Mid Air Helicopter Crash: ଜଙ୍ଗଲ ନିଆଁ ଲିଭାଇବା ସମୟରେ ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର: ୨ ମୃତ

Aug 03, 2026 - 16:59
Mid Air Helicopter Crash: ଜଙ୍ଗଲ ନିଆଁ ଲିଭାଇବା ସମୟରେ ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର: ୨ ମୃତ

"ଏଥେନ୍ସ,: ଗ୍ରୀସ୍ ଜଙ୍ଗଲ ନିଆଁ ଲିଭାଇବା ସମୟରେ ମଝି ଆକାଶରେ ଦୁଇଟି ହେଲିକପ୍ଟର ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ଏଥେନ୍ସର ପଶ୍ଚିମରେ ପସାଥା ଅଞ୍ଚଳରେ ଜଙ୍ଗଲରେ ନିଆଁ ଲିଭାଇବା ସମୟରେ ଭଡ଼ାରେ ନିଆଯାଇଥିବା ବେଲ୍ ହେଲିକପ୍ଟର ଦୁଇଟି ଧକ୍କା ହୋଇଥିଲା।

ଧକ୍କା ହେବା ପରେ ଗୋଟିଏ ହେଲିକପ୍ଟର ସମ୍ପୂର୍ଣ୍ଣ ଜଳି ଯାଇ ତଳେ ପଡ଼ିଯାଇଥିଲା।

ହେଲିକପ୍ଟରରେ ଥିବା ଡେନମାର୍କ ପାଇଲଟ୍ ଓ ଗ୍ରୀକ୍ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା।

ଦ୍ୱିତୀୟ ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି।

ଏହାର ଦୁଇ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି।Advertisment  ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଭବ୍ୟ ସ୍ବାଗତ ସେମାନଙ୍କ ମଧ୍ୟରୁ ଜଣେ ଗ୍ରୀକ୍ ଓ ଜଣେ ବ୍ରିଟିଶ ନାଗରିକ ଅଛନ୍ତି।

ଅଗ୍ନିଶମ ବିଭାଗର ଯୋଗାଯୋଗ ନିର୍ଦ୍ଦେଶକ ଭାସିଲିସ୍ ଭାଥ୍ରାକୋଗିଆନିସ୍ ଏକ ଟେଲିଭିଜନ ସମ୍ବୋଧନରେ କହିଛନ୍ତି, ପାଇଲଟମାନଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ସରକାରୀ ଟିଭି ଇଆର୍‌ଟି କହିଛି ଯେ, ତଦନ୍ତ ପାଇଁ ଅଗ୍ନିଶମ ବିଭାଗ ସେହି ଅଞ୍ଚଳରେ ନିୟୋଜିତ ସମସ୍ତ ବେଲ୍ ହେଲିକପ୍ଟରର ଉଡ଼ାଣ ରଦ୍ଦ କରିଛି।

ଟେଲିଭିଜନ ଫୁଟେଜରେ ଦେଖାଯାଇଛି ଯେ, ଗୋଟିଏ ହେଲିକପ୍ଟର ଅନ୍ୟ ହେଲିକପ୍ଟରର ତଳଭାଗ ସହିତ ଧକ୍କା ହୋଇ ବିସ୍ଫୋରଣ ହୋଇଥିଲା।

ରବିବାର ଦୁଇ ଜଣଙ୍କର ମୃତ୍ୟୁକୁ ମିଶାଇ ନିଆଁ ଲିଭା ଯିବା ସମୟରେ ଦୁର୍ଘଟଣାରେ ମୋଟ ପାଞ୍ଚଜଣଙ୍କର ମୃତ୍ୟୁ ହେଲାଣି।

ଏହି ହେଲିକପ୍ଟରଗୁଡ଼ିକ ଅଷ୍ଟ୍ରେଲିଆର ମ୍ୟାକଡର୍ମଟ୍ ଆଭିଏସନ୍ ଠାରୁ ଲିଜ୍ ନିଆଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।