Flood: ବନ୍ୟା ବିପନ୍ନଙ୍କୁ ମିଳୁନି ପାଲ, ତହସିଲ କାର୍ଯ୍ୟାଳୟ ଘେରିଲେ ଲୋକେ

Aug 03, 2026 - 13:44
Flood: ବନ୍ୟା ବିପନ୍ନଙ୍କୁ ମିଳୁନି ପାଲ, ତହସିଲ କାର୍ଯ୍ୟାଳୟ ଘେରିଲେ ଲୋକେ

"ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ଶାଖା କାଣୀ ନଦୀରେ ଘାଇ ହେବା ପରେ ସର୍ବାଧିକ କ୍ଷୟ କ୍ଷତି ହୋଇଛି।

ଯଦିଓ ବନ୍ୟା ଜଳ କମିଛି କିନ୍ତୁ ଏଯାବତ ଘରକୁ ଫେରି ନାହାନ୍ତି ବିପନ୍ନ।

ବନ୍ୟାର ୬ ଦିନ ପରେ ବି ବିପନ୍ନମାନଙ୍କୁ ଏପର୍ଯ୍ୟନ୍ତ ପାଲ ମିଳିନଥିବାରୁ ଅଭିଯୋଗ କରି ଲୋକେ ଆଜି ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।Advertisment ବନ୍ଧ ଉପରେ ରହୁଛନ୍ତି ଲୋକେ  ତରପଦା ପଞ୍ଚାୟତର ଶତାଧିକ ଲୋକେ ଆଜି ସକାଳୁ ଦଶରଥପୁର ତହସିଲଦାରଙ୍କୁ ଘେରାଉ କରିବା ସହ ଧାରଣାରେ ବସିଥିଲେ।

ଦୀର୍ଘ ସମୟ ପରେ ତାସସିଲ ଶୁଭ୍ରାଂଶୁ ଶେଖର ସାହୁଙ୍କୁ ଘେରାଉ ପରେ ତହସିଲଦାର ତଦନ୍ତ କରାଯାଇଛି ସମସ୍ତ ବିପନ୍ନଙ୍କୁ ପାଲ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସୂଚନା ଥାଉକି ଘଇଟି ତରପଦା ପଞ୍ଚାୟତ ହୋଇଥିବାରୁ ଏହି ପଞ୍ଚାୟତ ଟି ସର୍ବାଧିକ କ୍ଷତି ଘଟିଛି ।ଏଯାବତ ଲୋକେ ଘରକୁ ଫେରି ନଥିବାବେଳେ ଉପରେ ବନ୍ଧ ଉପରେ ଲୋକେ ରହୁଛନ୍ତି।

Accident: ବାଇକ୍‌କୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ୍; ଦୁଇ ବାଇକ୍ ଆରୋହୀ ଗୁରୁତର, ୫ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।