US Open: ହାରିସନ୍-ସ୍କୁପ୍ସ୍କିଙ୍କୁ ପୁରୁଷ ଯୁଗଳ ଟ୍ରଫି
"ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଯୁଗଳ ବର୍ଗରେ ଚାମ୍ପିୟନ୍ ହୋଇଛନ୍ତି ଆମେରିକାର କ୍ରିଷ୍ଟିଆନ୍ ହାରିସନ୍ ଓ ବ୍ରିଟେନ୍ର ନିଲ୍ ସ୍କୁପ୍ସ୍କି।
ଫାଇନାଲ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଏହି ଯୋଡ଼ି ଚମତ୍କାର ପ୍ରଦର୍ଶନ କରି ଟ୍ରଫି ହାତେଇଛନ୍ତି।
ଫାଇନାଲ୍ ମୁକାବିଲାରେ ହାରିସନ୍-ସ୍କୁପ୍ସ୍କି ଯୋଡ଼ି ଷଷ୍ଠ ମାନ୍ୟତାପ୍ରାପ୍ତ ଜର୍ମାନୀର କେଭିନ୍ କ୍ରାୱିଜ୍ ଓ ଟିମ୍ ପୁଏଜ୍ଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲେ।
ଉଭୟ ଯୋଡ଼ିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲେ ମଧ୍ୟ ଶେଷରେ ହାରିସନ୍-ସ୍କୁପ୍ସ୍କି ୬-୪, ୭-୬ ସେଟ୍ରେ ବିଜୟୀ ହୋଇଥିଲେ।Advertisment ହାରିସନ୍ ଓ ସ୍କୁପ୍ସ୍କିଙ୍କ ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ଏହି ବିଜୟ ସହ ହାରିସନ୍ ଓ ସ୍କୁପ୍ସ୍କି ଯୋଡ଼ି ଚଳିତ ବର୍ଷ ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି।
ଏହା ପୂର୍ବରୁ ଏହି ଯୋଡ଼ି ଅଷ୍ଟ୍ରେଲିଆନ୍ ଓପନ୍ରେ ମଧ୍ୟ ଚାମ୍ପିୟନ୍ ହୋଇଥିଲେ।
ୟୁଏସ୍ ଓପନ୍ର ଏହି ଟାଇଟଲ୍ ହାରିସନ୍-ସ୍କୁପ୍ସ୍କି ଯୋଡ଼ିଙ୍କ ପାଇଁ ଚଳିତ ସିଜିନ୍ର ଉଲ୍ଲେଖନୀୟ ସଫଳତା ହୋଇଛି।
ଅଷ୍ଟ୍ରେଲିଆନ୍ ଓପନ୍ ପରେ ଆଉ ଏକ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତି ସେମାନେ ନିଜ ଦବଦବା ଜାହିର କରିଛନ୍ତି।
ବିଶ୍ବର ୧ନଂ ଖେଳାଳି ହେଲେ ରିବାକିନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
