12 SEPTEMBER 2026

Welcome!

Unlock your personalized experience.
Sign Up

Middle East Investment: ମଧ୍ୟପ୍ରାଚ୍ୟ ନିବେଶ ଉପରେ ନଜର: ୨୦୨୨ରେ ଆସିଥିଲା ୨୧,୮୦୦ କୋଟି

Sep 01, 2026 - 05:42
Middle East Investment: ମଧ୍ୟପ୍ରାଚ୍ୟ ନିବେଶ ଉପରେ ନଜର: ୨୦୨୨ରେ ଆସିଥିଲା ୨୧,୮୦୦ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ବିଦେଶରୁ ପୁଞ୍ଜିନିବେଶ ଆଣିବା ଲାଗି ଆସନ୍ତା ମାସ ୮-୯ରେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ର ଦୁବାଇ ଗସ୍ତ କରିବେ। ଦୁଇ ବର୍ଷ ପରେ ସେ ପୁଣି ଥରେ ବିଦେଶ ମାଟିରୁ ଓଡ଼ିଶା ପାଇଁ ନିବେଶ ଆଣିବାକୁ ଉଦ୍ୟମ କରିବେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ୨୦୨୪ରେ ସେ ସିଙ୍ଗାପୁର ଗସ୍ତରେ ଯାଇଥିଲେ। ତାଙ୍କ ଆସନ୍ତା ଦୁବାଇ ଗସ୍ତର କେତେ ପୁଞ୍ଜିନିବେଶ ଆସିବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଶେଷ ଥର ପାଇଁ ୨୦୨୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୁବାଇରେ ଏକ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେହି ସମ୍ମିଳନୀରୁ ୨୧ ହଜାର ୮୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଶୋଭା ରିଅଲିଟି, ଲୁଲୁ ଗ୍ରୁପ୍‌, ଟାବ୍ରିଡ୍‌, ଆରବ ଆଣ୍ଡ୍‌ ଇଣ୍ଡିଆ ସ୍ପାଇସେସ୍‌, ସରାଫ ଗ୍ରୁପ୍‌, ଟ୍ବେଣ୍ଟି୧୪ ହୋଲ୍‌ଡିଂ ଭଳି ସଂସ୍ଥା ରାଜ୍ୟରେ ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲେ। ସୋଭା ରିଅଲିଟି ୫୦୦୦ କୋଟି ଟଙ୍କା ଏବଂ ଲୁଲୁ ଗ୍ରୁପ୍‌ ସପିଙ୍ଗ ମଲ୍‌ କରିବାରେ ୧୫୦୦ କୋଟି ଟଙ୍କା ନିବେଶ କରିବାକୁ କହିଥିଲା। ସେହି ପ୍ରସ୍ତାବଗୁଡ଼ିକୁ ବାସ୍ତବ କାର୍ଯ୍ୟକାରିତା ଏବେବି ପ୍ରଶ୍ନବାଚୀ ହୋଇରହିଛି। 

NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ

ଚାରି ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତା ସେପ୍ଟେମ୍ବର ୮-୯ ତାରିଖ ଦୁବାଇ ନିବେଶକ ସମ୍ମିଳନୀରେ ଭାଗ ନେବେ। ସେ ଧାତବ, ପେଟ୍ରୋରସାୟନ, ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ଶକ୍ତି, ଗ୍ରିନ ହାଇଡ୍ରୋଜେନ ଓ ଗ୍ରିନ୍‌ ଆମୋନିଆ, ବୟନ, ପୋଷାକ, ସେମିକଣ୍ଡକ୍ଟର, ବନ୍ଦର ଓ ଲଜିଷ୍ଟିକ୍ସ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବା ପାଇଁ ଉଦ୍ୟମ କରିବେ। ନିକଟରେ ୟୁଏଇର ସଂସ୍ଥା ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କମ୍ପାନି (ଆଇଏଚ୍‌ସି) ଆଦାନୀ ଗ୍ରୁପ୍‌ ସହିତ ମିଶି ଓଡ଼ିଶାରେ ବକ୍ସାଇଟ୍‌ ଖଣି, ଆଲୁମିନା ବିଶୋଧନାଗାର, ଆଲୁମିନିୟମ ସ୍ମେଲଟର, ପାୱାର ପ୍ଲାଣ୍ଟ୍‌ ଆଦିରେ ୧.୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବା ଲାଗି ରାଜ୍ୟ ସରକାରଙ୍କ ସହ ବୁଝାମଣା କରିଥିଲା। ତେଣୁ ଶ୍ରୀ ମାଝୀଙ୍କ ଦୁବାଇ ନିବେଶକ ସମ୍ମିଳନୀରୁ ବିପୁଳ ନିବେଶ ଆସିବା ଆଶା ରହିବା ସ୍ବାଭାବିକ।

ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ସରକାର ୨୦୨୨ରେ ଦୁବାଇ/ୟୁଏଇ, ୨୦୨୩ରେ ଜାପାନ ଓ ୨୦୨୪ରେ ସିଙ୍ଗାପୁରରେ ରୋଡ୍‌ସୋ ଆୟୋଜନ କରିଥିଲେ। ଜାପାନ ନିବେଶକ ସମ୍ମିଳନୀରୁ ରାଜ୍ୟ ସରକାର ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିଲେ। ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ ଆମୋନିଆ, ସୂଚନା ପ୍ରଯୁକ୍ତି, ଲଜିଷ୍ଟିକ୍ସ, ଧାତବ, ଇସ୍ପାତ ଆଦି କ୍ଷେତ୍ର ପାଇଁ ସରକାର ନିବେଶ ପ୍ରସ୍ତାବ ଆସିଥିଲା। ୨୦୨୪ର ସିଙ୍ଗାପୁର ରୋଡ୍‌ସୋ ସମୟରେ ଏମ୍‌ଏଏସ୍‌ ହୋଲ୍‌ଡିଂ, ଲିଣ୍ଡେ, ସେମ୍ବକର୍ପ, ଭୋପାକ୍‌ ଓ ଏପି ମୋଲର ମାଏର୍ସକ ଭଳି ସଂସ୍ଥା ଓଡ଼ିଶାରେ ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମାଝୀଙ୍କ ସରକାର ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି ହାସଲ କରିବାକୁ ଲକ୍ଷ୍ୟ ରଖିଥିବାରୁ ତାଙ୍କ ଦୁବାଇ ଗସ୍ତର ବେଶ ଗୁରୁତ୍ବ ରହିଛି। କିନ୍ତୁ ଓଡ଼ିଶାର ବିଦେଶୀ ନିବେଶକ ଅଭିଯାନର ସଫଳତା ଦୁଇଟି ମାପଦଣ୍ଡ ଉପରେ ନିର୍ଭର କରିବ। କେତେ ନିବେଶ ପ୍ରସ୍ତାବ ଆସିଲା ଓ କେତେ ବାସ୍ତବରେ କାର୍ଯ୍ୟକାରୀ ହେଲା।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳଦବାର ଦିନ ନୂଆଦିଲ୍ଲୀ ଗସ୍ତରେ ଯିବେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଦୁଇଦିନିଆ ଶିଖର ସମ୍ମିଳନୀରେ ସେ ଯୋଗ ଦେବେ। ଏହି ସମ୍ମିଳନୀରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀ ଯୋଗ ଦେବେ। ସମ୍ମିଳନୀର ଦ୍ବିତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଦୁଇ କିମ୍ବା ତିନି ତାରିଖରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)