29 JUNE 2026

Welcome!

Unlock your personalized experience.
Sign Up

MEA Slams on Pakistan : ଆଙ୍ଗୁଠି ଉଠାଇବା ପୂର୍ବରୁ ନିଜ ଭିତରେ ନିଜକୁ ଦେଖ, କରାଚୀ ଆକ୍ରମଣକୁ ନେଇ ପାକିସ୍ତାନକୁ ଭାରତର କଡ଼ା ଜବାବ

Jun 28, 2026 - 22:14
MEA Slams on Pakistan : ଆଙ୍ଗୁଠି ଉଠାଇବା ପୂର୍ବରୁ ନିଜ ଭିତରେ ନିଜକୁ ଦେଖ, କରାଚୀ ଆକ୍ରମଣକୁ ନେଇ ପାକିସ୍ତାନକୁ ଭାରତର କଡ଼ା ଜବାବ

ନୂଆଦିଲ୍ଲୀ: କରାଚୀରେ ପାକିସ୍ତାନ ରେଞ୍ଜର୍ସ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନର ଅଭିଯୋଗକୁ ଭାରତ ଦୃଢ ଭାବେ ଖଣ୍ଡନ କରି ଦେଇଛି। ଏହାର ଉଚିତ ଜବାବ ଦେଇ ଭାରତ କହିଛି, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶ ଅନ୍ୟ ଉପରେ ଆଙ୍ଗୁଳି ଉଠାଇବା ପୂର୍ବରୁ ନିଜେ ଆତ୍ମସମୀକ୍ଷା କରିବା ଉଚିତ। ପାକିସ୍ତାନର ଅଭିଯୋଗ ଉପରେ ମିଡିଆ ପ୍ରଶ୍ନର ଉତ୍ତର ଦେଇ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱୱାଲ ରବିବାର କହିଛନ୍ତି , କରାଚୀରେ ଘଟିଥିବା ସାଂପ୍ରତିକ ଘଟଣା ସଂପର୍କରେ ପାକିସ୍ତାନ ଭାରତ ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ କରୁଥିବା ରିପୋର୍ଟ ଆମେ ଦେଖିଛୁ।

ଉଲ୍ଲେଖନୀୟ ଯେ, ଶନିବାର ରାତିରେ, ପାକିସ୍ତାନୀ ସୁରକ୍ଷା ବାହିନୀ କରାଚୀରେ ସିନ୍ଧ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ଏକ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଦେଇ ଥିଲେ, ଯେଉଁଥିରେ ଛଅ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇ ଥିଲା ଏବଂ ଜଣେ ଆହତ ଆକ୍ରମଣକାରୀକୁ ଜୀବନ୍ତ ଗିରଫ କରାଯାଇ ଥିଲା। ଏହି ଆକ୍ରମଣରେ ଚାରି ଜଣ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ମଧ୍ୟ ପ୍ରାଣ ହରାଇ ଥିଲେ।

ରଣଧୀର ଜୟସ୍ୱୱାଲ କହିଛନ୍ତି, ଆମେ ଏହି ସବୁ ଅଭିଯୋଗ ଗୁଡ଼ିକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରୁଛୁ। ଅନ୍ୟ ଉପରେ ଅଙ୍ଗୁଳି ଉଠାଇବା ପରିବର୍ତ୍ତେ , ପାକିସ୍ତାନ ନିଜ ଭିତରକୁ ଦୃଷ୍ଟି ନିକ୍ଷେପ କରିବା ଉଚିତ୍, ନିଜ ଅଞ୍ଚଳରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ବିରୁଦ୍ଧରେ ବିଶ୍ୱସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ତଥା ରାଷ୍ଟ୍ର ନୀତିର ଏକ ଉପକରଣ ଭାବେ ଆତଙ୍କବାଦ ଉପରେ ନିର୍ଭର କରିବାର ପ୍ରବୃତ୍ତିକୁ ପରିତ୍ୟାଗ କରିବା ଉଚିତ୍। 

ଉଲ୍ଲେଖନୀଯେ, ଏହି ଆକ୍ରମଣରେ ଚାରି ଜଣ ପାକିସ୍ତାନ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିବା ଖବର ଅଛି। ସୁରକ୍ଷା ସଂପର୍କିତ ସୂତ୍ରାନୁସାରେ, ନିଷିଦ୍ଧ ସଙ୍ଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ସହ ଜଡ଼ିତ ଆତଙ୍କବାଦୀ ସଙ୍ଗଠନ ଜମାତ୍-ଉଲ-ଅହରାର ଆତଙ୍କବାଦୀମାନେ ଶନିବାର ରାତି ପ୍ରାୟ ୮.୩୦ ସମୟରେ କରାଚୀର ଘନ ଜନବହୁଳ ଗୁଲିସ୍ତାନ-ଏ-ଜୋହର ଅଞ୍ଚଳ ସ୍ଥିତ ସିଦ୍ଧ ରେଞ୍ଜର୍ସର ଭିଟ୍ଟାଇ ୱିଙ୍ଗ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ।

ପାଖାପାଖି ୯୦ର ମିନିଟର ଏହି ଭୟଙ୍କର ଗୁଳି ବିନିମୟରେ , ସ୍ପେଶାଲ ସିକ୍ୟୁରିଟି ୟୁନିଟ୍ (ଏସଏସୟୁ) କମାଣ୍ଡୋ ଏବଂ ଆତଙ୍କବାଦ ବିରୋଧୀ ଫୋର୍ସ (ଏଟିଏଫ) ରେଞ୍ଜର୍ସଙ୍କ ସହ ମିଶି ଆତଙ୍କବାଦୀଙ୍କ ସହ ମୁକାବିଲା କରିଥିଲେ, ଏଥିରେ ଛଅ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇ ଥିବା ଏବଂ ଜଣେ ଆହତ ଆତଙ୍କୀକୁ ଜୀବିତ ଧରାଯାଇ ଥିଲା। ହମଲାରେ ଚାରି ଜଣ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିଲା।  

ଆହୁରି ମଧ୍ୟ ପଢନ୍ତୁ - ଅବୈଧ ଉପାୟରେ ଭାରତ ଆସି ଥିଲେ : ବାଙ୍କା ମନ୍ଦିରରେ ରହୁଥିବା ବାଂଲାଦେଶୀ ଦମ୍ପତି ଗିରଫ , ଚାଇଲ୍ଡ ହୋମକୁ ଗଲେ ଦୁଇ ନାବାଳକ