Meghalaya BJP:ମେଘାଳୟରେ ବିଜେପି ସହିତ ମିଶ୍ରଣ ପାଇଁ ଯୋଗାଯୋଗରେ ୯ ୟୁଡିପି ବିଧାୟକ

Aug 30, 2026 - 20:01
Meghalaya BJP:ମେଘାଳୟରେ ବିଜେପି ସହିତ ମିଶ୍ରଣ ପାଇଁ ଯୋଗାଯୋଗରେ ୯ ୟୁଡିପି ବିଧାୟକ

"ସିଲଂ: ମେଘାଳୟର ରାଜନୈତିକ ସମୀକରଣରେ ନାଟକୀୟ ପରିବର୍ତ୍ତନ ଆସିବାକୁ ଯାଉଛି।

ବିଜେପିରେ ମିଶ୍ରଣ ପାଇଁ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି (ୟୁଡିପି)ର ୯ ବିଧାୟକ ଯୋଗାଯୋଗରେ ଥିବା କୁହାଯାଉଛି।

ବିଜେପି ପରି ୟୁଡିପି ମଧ୍ୟ ଶାସକ ଏନ୍‌ପିପି ନେତୃତ୍ୱାଧୀନ ମେଣ୍ଟର ଏକ ଅଂଶ।

୬୦ ଜଣିଆ ବିଧାନସଭାରେ ବିଜେପିର ମାତ୍ର ଦୁଇ ଜଣ ବିଧାୟକ ଅଛନ୍ତି ଓ ଏହି ସମ୍ଭାବ୍ୟ ରାଜନୈତିକ କସରତ ପରେ ଦଳର ଶକ୍ତି ଦୁଇ ଅଙ୍କରେ ପହଞ୍ଚିବ।Advertisment ୟୁଡିପି ବିଧାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହଙ୍କ ମଧ୍ୟରେ ନିକଟରେ ହୋଇଥିବା ବୈଠକ ପରେ ରାଜନୈତିକ ଷଡ଼ଯନ୍ତ୍ର ଅଧିକ ଘନୀଭୂତ ହୋଇଛି।

ୟୁଡିପି କହିଛି ଯେ, ଆଲୋଚନାରେ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫସିଆର୍‌ଏ) ଓ ମେଘାଳୟ ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କେନ୍ଦ୍ରିତ ଥିଲା।

Workers' dreams: ବଡ଼ ନେତାଙ୍କ କନ୍ଦଳରେ କର୍ମୀଙ୍କ ସ୍ବପ୍ନ ଚୂରମାର: ରାଜନୈତିକ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ତେବେ ସଦ୍ୟତମ ଘଟଣାକ୍ରମର ପୃଷ୍ଠଭୂମିରେ ଏହି ବୈଠକ ବ୍ୟାପକ ରାଜନୈତିକ ଗୁରୁତ୍ୱ ହାସଲ କରିଛି।

ବର୍ତ୍ତମାନ ବିଧାନସଭାରେ ୟୁଡିପିର ୧୨ ଜଣ ବିଧାୟକ ଅଛନ୍ତି।

ଯଦି ଅତି କମ୍‌ରେ ଆଠ ଜଣ ବିଧାୟକ ଦଳ ଛାଡି ଦିଅନ୍ତି, ତେବେ ସେମାନେ ଦଳ ବଦଳ ବିରୋଧୀ ଆଇନକୁ ଏଡ଼ାଇ ପାରିବେ ଓ ଏହି ପଦକ୍ଷେପ ରାଜ୍ୟରେ ବିଜେପିର ରାଜନୈତିକ ପ୍ରଭାବକୁ ଯଥେଷ୍ଟ ବୃଦ୍ଧି କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)