Meeting: ସମିତି ବୈଠକ ବେଳେ ଅସୁସ୍ଥ ହୋଇପଡ଼ିଲେ କୋରାପୁଟ ବିଧାୟକ, ଡାକ୍ତରଖାନାରେ ଭର୍ତ୍ତି

Aug 12, 2026 - 18:40
Meeting: ସମିତି ବୈଠକ ବେଳେ ଅସୁସ୍ଥ ହୋଇପଡ଼ିଲେ କୋରାପୁଟ ବିଧାୟକ, ଡାକ୍ତରଖାନାରେ ଭର୍ତ୍ତି

"ବୈପାରିଗୁଡ଼ା: (ଅମରେନ୍ଦ୍ର ପରିଚ୍ଛା): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ସମିତି ବୈଠକ ଆରମ୍ଭରୁ ହିଁ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ସାହୁ, କୋଟପାଡ଼ ବିଧାୟକ ପ୍ରତିନିଧି ସିଏତ ପ୍ରଭାକର, ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ, ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରୀଆ, ଜିଲ୍ଲା ପରିଷଦ ସଭ୍ୟା ମଣି ଜାନୀ ପ୍ରମୁଖ ଯୋଗଦେଇଥିଲେ।

Advertisment ବୈଠକରେ ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।

ତେବେ ଉନ୍ନୟନ କାର୍ଯ୍ୟର ଅନୁମୋଦନ, କାର୍ଯ୍ୟାନ୍ୱୟନ ଓ ରାଜନୈତିକ ସୁପାରିସକୁ ନେଇ ବୈଠକରେ ତୀବ୍ର ବିରୋଧ ଦେଖାଦେଇଥିଲା।

ଅଭିଯୋଗ ଅନୁସାରେ, ବିଧାୟକଙ୍କ ସୁପାରିସରେ ବିଜେପି ସମର୍ଥିତ ଲୋକମାନଙ୍କୁ ବିଭିନ୍ନ ଉନ୍ନୟନ କାମ ଦିଆଯାଉଥିବା ନେଇ ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରଶ୍ନ ଉଠାଇଥିଲେ।

ଏପରିକି ସରକାର ଓ ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ଉନ୍ନୟନ ପ୍ରକଳ୍ପଗୁଡ଼ିକ ଠିକାଦାର ମାନଙ୍କୁ ବିକ୍ରି କରିବା ଏବଂ ଅନିୟମିତତା ହେଉଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା।

ଏହାକୁ ନେଇ ବିଧାୟକ ଓ ଜଣେ ସରପଞ୍ଚଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିବା ବେଳେ ସଭାଗୃହରେ ହୋହାଲ୍ଲା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା।

ପରିସ୍ଥିତି ଏପରି ହୋଇଥିଲା ଯେ, ବିଧାୟକ କିଛି ସମୟ ପାଇଁ ଅସୁସ୍ଥ ଅନୁଭବ କରିଥିଲେ।

ଅସୁସ୍ଥ ଅବସ୍ଥାରେ ବିଧାୟକ ଶ୍ରୀ ମାଛଙ୍କୁ ତୁରନ୍ତ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ବିଧାୟକଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା ପୂର୍ବରୁ  ବିଧାୟକଙ୍କ ପାଲଟା ଜବାବକୁ ନେଇ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ-ସଭ୍ୟାମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହାର ପ୍ରତିବାଦରେ ସେମାନେ ସମିତି ବୈଠକ ବର୍ଜନ କରି ସଭାଗୃହରୁ ବାହାରି ଯାଇଥିଲେ।

Health: ମଧ୍ୟରାତ୍ରିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଲେ ବିଧାୟକ, ଅଣଦେଖା କଲେ ଡାକ୍ତର!

ଘଟଣାକୁ ନେଇ ବୈପାରିଗୁଡ଼ା ବ୍ଲକର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଉନ୍ନୟନ କାର୍ଯ୍ୟକୁ ନେଇ ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଏପରି ବିବାଦ ଆଗକୁ କେଉଁ ରୂପ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media