BMC: ବିଏମ୍ସିର ୩୦ ଦେୟମୁକ୍ତ ପରିସ୍ରାଗାର ଲୋକାର୍ପିତ
"ଭୁବନେଶ୍ୱର: ରଥଯାତ୍ରା ଅବ୍ୟବହିତ ପୂର୍ବରୁ ଆଜି ବିଏମ୍ସି ପକ୍ଷରୁ ୩୦ଟି ଦେୟମୁକ୍ତ ଲୁ" ବା ପରିସ୍ରାଗାର ଲୋକାର୍ପିତ ହୋଇଛି।
ରଥଯାତ୍ରା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ତଥା ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହିସବୁ ଲୁ ଲୋକାର୍ପଣ କରାଯାଇଛି।
ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏସବୁ ଖୋଲା ରହିବ।
ଏହି ଦେୟମୁକ୍ତ ପରିସ୍ରାଗାର ପରିଚାଳନା ପାଇଁ ମାସିକ ଲୁ ପିଛା ୧୩,୫୦୦ ଟଙ୍କା ହିସାବରେ ବାର୍ଷିକ ମୋଟ୍ ୪୮.୬୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି।
Advertisment Rath Yatra: ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା ଆଜି ଏକାମ୍ର ହଲ୍ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ କହିଛନ୍ତି ଯେ ବିଏମ୍ସିର ତିନି ଜୋନ୍ରେ ୨୦୦ଟି ଲୁ ନିର୍ମାଣ କରିବାର ଯୋଜନା ରହିଛି।
ଏଥିରୁ ୧୪୩ଟି ଲୁ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା।
୩୦ଟି ଲୋକାର୍ପିତ ହେଲା ଏବଂ ୧୧୩ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି।
ଆଜି ୟୁନିଟ୍-୧ ହାଟ, ଶ୍ରୀୟା ଛକ, ଇନ୍ଦ୍ରଧନୁ ମାର୍କେଟ୍, ପ୍ରିୟଦର୍ଶିନୀ ମାର୍କେଟ୍, ବାପୁଜୀନଗର, ବରମୁଣ୍ଡା, ନୟାପଲ୍ଲୀ ଭଳି ପ୍ରମୁଖ ଅଞ୍ଚଳର ଲୁ ଗୁଡ଼ିକୁ ଜନ ସାଧାରଣଙ୍କ ପାଇଁ ଖୋଲାଯାଇଛି।
ଏହାବାଦ୍ ବିଏମ୍ସି ଅଞ୍ଚଳରେ ୧୧୧ଟି ସାମୂହିକ ଶୌଚାଳୟ(ପବ୍ଲିକ୍ ଟଏଲେଟ୍), ୫୬ଟି ଗୋଷ୍ଠୀ ଶୌଚାଳୟ(କମ୍ୟୁନିଟି ଟଏଲେଟ୍), ୧୮ଟି ଇ-ଶୌଚାଳୟ ରହିଛି।
ଗୋଷ୍ଠୀ ଶୌଚାଳୟରୁ ୫୦ଟି କାର୍ଯ୍ୟକ୍ଷମ ଅଛି ଓ ବାକି ୬ଟିର ନବୀକରଣ ଚାଲିଛି।
ଇ-ଶୌଚାଳୟରୁ ୧୪ଟି କାର୍ଯ୍ୟକ୍ଷମ ଅଛି ଓ ୪ଟିର ନବୀକରଣ ଚାଲିଛି।
Neglect: ୧୦ ଦିନରେ ୩ ମୃତ୍ୟୁ, ବର୍ଷକରେ ୨୫ ମୃତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସବୁ ସାମୂହିକ ଶୌଚାଳୟକୁ ଦେୟଯୁକ୍ତ କରାଯାଇଛି ବୋଲି ମେୟର କହିଛନ୍ତି।
ରାଜ୍ୟ ସରକାର ୧୦ ଟଙ୍କା ଭିତରେ ୟୁଜର୍ସ ଫି" ରଖିବାକୁ କହିଥିଲେ।
କର୍ପୋରେସନ୍ ନିଷ୍ପତ୍ତିକ୍ରମେ ୫ ଟଙ୍କା ୟୁଜର୍ସ ଫି" ରଖାଯାଇଛି।
ପରୀକ୍ଷାମୂଳକ ଭାବେ ଏହି ଦେୟ ଆଦାୟ କରାଯାଉଛି।
ଲୋକଙ୍କ ପ୍ରତିକ୍ରିୟା ଦେଖି ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ପଦକ୍ଷେପ ନିଆଯିବ।
କିନ୍ତୁ ଗୋଷ୍ଠୀ ଶୌଚାଳୟ, ଇ-ଶୌଚାଳୟ ଓ ଲୁ ସଂପୂର୍ଣ୍ଣ ଦେୟମୁକ୍ତ ରହିବ।
ଲୁ"ଗୁଡ଼ିକର ପରିଚାଳନା ଦାୟିତ୍ବ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୁଲଭ ସିଷ୍ଟମକୁ ଦିଆଯାଇଛି।
ଏହି ସଂସ୍ଥା ଲୁ"ରେ ମାନବସମ୍ବଳ ନିୟୋଜନ, ଦୈନିକ ଦୁଇଥର ସଫେଇ କରିବ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଶିକ୍ଷା ଓ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, କର୍ପୋରେଟର ଅମରେଶ ଜେନା, ଭାରତୀ ସିଂ, ପରିମଳ ଉପାୟୁକ୍ତ ଏନ୍.
ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।