Memory: ସ୍ମୃତିଶକ୍ତି କମାଉଛି ସ୍କ୍ରିନସଟ୍
"ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ୍ ଆମ ଜୀବନର ଏକ ବଡ଼ ଅଂଶ ପାଲଟିଛି।
କୌଣସି ଜରୁରୀ ସୂଚନା, ଫଟୋ କିମ୍ବା ମେସେଜ୍ ଦେଖିଲେ ଅନେକେ ତୁରନ୍ତ ତାହାର ସ୍କ୍ରିନସଟ୍ ନେଇ ରଖୁଛନ୍ତି।
ଏହା ଦ୍ୱାରା ସୂଚନା ପରେ ଦେଖିପାରିବା ବୋଲି ଆମେ ଭାବୁ।
କିନ୍ତୁ ପରେ ଆମେ ଆଉ ଏହା ଉପରେ ଧ୍ୟାନ ଦେଇନଥାଉ।
ଏହି ଅଭ୍ୟାସ ପାଇଁ ଆମ ସ୍ମୃତିଶକ୍ତି ହ୍ରାସ ପାଉଛି।
ଆଗକାଳର ଲୋକମାନେ ବିନା ଫୋନରେ ଅନେକ ଜିନିଷ ମନେ ରଖୁଥିଲେ।
କାରଣ ସେମାନଙ୍କ ପାଖେ ତଥ୍ୟ ସଂରକ୍ଷଣ କରିବାର ଏତେ ସହଜ ମାଧ୍ୟମ ନଥିଲା।
କୌଣସି ଜିନିଷକୁ ବାରମ୍ବାର ଦେଖିବାର ସୁଯୋଗ ମିଳୁନଥିଲା।
ଯାହା ଦ୍ବାରା ସେ ତଥ୍ୟକୁ ମନେ ରଖିବା ପାଇଁ ଧ୍ୟାନଦେଇ ଦେଖୁଥିଲେ ଓ ମନେ ରଖୁଥିଲେ।
Advertisment ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ଆମେରିକାର ବିଙ୍ଗହାମଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଫଟୋ ନେବା ଓ ସ୍ମୃତିଶକ୍ତି ମଧ୍ୟରେ ସମ୍ପର୍କ ନେଇ ଅଧ୍ୟୟନ କରିଥିଲେ।
ଗବେଷଣାରେ "Photo-Taking Impairment Effect" ବିଷୟରେ ଆଲୋଚନା କରାଯାଇଥିଲା।
ସରଳ ଭାଷାରେ କହିଲେ, କୌଣସି ଜିନିଷକୁ ନିଜେ ଧ୍ୟାନ ଦେଇ ଦେଖିବା ଅପେକ୍ଷା ତାହାର ଫଟୋ କିମ୍ବା ସ୍କ୍ରିନସଟ୍ ନେଲେ ପରେ ସେହି ସୂଚନାକୁ ମନେ ରଖିବାର ପ୍ରଭାବ କମୁଛି।ଅଧ୍ୟୟନ ସମୟରେ ଛାତ୍ରମାନଙ୍କୁ ବିଭିନ୍ନ ଚିତ୍ର, ସ୍କେଚ୍ ଓ କଳାକୃତି ଦେଖାଯାଇଥିଲା।
କିଛି ଚିତ୍ରର ସେମାନଙ୍କୁ ସ୍କ୍ରିନସଟ୍ ନେବାକୁ କୁହାଯାଇଥିଲା।
ଆଉ କିଛି ଚିତ୍ରକୁ କେବଳ ଧ୍ୟାନ ଦେଇ ଦେଖିବାକୁ କୁହାଯାଇଥିଲା।
ପରେ ଗବେଷକମାନେ ଛାତ୍ରମାନଙ୍କୁ ସେହି ଚିତ୍ରଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରିଥିଲେ।
ଫଳାଫଳରେ ଦେଖାଯାଇଥିଲା ଯେ ଯେଉଁ ଚିତ୍ରଗୁଡ଼ିକର ସ୍କ୍ରିନସଟ୍ ନିଆଯାଇଥିଲା, ସେଗୁଡ଼ିକର ବିବରଣୀ ମନେ ରଖିବାରେ ଛାତ୍ରମାନେ ତୁଳନାତ୍ମକ ଭାବେ କମ୍ ସଠିକ୍ ଥିଲେ।
ଅନ୍ୟପକ୍ଷରେ, ଯେଉଁ ଚିତ୍ରକୁ କେବଳ ଦେଖିଥିଲେ, ସେଗୁଡ଼ିକର ବିବରଣୀ ଅଧିକ ଭଲ ଭାବରେ ମନେ ରଖିଥିଲେ।ଗବେଷକଙ୍କ ମତରେ, ଏହାର ଗୋଟିଏ କାରଣ ହେଉଛି ଧ୍ୟାନ ବିଭାଜିତ ହେବା।
ଯେତେବେଳେ ଆମେ କୌଣସି ଜିନିଷର ସ୍କ୍ରିନସଟ୍ ନେଉ, ସେତେବେଳେ ଆମର ଧ୍ୟାନ ଦେଖୁଥିବା ଜିନିଷରୁ ଫୋନ୍ ଆଡ଼କୁ ଯାଇଥାଏ।
ଏହା ଫଳରେ ଆମେ ଦେଖୁଥିବା ସୂଚନାକୁ ଗଭୀର ଭାବରେ ମନେ ରଖିବାରେ ବାଧା ସୃଷ୍ଟି ହୋଇପାରେ।ସରଳ ଭାବରେ କହିଲେ, ଯେତେବେଳେ ଆମେ ଜାଣୁ ଯେ କୌଣସି ସୂଚନା ଫୋନ୍ରେ ସୁରକ୍ଷିତ ଅଛି, ସେତେବେଳେ ତାହାକୁ ନିଜ ସ୍ମୃତିରେ ରଖିବା ପାଇଁ ମସ୍ତିଷ୍କ ଉପରେ ଚାପ ଦେଇନଥାଉ।
ଏହାର ଏକ ସାଧାରଣ ଉଦାହରଣ ହେଉଛି ଫୋନ୍ ନମ୍ବର।
ଫୋନ୍ରେ ନମ୍ବର ସେଭ୍ ରହୁଥିବାରୁ ଆମେ ଅନେକ ସମୟରେ ତାହାକୁ ମନେ ରଖିବାକୁ ଚେଷ୍ଟା କରୁନାହୁଁ।
ChatGPT: ବିଶ୍ବସ୍ତ ପରାମର୍ଶଦାତା ନୁହେଁ ଚାଟ୍ଜିପିଟି!ଏହାର ଅର୍ଥ ନୁହେଁ ଯେ ସ୍କ୍ରିନସଟ୍ ନେବା ସମ୍ପୂର୍ଣ୍ଣ ଖରାପ।
ଜରୁରୀ ସୂଚନାକୁ ପରେ ଦେଖିବା ପାଇଁ ସ୍କ୍ରିନସଟ୍ ନେବା ଉପଯୋଗୀ ହୋଇଖାଏ।
ତେବେ କୌଣସି ସୂଚନାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରଖିବା ଆବଶ୍ୟକ ହେଲେ, କେବଳ ସ୍କ୍ରିନସଟ୍ ଉପରେ ନିର୍ଭର ନକରି ତାହାକୁ ନିଜେ ପଢ଼ିବା, ବୁଝିବା ଏବଂ ଆବଶ୍ୟକ ହେଲେ ନୋଟ୍ କରିବା ଅଧିକ ଉପଯୋଗୀ ହୋଇପାରେ।
ସ୍ମାର୍ଟଫୋନ୍ ଆମ ଜୀବନକୁ ସହଜ କରିଛି।
କିନ୍ତୁ ପ୍ରତ୍ୟେକ ସୂଚନାକୁ ଫୋନ୍ରେ ସଂରକ୍ଷଣ କରିବା ଅଭ୍ୟାସ ନକରି, କିଛି ସୂଚନାକୁ ନିଜେ ମନେ ରଖିବା ଏବଂ ବୁଝିବାର ଅଭ୍ୟାସ କରିବା ଭଲ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
