Ratha yatra: ମଣିମା ଆସିବେ... ସିଂହଦ୍ବାର ଚକଡ଼ାରେ ତିନି ରଥ

Jul 16, 2026 - 03:20
Ratha yatra: ମଣିମା ଆସିବେ... ସିଂହଦ୍ବାର ଚକଡ଼ାରେ ତିନି ରଥ

"ପୁରୀ: ରତ୍ନବେଦିରେ ଆଉ ମନ ଲାଗୁନି।

ଜନ୍ମବେଦି କଥା ମନେ ପଡ଼ିଲାଣି।

ବଡ଼ଦାଣ୍ଡରେ ଭକ୍ତଙ୍କୁ ଦେଖିବାକୁ ଚକାଆଖି ଉଚ୍ଚାଟ ହେଲାଣି।

ସିଂହଦ୍ବାର ଚକଡ଼ାରେ ରଥ ଲାଗିସାରିଛି।

ରଥ ଉପରେ କାଳିଆ ଧନକୁ ଦେଖିବାକୁ ଚାହିଁ ରହିଲେଣି ଭକ୍ତ।

କିଏ ସାଥିରେ ଦୁଃଖକୁ ଗଣ୍ଠିଲି କରି ଆଣିଛି ତ କାହାକୁ ଚକା ଆଖିର ଆକର୍ଷଣ କାହିଁ କେତେ ଦୂରରୁ ଟାଣି ଆଣିଛି।

ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି।

ବଡ଼ଦାଣ୍ଡ ମାର୍ଜନା ସରିଛି।

ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ର କମ୍ପୁଛି।

ବଡ଼ଦାଣ୍ଡରେ ଭକ୍ତମାନେ ଡେରା ପକାଇଲେଣି।

ଗରିବ ଭକ୍ତମାନେ ବଡ଼ଦାଣ୍ଡ ଓ ଶରଧାବାଲିକୁ ଆଲିଙ୍ଗନ କରି ଶୋଇ ରାତି ପାହିବାକୁ ଅପେକ୍ଷା କରିଛନ୍ତି।

ଆଧ୍ୟାତ୍ମିକ ଆଡ଼ମ୍ବର ଏବଂ ଆବେଗର କୋଳାହଳରେ ଶ୍ରୀକ୍ଷେତ୍ର ପାଲଟିଛି ସ୍ବର୍ଗପୁର।

ଏଣେ ଗୁଣ୍ଡିଚା ରାଣୀ ଅଥୟ।

ମାଉସୀ ମା" ବି ଅଥୟ।

ଭକ୍ତ ଅଥୟ, ରଥ ବି ଅଥୟ।Advertisment Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ ସକାଳ ସାଢ଼େ ୯ରୁ ପହଣ୍ଡିଅପରାହ୍ଣ ୪ରେ ରଥଟଣା ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଆଜି ତିନିରଥ ଶ୍ରୀମନ୍ଦିର ସମ୍ମୁଖ ଭାଗକୁ ନିଆଯାଇଛି।

ମଧ୍ୟାହ୍ନ ୧ଟା ୧୦ରେ ଆଜ୍ଞାମାଳ ବିଜେ ପରେ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ସିଂହଦ୍ବାର ଚକଡ଼ାକୁ ବିଜେ କରିଛନ୍ତି।

ମହାପ୍ରଭୁଙ୍କୁ ପହଣ୍ଡି କରି ଆଣିବା ପାଇଁ ସେନାପଟା ଲାଗି ହୋଇଛି।

ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇସାରିଛି।

ସକାଳୁ ମଙ୍ଗଳ ଆଳତି ସହ ଅନ୍ୟ ନୀତି ବଢ଼ିବା ପରେ ସାଢ଼େ ୯ଟାରୁ ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଆରମ୍ଭ ‌ହେବ।

ଆବଶ୍ୟକସ୍ଥଳେ ନିର୍ଦ୍ଧାରିତ ସମୟ ଆଗରୁ ପହଣ୍ଡି ହେବ।

ଗୋଟି ପହଣ୍ଡିରେ ଠାକୁର ରଥକୁ ବିଜେ କରିବେ।

ତିନି ରଥରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଏବଂ ଗଜପତି ଛେରାପହଁରା କରିବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ।

ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

୨୨୦ ପ୍ଲାଟୁନ୍‌ ଫୋର୍ସ ସମେତ ୧୨ ହଜାର ପୁଲିସ ନିୟୋଜିତ ହେବେ।

ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Neglect: ୧୦ ଦିନରେ ୩ ମୃତ୍ୟୁ, ବର୍ଷକରେ ୨୫ ମୃତ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମୁତାବକ, ଗୁରୁବାର ସକାଳ ୬ଟାରେ ମଙ୍ଗଳ ଆଳତି ପରେ ୬ଟା ୧୦ରେ ମଇଲମ, ସାଢ଼େ ୬ଟାରେ ଅବକାଶ, ୭ଟାରେ ସୂର୍ଯ୍ୟପୂଜା, ୭ଟା ୧୦ରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ୮ଟାରୁ ୯ଟା ସକାଳ ଧୂପରେ ଖେଚୁଡ଼ି ଭୋଗ ହେବ।

ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ।

୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରିବା ନେଇ ଲକ୍ଷ୍ୟ ରହିଛି।

ମଧ୍ୟାହ୍ନ ସାଢ଼େ ୧୨ଟାରୁ ୧ଟା ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ।

ସାଢ଼େ ଗୋଟାଏରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବ।

୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ହେବ।

ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ।

ଗୁଣ୍ଡିଚା ଯାତ୍ରା ଦିନ ଯଦି ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଯାଏ, ତେବେ ଶ୍ରୀବିଗ୍ରହଙ୍କ ଆଡ଼ପ ପହଣ୍ଡି ବିଜେ ପରଦିନ ଅନୁଷ୍ଠିତ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।