Migrant Odia: ଯନ୍ତ୍ରଣାର ଦାଉରେ କନ୍ଧମାଳ; ପ୍ରବାସରେ ମାସକରେ ଗଲାଣି ୧୧ ଜୀବନ

Aug 31, 2026 - 00:48
Migrant Odia: ଯନ୍ତ୍ରଣାର ଦାଉରେ କନ୍ଧମାଳ; ପ୍ରବାସରେ ମାସକରେ ଗଲାଣି ୧୧ ଜୀବନ

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ରୋଜଗାର ପାଇଁ ବାହାର ରାଜ୍ୟ ଖଟିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ଜୀବନ ଦୀପ ଲିଭିଯାଉଛି।

ଏହି ତାଲିକାରେ ଦେଖିଲେ ଏବେ ପ୍ରବାସରେ ମାସକ ଭିତରେ କନ୍ଧମାଳ ଜିଲ୍ଲାର ୧୧ ଜଣ ଶ୍ରମିକ ପ୍ରାଣ ହରାଇଲେଣି।

Advertisment ଚଳିତ ଅଗଷ୍ଟ ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ଅଙ୍ଗୁଲ ଜିଲ୍ଲା ଅନ୍ତର୍ଗତ ମେଜରମେଣ୍ଟା ଠାରେ  ଅଟୋ ଓଲଟି ଘଟିଥିବା ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇଦ୍ରଗଡ଼ ପଞ୍ଚାୟତ ରିସାଭୂମି ଗ୍ରାମର ମୁରଲୀ ନାୟକ (୫୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ବହୁ କଷ୍ଟରେ ଶବକୁ ଗାଁ"କୁ ଆଣି ସତ୍କାର କରିଛନ୍ତି।

ନିଜ ପରିବାରର ଭରଣପୋଷଣ ଓ ପିଲାମାନଙ୍କ ପାଠପଢ଼ା ପାଇଁ ମୁରଲୀ ଅନ୍ୟ ଶ୍ରମିକଙ୍କ ସହ ଆନ୍ଧ୍ରପ୍ରଦେଶ ଯାଇଥିଲେ।

ସେଠାରେ ମୂଲିଆ ଓ ମିସ୍ତ୍ରୀ ଭାବେ ଘର ନିର୍ମାଣ କାମ କରୁଥିଲେ।

ଅଞ୍ଚଳବାସୀଙ୍କ ସୂଚନା ଅନୁଯାୟୀ, ମୁରଲୀ ପ୍ରାୟ ୪୦ ପ୍ରତିଶତ ଦିବ୍ୟାଙ୍ଗ ଥିଲେ।

ତଥାପି ଆର୍ଥିକ ଅନାଟନ ଯୋଗୁଁ ପରିବାର ପାଇଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହୋଇଥିଲେ।

ଏବେ ତାଙ୍କ ମୃତ୍ୟୁ ପରେ ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି।

ପୂର୍ବରୁ ଗତ ୨୭ ତାରିଖରେ ଘୁ.ଉଦୟଗିରି ବ୍ଲକ୍ ରଟିଙ୍ଗିଆ ପଞ୍ଚାୟତର କଲିନାଜୁ ଗ୍ରାମର ସାଗର ପ୍ରଧାନ (୩୪) କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଅନ୍ତର୍ଗତ ପେରୁମ୍ବାଭୁର ଠାରେ ପ୍ରାଣ ହରାଇଥିଲେ।

ସେହିପରି ଏହାର ଦିନକ ପ‌ରେ ତଥା ଜୁଲାଇ ୨୮ରେ ଘୁ.ଉଦୟଗିରି ବ୍ଲକ୍‌ କତିଙ୍ଗିଆ ପଞ୍ଚାୟତର ରିଶୁଗୁଡ଼ା ଗ୍ରାମର ପୂର୍ବତନ ନାଏବ ସରପଞ୍ଚଙ୍କ ପୁଅ ତରୁଣ ପ୍ରଧାନ (୪୨)ଙ୍କ ମୃତ୍ୟୁ ଘଟିଥିଲା।

ସେହିଦିନ ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ ପାଟାମାହା ଗ୍ରାମ ବାସିନ୍ଦା ବିଶପ ଦିଗାଲ(୪୫) କେରଳର କୁରପୁମ୍ପଡି ଥାନା ରାଇମଙ୍ଗଲମ୍ ପଞ୍ଚାୟତର ପୁଲବାରି ଗ୍ରାମର ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ ସେଠାରେ କୂଅରେ ପଡ଼ି ପ୍ରାଣ ହରାଇଥିଲେ।

ଜୁଲାଇ ୩୦ରେ ହାଇଦ୍ରାବାଦରେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମର ବୁଡାଗୁଡ଼ା ସାହିର ପୁଅ ସୀମାଞ୍ଚଳ ନାୟକ(୧୯)ଙ୍କ ମୃତ୍ୟୁ ହୋଇଥିଲା।

ଅଗଷ୍ଟ ୩ରେ କ.ନୂଆଗାଁ ବ୍ଲକ୍‌ ଥାନାସାହି/ସିର୍ତିଗୁଡ଼ାର କସ୍ତୁରୀ ପ୍ରଧାନ (୨୯) ତାମିଲନାଡୁର କୋଏମ୍ବାଟୁରର ଅନୁରରେ ପ୍ରାଣ ହରାଇଥିଲେ।

ଏହାପରେ  ଏବେ ମାସକ ଭିତରେ ଟିକାବାଲି ବ୍ଲକ୍‌ ଗଦଗୁଡ଼ା ଗ୍ରାମର ଶୁଭଦେବ ପ୍ରଧାନ (୩୫) କେରଳରେ, ଚକାପାଦ ବ୍ଲକ ଅନ୍ତର୍ଗତ ବାପଲମେଣ୍ଡି–"ବି" ପଞ୍ଚାୟତର ବାହାଡ଼ା ସାହିର ବେଣୁଧର ନାୟକ (୪୪), କୋଟଗଡ଼ ବ୍ଲକ ଗୁଗୁରୁମାହା ପଞ୍ଚାୟତ ଅନ୍ତର୍ଗତ ବ୍ରହାମାହା ସାହିର ମୋତା ମଲିକ (୪୬) କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା କଲନସେରି ଠାରେ , ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ଗ୍ରାମ ପଞ୍ଚାୟତର ନେଡିମାହା ଗ୍ରାମର ସାମନ୍ତ ପ୍ରଧାନ (୨୭)  ଆନ୍ଧ୍ରପ୍ରଦେଶରେ, ଅଗଷ୍ଟ ୨୪ ତାରିଖରେ ରାଇକିଆ ବ୍ଲକ କୋରଡ଼ା ପଞ୍ଚାୟତ ତେନ୍ତୁଳିଆ ଗ୍ରାମର ପ୍ରତାପ ପ୍ରଧାନ (୨୫) ତାମିଲନାଡୁରେ  ଓ ରାଇକିଆ ବ୍ଲକ ଇଦ୍ରଗଡ ପଞ୍ଚାୟତ ର ମୁରଲୀ ନାୟକ (୫୫)ଙ୍କ ଆନ୍ଧ୍ରରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Dead: ଦାଦନ ଖଟିବାକୁ ଯାଇ ୨ବର୍ଷ ଭିତରେ ଆଗପଛ ହୋଇ ଜୀବନ ହାରିଲେ ୨ଭାଇ ସବୁଠାରୁ ଚିନ୍ତାଜନକ ବିଷୟ ମାତ୍ର ଏକ ମାସରେ କନ୍ଧମାଳର ୧୧ ଦାଦନ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ।

ପ୍ରବାସରେ ଅକାଳରେ ଶ୍ରମିକଙ୍କ ମୃତ୍ୟୁ ଯୋଗୁଁ ଏସବୁ ପରିବାର ଏବେ ବେସାହାରା ହୋଇଛନ୍ତି।

ଆର୍ଥିକ ଅନାଟନରେ ଛନ୍ଦି ହୋଇଛନ୍ତି।

ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଜିଲ୍ଲାର ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ପ୍ରଶ୍ନ ଉଠିଛି।

ସ୍ଥାନୀୟ ରୋଜଗାର ସୃଷ୍ଟି, ଶ୍ରମିକଙ୍କ ପଞ୍ଜୀକରଣ, ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ସୁରକ୍ଷା ଏବଂ ମୃତ୍ୟୁ ପରେ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରଭାବୀ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)