Death: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ, ଶବ ରଖି ପରିବାର ଲୋକଙ୍କ ଧାରଣା

Aug 29, 2026 - 10:02
Death: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ, ଶବ ରଖି ପରିବାର ଲୋକଙ୍କ ଧାରଣା

"ନୂଆପଡ଼ା: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ, ଶବ ରଖି ପରିବାର ଲୋକଙ୍କ ଧାରଣା।

ଏଭଳି ଅଭାବନୀୟ ଘଟଣାଦେଖିବାକୁ ମିଳିଛି ନୂଆପଡ଼ାରେ।

ସୂଚନା ଅନୁଯାୟୀ, ଗତ ୨୫ ତାରିଖ ଦିନ କୋମନା ବ୍ଲକ୍ ପେଣ୍ଡରାପଦର ଗାଁର ଲଛନ୍ତି ମାଝୀ(୩୫) ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ।

ସେଠାରେ ଡାକ୍ତର ଅଜୟ ପଣ୍ଡା ତାଙ୍କୁ ଇଞ୍ଜେକସନ୍ ଦେଇଥିଲେ।

ଏହାର କିଛି ସମୟ ପରେ ଲଛନ୍ତିଙ୍କର ପେଟ ଫୁଲିଥିଲା।

ତାପରେ ଲଛନ୍ତିଙ୍କ ସ୍ବାମୀ ତୁଲସୀ ମାଝୀ ଏନେଇ ଡାକ୍ତରଙ୍କୁ ଜଣାଇଥିଲେ।

ତାପରେ ଡାକ୍ତର ମେଡିସିନ୍ ଦେଇଥିଲେ।

ଏହାପରେ ଗତ ରାତିରେ ଲଛନ୍ତିଙ୍କ ମୃତ୍ୟୁଘଟିଥିଲା।Advertisment କ୍ଷତିପୂରଣ ଓ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ଆଜି ସକାଳେ ଲଛନ୍ତିଙ୍କ ପରିବାର ଲୋକେ ଶବ ଧରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ସେମାନେ କ୍ଷତିପୂରଣ ଓ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଘଟଣାସ୍ଥଳରେ ସିଡିଏମଓ ଡାକ୍ତର ଦ୍ବାରିକାନାଥ ଶତପଥୀ, ଉପ ଜିଲ୍ଲାପାଳ ତହସିଲଦାର ଏବଂ ଥାନା ଅଧିକାରୀ ଗଙ୍ଗାଧର ମେହେର ପ୍ରମୁଖ  ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ପୁଲିସ୍ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଥିବା ଜଣାଯାଇଛି।

Accident: ରାସ୍ତାକଡ଼ ଦେକାନକୁ ଧକ୍କା ଦେଲା କାର୍: ଯୁବକ ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)