Medal winners: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍‌ ସମ୍ବର୍ଦ୍ଧିତ

Oct 24, 2026 - 00:50
Medal winners: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ଓ ଗ୍ଲାସ୍‌ଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା କିଟ୍ ଓ କିସ୍‌ର କ୍ରୀଡ଼ାବିତ୍‌ଙ୍କୁ ଶୁକ୍ରବାର କିଟ୍‍ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି।

ସମାରୋହରେ କିଟ୍‍ ଓ କିସ୍‍ ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ମୋଟ ୨୧ ଜଣ ପଦକଧାରୀ କିଟ୍‍ ବିଶ୍ୱବିଦ୍ୟାଳୟ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେବା ସହ ମୋଟ ପ୍ରୋତ୍ସାହନ ରାଶି ୨କୋଟି ୫୦ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଥିଲେ।

Advertisment ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ବିଜେତାଙ୍କୁ ଯଥାକ୍ରମେ ୭, ୫ ଓ ୩ ଲକ୍ଷ ଟଙ୍କା ଲେଖାଏଁ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ବିଜେତାଙ୍କୁ ୫, ୩ ଓ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

ଉଭୟ ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଖେଳାଳିଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଜାପାନରେ ଅନୁଷ୍ଠିତ ୨୦ତମ ଏସୀୟ କ୍ରୀଡ଼ାରେ କିଟ୍ ଓ କିସ୍‌ର ୫୭ ଜଣ ଛାତ୍ରଛାତ୍ରୀ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଗୋଟିଏ ଭାରତୀୟ ବିଶ୍ୱବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଏହା ସର୍ବବୃହତ୍ ଦଳ ଥିଲା।

ଏହି ପ୍ରତିଯୋଗିତାରେ କିଟ୍‌ର କ୍ରୀଡ଼ାବିତ୍‌ମାନେ ବିଭିନ୍ନ ବିଭାଗରେ ମୋଟ ୨୧ଟି ପଦକ ହାସଲ କରିଥିଲେ, ଯାହା କି ପଞ୍ଜାବ ରାଜ୍ୟ ହାସଲ କରିଥିବା ପଦକ ସଂଖ୍ୟା ସହ ସମାନ।

ସେହିପରି ଗ୍ଲାସଗୋଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କିଟ୍‌ର ୧୪ ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ପଦକ ଜିତିଥିଲେ।

Parliamentary Conference in Cape Town କେପ୍‌ଟାଉନ୍‌ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଆଜି ଏହି ସମାରୋହରେ ପଦକ ବିଜେତା କ୍ରୀଡ଼ାବିତ୍‍ଙ୍କୁ ସମ୍ବର୍ଦ୍ଧିତ କରି ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ସମ୍ମାନ ପ୍ରଦାନ କରିଆସୁଛି ।

କିଟ୍‍ ଓ କିସ୍‍ର ବିଭିନ୍ନ ଷ୍ଟାଡିୟମ ଭାରତର ବିଭିନ୍ନ କିଂବଦନ୍ତି କ୍ରୀଡ଼ାବିତ୍‍ଙ୍କ ନାମରେ ନାମିତ କରାଯାଇଛି ।

କ୍ରୀଡ଼ାବିତ୍‍ମାନେ ଉଚ୍ଚଶିକ୍ଷା ଲାଭ କରିବା ସହ କ୍ରୀଡ଼ାରେ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେଇଆସୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅଲିମ୍ପିଆନ୍‍ ଦୂତୀ ଚାନ୍ଦ, ଅନୁରାଧା ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ସାଇକ୍ଲିଷ୍ଟ ମିନତି ମହାପାତ୍ର, ଓଡ଼ିଶା ସରକାରଙ୍କ ଆଥଲେଟିକ୍‍ କୋଚ୍‍ ସଞ୍ଜୟ ଗଡ଼ନାୟକ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କ୍ରୀଡ଼ା ମହାନିର୍ଦ୍ଦେଶକ ଡ.

ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)