Medicine: ଆମେରିକାରେ ୮୫ ହଜାର, ଭାରତରେ ୩୦୦ ଟଙ୍କା
"ବିଭିନ୍ନ ଦେଶରେ ଚିକିତ୍ସା ଖର୍ଚ୍ଚ କେତେ ଅଲଗା ହୋଇପାରେ, ନିକଟରେ ଏକ ଭାଇରାଲ୍ ଭିଡିଓରେ ଏହାର ଏକ ଝଲକ୍ ଦେଖିବାକୁ ମିଳିଛି।
ଜଣେ ଆମେରିକୀୟ ମହିଳା କ୍ୟାନ୍ସର୍ ଔଷଧକୁ ନେଇ କରିଥିବା ଏହି ଭିଡିଓ ଲୋକଙ୍କୁ ଚକିତ କରିଛି। "ସ୍ପାଇସି ଗୋରି" ନାମକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଭିଡିଓଟି ସେୟାର୍ କରାଯାଇଥିଲା।
ଭିଡିଓରେ ମହିଳାଜଣଙ୍କ କହୁଛନ୍ତି ଯେ, ତାଙ୍କର ବନ୍ଧୁ ମାୟାନ୍ କ୍ୟାନ୍ସର୍ ସହ ଲଢ଼ୁଛନ୍ତି ଓ ସେ ଦୈନିକ ରେଭଲିମିଡ୍ ଔଷଧ ସେବନ କରନ୍ତି।
ଏହାର ଗୋଟିଏ ବଟିକାର ମୂଲ୍ୟ ଆମେରିକାରେ ପ୍ରାୟ ୯୦୦ ଡଲାର୍ ବା ୮୫ ହଜାର ଟଙ୍କା ହୋଇଥିବା ବେଳେ ଭାରତରେ ୩୫ରୁ ୩୦୦ ଟଙ୍କା ଭିତରେ ମିଳୁଛି।
ଏହାକୁ ନେଇ ସୋସିଆଲ୍ ମିଡିଆରେ ଜୋର୍ଦାର୍ ବିତର୍କ ଚାଲିଛି।
Advertisment Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି ଅନେକେ କହିଛନ୍ତି ଯେ, ଭାରତର ଜେନେରିକ୍ ମେଡିସିନ୍ ଇଣ୍ଡଷ୍ଟ୍ରି ଯୋଗୁଁ ଲୋକେ କମ୍ ମୂଲ୍ୟରେ ଚିକିତ୍ସା ସେବା ପାଉଛନ୍ତି।
କିଛିଲୋକ ଲେଖିଛନ୍ତି, ଏହି କାରଣରୁ ଏବେ ଅନେକ ବିଦେଶୀ ମଧ୍ୟ ଭାରତରୁ ଔଷଧ କିଣିବାକୁ ପସନ୍ଦ କରୁଛନ୍ତି।
ଅଧିକାଂଶ ଲୋକଙ୍କର କହିବା ହେଲା, ଔଷଧର ମୂଲ୍ୟକୁ ଦେଖି ସମଗ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ତୁଳନା କରିବା ଠିକ୍ ନୁହେଁ।
ବିଶେଷଜ୍ଞଙ୍କ ମତରେ, ଭାରତରେ ବହୁ ସଂଖ୍ୟକ ଜେନେରିକ୍ ଔଷଧ ତିଆରି କରାଯାଏ।
ଯେତେବେଳେ ଏକ ଔଷଧର ପେଟେଣ୍ଟ୍ ମିଆଦ ଶେଷ ହୁଏ, ସେତେବେଳେ ବିଭିନ୍ନ କମ୍ପାନି ସମାନ ଔଷଧର ଜେନେରିକ୍ ସଂସ୍କରଣ ଉତ୍ପାଦନ କରନ୍ତି, ଯାହା କମ୍ ମୂଲ୍ୟରେ ବିକ୍ରି ହୋଇଥାଏ।
ଏସବୁ ଭିତରେ ଭିଡିଓଟିକୁ ସୋସିଆଲ୍ ମିଡିଆରେ ବ୍ୟାପକ ସେୟାର୍ କରାଯାଉଛି, ଅନେକ ଏହାକୁ ଭାରତର ଔଷଧ ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖୁଛନ୍ତି।
Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ"