶରେ ପ୍ରାଣୀ ସଂପଦର ବିକାଶ କ୍ଷେତ୍ରରେ ଉଚ୍ଚତର ଗବେଷଣା ଲାଗି ଡକ୍ଟର୍‌ ସୁଶାନ୍ତ ଦାଶ ବେଶ୍‌ ପରିଚିତ।

ସ୍ଥାନୀୟ ଗାଈ, ମଇଁଷି, ଛେଳି ଓ ଅନ୍ୟ ପ୍ରାଣୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ପ୍ରଜାତିର ମାନ୍ୟତା ଦେବାରେ ମଧ୍ୟ ତାଙ୍କର ଭୂମିକା ଅତୁଳନୀୟ।

ଏଭଳି କୃତିତ୍ବ ଲାଗି ସାରା ଦେଶରେ ସେ "ବ୍ରିଡ୍‌ମ୍ୟାନ୍‌" ଭାବେ ପରିଚିତ।

ସ୍ବାଧୀନ ଭାରତରେ ପ୍ରଥମଥର ପାଇଁ ଓଡ଼ିଶାର ୪ଟି ସ୍ବତନ୍ତ୍ର ଦେଶୀଗାଈଙ୍କୁ ଜାତୀୟସ୍ତରରେ ମାନ୍ୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡକ୍ଟର୍‌ ଦାଶ ଆମ ପ୍ରାଣୀସମ୍ପଦକୁ ସାରା ଦେଶରେ ପରିଚିତ କରିଛନ୍ତି।

କେବଳ ଏତିକି ନୁହେଁ, ଆମ ରାଜ୍ୟର କେତେକ ମଇଁଷି ଓ ଛେଳି ପ୍ରଜାତି ମଧ୍ୟ ଯେ ସ୍ବତନ୍ତ୍ର, ତାହା ପ୍ରମାଣ କରିଛନ୍ତି।

ଦେଶବିଦେଶର ବହୁ ପତ୍ରପତ୍ରିକାରେ ତାଙ୍କର ଅନେକ ଗବେଷଣା ନିବନ୍ଧ ମଧ୍ୟ ପ୍ରକାଶିତ ହୋଇଛି।

ରାଜ୍ୟର ପ୍ରାଣୀ ସଂପଦ ଓ ଏହାର ସାଂପ୍ରତିକ ଉପଯୋଗିତା ପ୍ରସଙ୍ଗରେ "ରବିବାର ସମ୍ବାଦ" ପକ୍ଷରୁ ତାଙ୍କୁ ସାକ୍ଷାତ କରିଥିଲେ ଭାରତ ମାଝୀAdvertisment Silver Moon: ସ୍ମୃତି ଏକ ରୁପାଜହ୍ନ: ‌ସେଦିନର ନିଷ୍ପତ୍ତି ଠିକ୍‌ ଥିଲା ସଂକ୍ଷେପରେ ସୁଶାନ୍ତ ୨୮ ଏପ୍ରିଲ୍‌ ୧୯୬୫ରେ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍‌ ଅନ୍ତର୍ଗତ ମାର୍ଥାପୁରରେ ଡକ୍ଟର୍‌ ଦାଶଙ୍କର ଜନ୍ମ।

ତାଙ୍କ ବାପା ପ୍ରହଲ୍ଲାଦ ଦାଶ ଓ ମା" ରତ୍ନପ୍ରଭା ଦାଶ।

ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲ୍‌ ପରେ ଭୁବନେଶ୍ବରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରେ ଉଚ୍ଚଶିକ୍ଷା ଗ୍ରହଣ ପରେ ସେଠାରେ ବିଭିନ୍ନ ପଦପଦବିରେ କାର୍ଯ୍ୟକରି ଆମ ଓଡ଼ିଶାର କେତେକ ପ୍ରାଣୀଧନ ପ୍ରଜାତିକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଓୟୁଏଟିରୁ ଅବସର ନେବାପରେ ଏବେ ସେ ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ସେଣ୍ଟର୍‌ (ଓକାକ୍‌) ସହ ସମ୍ପୃକ୍ତ।

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସହାୟତାରେ କିଭଳି ଗାଈଗୋରୁଙ୍କ ଉତ୍ପାଦନ ଓ ପ୍ରଜନନ କ୍ଷମତା ବୃଦ୍ଧି ପାଇବ, ଏବେ ସେ ତା"ରି ଉପରେ କାର୍ଯ୍ୟ କରୁଛନ୍ତି।

ଶିକ୍ଷୟିତ୍ରୀ ପତ୍ନୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସହ ଡକ୍ଟର ଦାଶ ଭୁବନେଶ୍ବରରେ ଅବସ୍ଥାପିତ।

ମାଣ୍ଡା ମଇଁଷିକୁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଦେବାରେ ଆପଣଙ୍କର ପ୍ରମୁଖ ଭୂମିକା ରହିଛି।

ଏହି ସଫଳତା ପଛର ସଂଘର୍ଷ ଓ ଯାତ୍ରା ସମ୍ପର୍କରେ କହନ୍ତୁ?ମାଣ୍ଡା ମଇଁଷି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳନ୍ତି।

ଦେଶର ୧୯ତମ ମଇଁଷି ପ୍ରଜାତି ହିସାବରେ ଏମାନେ ମାନ୍ୟତାପ୍ରାପ୍ତ।

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ଆଭ୍ୟନ୍ତରୀଣ ଅଞ୍ଚଳରେ ବୁଲି ମାଣ୍ଡା ମଇଁଷିଗୁଡ଼କର ସ୍ବାତନ୍ତ୍ର୍ୟ ଠାବ କରିବା କଷ୍ଟକର ଥିଲା।

ସାଧାରଣ କଳା ମଇଁଷିଠାରୁ ଭିନ୍ନ ଏହି ମଇଁଷିମାନେ ଧୂସର ରଙ୍ଗର ଏବଂ ଗୋଡ଼ର ତଳ ଭାଗରେ ତମ୍ବା ବର୍ଣ୍ଣର ଲୋମ ଥାଏ।

୩ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଥିବା ଏହି ମଇଁଷି ପ୍ରଜାତିର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଏବଂ ଏମାନେ ଚାଷକାମରେ ଧୁରନ୍ଧର।

ସାଧାରଣ ଭାବରେ ମଇଁଷିମାନଙ୍କ ପାଖକୁ ଯାଇ ସେମାନଙ୍କ ଗଠନ, ଉତ୍ପାଦନ ଓ ପ୍ରଜନନ କ୍ଷମତା ଉପରେ ମୂଲ୍ୟାୟନ କରି ସ୍ବତନ୍ତ୍ରତାକୁ ଜାତୀୟସ୍ତରରେ ପ୍ରଜାତି ମାନ୍ୟତା ପ୍ରଦାନ କରିବା ଏକ ଜଟିଳ ପ୍ରକ୍ରିୟା।

ଏଥିରେ ମୁଁ ଖୁସି।

ସରକାର ସେଗୁଡ଼ିକର ସଂରକ୍ଷଣ ଲାଗି ଅଧିକ ଆଗ୍ରହପ୍ରକାଶ କଲେ ଭଲ।

Swayamshree: ମଡେଲିଂ ଜଗତରେ ଚମକୁଛନ୍ତି ସ୍ବୟଂଶ୍ରୀ ମାଣ୍ଡା ମଇଁଷି ପରେ ଓଡ଼ିଶାର ଆଉ କେଉଁ ଦେଶୀୟ ପ୍ରାଣୀ ବା ପକ୍ଷୀଙ୍କୁ ଜାତୀୟସ୍ତରରେ ସ୍ୱୀକୃତି ଦେବା ପାଇଁ ଏବେ ଆପଣ କାମ କରୁଛନ୍ତି?ଆମ ରାଜ୍ୟର ଦେଶୀ ପ୍ରାଣୀ ବା ପକ୍ଷୀ ମଧ୍ୟରୁ ଜାତୀୟ ସ୍ତରରେ ସ୍ବୀକୃତି ପାଇଁ ମାଲକାନଗିରି ଘୋଡ଼ା ବା ପୋନି, ଭେଜାଗୁଡ଼ା କୁକୁଡ଼ା ଓ ଘୁମୁସର, ରାଇଘର ଓ ମୟୂରଝର ଛେଳି ପ୍ରଜାତି ପାଇଁ ନ୍ୟାସ୍‌ନାଲ୍‌ ବ୍ୟୁରୋ ଅଫ୍‌ ଆନିମଲ୍‌ ଜେନେଟିକ୍‌ ରିସୋର୍ସେସ୍‌ (ଏନ୍‌ବିଏଜିଆର୍‌)ଙ୍କୁ ଆବେଦନ କରାଯାଇଛି।

ଆମ ରାଜ୍ୟରେ ମୋ ତତ୍ତ୍ବାବଧାନରେ ୪ଟି ଗାଈ ପ୍ରଜାତି (ବିଞ୍ଝାରପୁରୀ, ମୋଟୁ, ଘୁମୁସୁରୀ ଓ ଖରିଆର), ୩ଟି ପ୍ରଜାତିର ମଇଁଷି (ଚିଲିକା, କଳାହାଣ୍ଡି ଓ ମାଣ୍ଡା) ସମେତ କେନ୍ଦ୍ରାପଡ଼ାର ଗୋଟିଏ ମେଣ୍ଢା ପ୍ରଜାତି ଜାତୀୟ ମାନ୍ୟତା ପାଇଛନ୍ତି।

୨୦୧୦ ମସିହାରେ ଆମ ରାଜ୍ୟର ୪ଟି ଗାଈ ଓ ଚିଲିକା ମଇଁଷି ପ୍ରଜାତି ମାନ୍ୟତାରେ ପ୍ରଥମ ହେବା ଆମ ପାଇଁ ଗୌରବ।

ଆଜିକାଲି ବିଦେଶୀ ପ୍ରଜାତିର ପ୍ରାଣୀ ସମ୍ପଦ ପ୍ରତି ଆଗ୍ରହ ବଢୁଥିବା ବେଳେ ଚିଲିକା ମଇଁଷି ବା ବିଞ୍ଝାରପୁରୀ ଗାଈ ଭଳି ଓଡ଼ିଶାର ଦେଶୀ ପ୍ରଜାତିଗୁଡ଼ିକର ସଂରକ୍ଷଣ କାହିଁକି ଜରୁରି?ବିଦେଶୀ ପ୍ରଜାତିର ଗାଈ କହିଲେ ସଙ୍କରଜାତୀୟ ଜର୍ସି ବା ହଲ୍‌ଷ୍ଟିନ୍‌କୁ ବୁଝାଏ।

ସେମାନେ ଅଧିକ କ୍ଷୀର ଦିଅନ୍ତି ସତ, ହେଲେ ପ୍ରଥମ ପିଢ଼ି ସଙ୍କର ଗାଈର ଉତ୍ପାଦନ କ୍ଷମତା ଦ୍ବିତୀୟ ପିଢ଼ିରେ କମିଥାଏ।

ତା" ପର ପିଢ଼ିରେ ଆଉ ଅଧିକ କମେ।

ଏହାବ୍ୟତୀତ ଜୀବନ କାଳରେ ବାଛୁରୀସଂଖ୍ୟା ମଧ୍ୟ ହ୍ରାସ ପାଏ।

ଏହି ଗାଈଗୁଡ଼ିକର ପରିଚାଳନା ବି କଷ୍ଟ।

ନିୟମିତ ସ୍ବାସ୍ଥ୍ୟର ଯତ୍ନ ନେବା ସହ ଉତ୍ତମ ସୁଷମ ଖାଦ୍ୟ ବିନା ଏମାନେ ଉତ୍ପାଦନ ଓ ପ୍ରଜନନ ବ୍ୟତୀତ ଜୀବନଧାରଣରେ କଷ୍ଟ ଅନୁଭବ କରନ୍ତି।

ଆମ ରାଜ୍ୟରେ ପ୍ରସିଦ୍ଧ ବିଞ୍ଝାରପୁରୀ ଗାଈ ବା ଚିଲିକା ମଇଁଷିମାନେ ଅଳ୍ପ ଖର୍ଚ୍ଚରେ ଚରିବୁଲି ଜୀବନ ଧାରଣ କରିବା ସହିତ ୪ରୁ ୫ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇପାରନ୍ତି।

ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଓ ଆମ ରାଜ୍ୟର ଜଳବାୟୁରେ ପିଢ଼ି ପରେ ପିଢ଼ି ସେମାନେ ସେବା ଯୋଗାଇ ଆସୁଛନ୍ତି।

ଗୋଟିଏ ଦିନରେ କ୍ଷୀର ଦେବାର ଦକ୍ଷତା ଦେଖିଲେ ସଙ୍କରଜାତୀୟ ଗାଈ ଆଗରେ ଥିଲେ ବି ଜୀବନ କାଳର କ୍ଷୀର ଦେବା ଦକ୍ଷତା ଦୃଷ୍ଟିରୁ ଦେଶୀ ବିଞ୍ଝାରପୁରୀ ଆଗରେ ରହିଥାଏ।

କାରଣ ସାଧାରଣ ଭାବରେ ଏମାନେ ବର୍ଷକୁ ଥରେ ପ୍ରସବ କରୁଥିବାବେଳେ ସଙ୍କର ଗାଈ ଦେଢ଼ ବର୍ଷରୁ ଅଧିକ ବା ହାରାହାରି ୨୦ ମାସରେ ଥରେ ଛୁଆଦିଏ।

ଆମ ରାଜ୍ୟ ପ୍ରତିବର୍ଷ ବାତ୍ୟା ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି।

ଏଭଳି ସ୍ଥିତିରେ ଆମ ଦେଶୀ ପ୍ରାଣୀ ସମ୍ପଦ ଚାଷୀଙ୍କୁ କିପରି ସହାୟତା କରିପାରିବେ?ପ୍ରବଳ ଗ୍ରୀଷ୍ମ ସହିତ ବାତ୍ୟା ଓ ବନ୍ୟା ଆମ ରାଜ୍ୟ ପାଇଁ ନୂଆ ନୁହେଁ।

ଏସବୁ ସହିତ ଖାପଖୁଆଇ ଆମ ଦେଶୀ ପ୍ରାଣୀସମ୍ପଦ ଶହ ଶହ ବର୍ଷ ଧରି ପ୍ରାକୃତିକ ଚୟନ ବା ବିବର୍ତ୍ତନବାଦ ମଧ୍ୟରେ ଗତି କରି କୃମି ଓ ରୋଗ ସହନଶୀଳ ହୋଇପାରିଛନ୍ତି।

ଜଳବାୟୁ ପରିବର୍ତ୍ତନରେ ଦେଶୀ ପ୍ରାଣୀମାନେ ତିଷ୍ଠି ରହିବାର ଦକ୍ଷତା ରଖିଛନ୍ତି ଓ ଆଗକୁ ରହିବେ ମଧ୍ୟ।

ଓଡ଼ିଶାରେ ଦୁଗ୍‌ଧ ଉତ୍ପାଦନ ବଢ଼ାଇବା ପାଇଁ ଗୋରୁଗାଈଙ୍କ ପ୍ରଜନନ କ୍ଷେତ୍ରରେ କେଉଁ ସବୁ ନୂଆ ପ୍ରଣାଳୀ ଉପରେ କାମ ହେବା ଜରୁରି?ଓଡ଼ିଶାରେ ପ୍ରାୟ ୮୦ ପ୍ରତିଶତ ଦେଶୀଗାଈ ଥିବାବେଳେ ୨୦ ପ୍ରତିଶତ ସଙ୍କରଜାତୀୟ।

ଦେଶୀଗାଈଗୁଡ଼ିକର ଜେନେଟିକ୍‌ ସାମର୍ଥ୍ୟ ବୃଦ୍ଧି ପାଇଁ ଆମ ଦେଶର ଉଚ୍ଚ ଦୁଗ୍‌ଧ ପ୍ରଦାନ କରୁଥିବା ଦେଶୀ ପ୍ରଜାତିଗୁଡ଼ିକୁ ବ୍ୟବହାର କରାଯାଉଛି।

ଏଥିସହିତ ଆମ ରାଜ୍ୟର ୪ଟି ପ୍ରଜାତିର ସଂରକ୍ଷଣ ଓ ଜେନେଟିକ୍‌ ବା ଅନୁବଂଶୀୟ ଅଭିବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

ନିରନ୍ତର ଏତେ ଗାଈଙ୍କ ପ୍ରଜନନ ପ୍ରକ୍ରିୟା ପରିଚାଳନା କରିବା ପାଇଁ କମ୍ପ୍ୟୁଟର୍‌ ଜ୍ଞାନ କୌଶଳର ବ୍ୟବହାର କରି ଆବଶ୍ୟକ ସେବା ଯୋଗାଇଦେଲେ ଏହା ସମ୍ଭବ ହୋଇପାରିବ।

ତେଣୁ କୃତ୍ରିମ ବୁଦ୍ଧିମତା (ଏଆଇ) ସହ ଜନନ ଚକ୍ରର ପରିଚାଳନା କଲେ ଲାଭ ମିଳିବ।

୩ରୁ ୪ ପିଢ଼ି ଏସବୁ ପଦକ୍ଷେପ ନେଲେ ଆମ ଦେଶୀଗାଈଙ୍କ ଦୁଗ୍‌ଧ ଦେବା ଦକ୍ଷତା ଯଥେଷ୍ଟ ବୃଦ୍ଧି ପାଇବ।

ମଇଁଷି ପାଳନ କ୍ଷେତ୍ରରେ ଆମ ରାଜ୍ୟ ପଛୁଆ।

ତେବେ ମଇଁଷିମାନେ ଅଳ୍ପ ପରିଚାଳନାରେ ଭଲ ଉତ୍ପାଦନ ଦେଇଥାନ୍ତି।

ତେଣୁ ପ୍ରୋତ୍ସାହନ ଦେଲେ ମଇଁଷିମାନେ ମଧ୍ୟ ଦୁଗ୍‌ଧ ଉତ୍ପାଦନରେ ବହୁ ଯୋଗଦାନ ଦେଇପାରିବେ।

ପ୍ରତି ଗାଈଠାରୁ ବର୍ଷକୁ ଗୋଟିଏ ବାଛୁରୀ ମିଳିଲେ ଆମ ରାଜ୍ୟର ଦୁଗ୍‌ଧ ଉତ୍ପାଦନ ଦୁଇଗୁଣା ହେବ।

Successful Santosh: ଜୀବନ ଜିନ୍ଦାବାଦ୍‌: ସଫଳ ସନ୍ତୋଷ ଆଜିକାଲି ବଜାରରେ ଦେଶୀ ଗାଈର "ଏ୨ କ୍ଷୀର"ର ଚାହିଦା ବଢୁଛି।

ଆମ ଚାଷୀମାନେ କେମିତି ଏହାର ଫାଇଦା ନେଇ ନିଜ ଆୟ ବଢ଼ାଇ ପାରିବେ?ଆମ ଦେଶରେ ଦେଶୀଗାଈ ଓ ମଇଁଷିମାନଙ୍କର କ୍ଷୀର ଏ୨ ଅଟେ।

ଓଡ଼ିଶାର ୮୦ ଭାଗ ଗାଈ ଓ ମଇଁଷି ଦେଉଥିବା କ୍ଷୀର ଉଚ୍ଚ ଗୁଣବତ୍ତାସଂପନ୍ନ।

କୁଜ ଥିବା ଗାଈମାନଙ୍କର କ୍ଷୀର ଏ୨ ବିଟା କେଜିନ୍‌ ବହନ କରିଥାଏ।

ଆମ ରାଜ୍ୟର ଶତକଡ଼ା ୮୦ ଭାଗ ଗାଈଙ୍କ କୁଜ ଥିବାରୁ ଆମର ଅଧିକ କ୍ଷୀର ଏ୨।

ଏହି କ୍ଷୀରର ଚାହିଦା ବଢୁଛି।

ଲୋକେ ସ୍ବାସ୍ଥ୍ୟ ସଚେତନ ହେଉଥିବାରୁ ଏହାର ଚାହିଦା ଆଗକୁ ଆହୁରି ବଢ଼ିବ।

ଏବେ ଓମ୍‌ଫେଡ୍‌ ପକ୍ଷରୁ ବିଞ୍ଝାରପୁରୀ ଗାଈର ଏ୨ କ୍ଷୀର ଯୋଗାଇଦିଆଯାଉଛି।

ଏହି ପ୍ରଚେଷ୍ଟା ରାଜ୍ୟର ୪ଟି ପ୍ରଜାତିକୁ ବିସ୍ତାର କରିବା ଓ ଅଣମାନ୍ୟତାପ୍ରାପ୍ତ ଅନ୍ୟ ଦେଶୀ ଗାଈ କ୍ଷୀରକୁ ଏ୨ ମାନ୍ୟତା ଦେଇ ଉପଭୋକ୍ତାଙ୍କୁ ଉପଲବ୍ଧ କରାଇଲେ ଚାଷୀ ଅଧିକ ଉପକୃତ ହେବେ।

ଆପଣ ଓୟୁଏଟିରେ ଥିବା ପଲିଟେକ୍ନିକ୍‌ ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ଗ୍ରାମୀଣ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏଠାରେ କେଉଁ ସବୁ ପଦକ୍ଷେପ ନିଆଯାଉଛି?ପଲିଟେକ୍ନିକ୍‌ ବା ବହୁବୃତ୍ତି ନିର୍ଦ୍ଦେଶାଳୟର ମୁଖ୍ୟ ହେବା ମୋର ସୌଭାଗ୍ୟ।

ଏଥିରେ ୧୦ଟି କେନ୍ଦ୍ର (୬ଟି କୃଷିବିଜ୍ଞାନ, ୨ଟି ଉଦ୍ଭିଦ ବିଜ୍ଞାନ ଓ ଗୋଟିଏ ଲେଖାଏଁ ପ୍ରାଣୀ ବିଜ୍ଞାନ ଓ ମତ୍ସ୍ୟ ବିଜ୍ଞାନ କେନ୍ଦ୍ର) ରହିଛି।

ଏଠାରେ ଯୁକ୍ତଦୁଇ ବିଜ୍ଞାନ ସାରି ୨ ବର୍ଷ ଅଧ୍ୟୟନ ପରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ କ୍ଷେତ୍ର ସ୍ତରରେ କୃଷି ଓ ଆନୁଷଙ୍ଗିକ ବିଭାଗରେ ସେବା ପ୍ରଦାନ କରିଥାନ୍ତି।

ବିଭିନ୍ନ ସଂସ୍ଥାରେ ଚାକିରି, ଉଚ୍ଚତର ଶିକ୍ଷା ସହ ଅନେକ ଛାତ୍ରଛାତ୍ରୀ ଉଦ୍ୟୋଗୀ ହୋଇଛନ୍ତି।

ଓୟୁଏଟିର ପରୀକ୍ଷାଗାରଗୁଡ଼ିକରେ ପ୍ରାଣୀ ସମ୍ପଦ ଜେନେଟିକ୍ସ୍‌କୁ ନେଇ ଯେଉଁ ଗବେଷଣା ହେଉଛି, ଗାଁର ସାଧାରଣ ଚାଷୀ କ"ଣ ତା"ର ଲାଭ ପାଇପାରୁଛନ୍ତି?ଗବେଷଣା ଓ ପ୍ରକଳ୍ପ ଆଧାରରେ ଗଞ୍ଜାମ ଛେଳି, ଗଞ୍ଜାମ ମେଣ୍ଢା, ବିଞ୍ଜାରପୁରୀ ଗାଈ ଓ ଚିଲିକା ମଇଁଷି ପାଳନ କରୁଥିବା ଚାଷୀ ସିଧା ଲାଭବାନ ହେଉଛନ୍ତି।

ଆମ ପ୍ରାଣୀସମ୍ପଦ ଜାତୀୟ ମାନ୍ୟତା ପାଇଥିବାରୁ ସେମାନଙ୍କ ମୂଲ୍ୟ ବୃଦ୍ଧି ହେଉଛି।

ଉଚ୍ଚ ଗବେଷଣା ଯୋଗୁଁ ଆମ ଦେଶୀ ପ୍ରାଣୀସମ୍ପଦର ସ୍ବତନ୍ତ୍ରତା ଜଣାପଡୁଛି।

ଚାଷୀ ପ୍ରାଣୀସମ୍ପଦର ସଠିକ୍‌ ମୂଲ୍ୟାୟନ କରିପାରୁଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)