Mayurbhanj Postal Division: ପୁଣି ଭୁବନେଶ୍ୱର ଅଧୀନକୁ ଫେରିଲା ମୟୂରଭଞ୍ଜ, ରାଇରଙ୍ଗପୁର ଡାକ ମଣ୍ଡଳ

Nov 05, 2026 - 21:28
Mayurbhanj Postal Division: ପୁଣି ଭୁବନେଶ୍ୱର ଅଧୀନକୁ ଫେରିଲା ମୟୂରଭଞ୍ଜ, ରାଇରଙ୍ଗପୁର ଡାକ ମଣ୍ଡଳ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଓ ରାଇରଙ୍ଗପୁର ଡାକ ମଣ୍ଡଳକୁ ସମ୍ବଲପୁର କ୍ଷେତ୍ର ଅଧୀନକୁ ନେବା ନିଷ୍ପତ୍ତି ଉପରେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାଞ୍ଜସେନା ପକ୍ଷରୁ ବିରୋଧ କରାଯାଇଥିଲା।

ସେନେଇ ଦୈନିକ 'ସମ୍ବାଦ'ରେ ମଧ୍ୟ ଦୁଇ ଥର ପ୍ରକାଶ ପାଇବା ପରେ ଏହାର ପ୍ରଭାବ ପଡ଼ିଛି।

ଓଡ଼ିଶା ଡାକ ମଣ୍ଡଳ ପକ୍ଷରୁ ନିଷ୍ପତ୍ତିକୁ ପୁନଃ ସମୀକ୍ଷା କରି ଉଭୟ ମଣ୍ଡଳକୁ ପୁଣି ଥରେ ଭୁବନେଶ୍ୱର ମୁଖ୍ୟାଳୟ କ୍ଷେତ୍ର ଅଧୀନରେ ରଖିବା ପାଇଁ ନୂଆଦିଲ୍ଲୀକୁ ପ୍ରସ୍ତାବ ପଠାଯାଇଛି।

Advertisment ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ, ଓଡ଼ିଶାଙ୍କ ପକ୍ଷରୁ ୪.୧୧.୨୦୨୬ରେ ଚିଠି ନଂ Y-27/17/2026 ଯୋଗେ ଡାକ ନିର୍ଦ୍ଦେଶାଳୟକୁ ଏହି ପ୍ରସ୍ତାବ ପଠାଯାଇଛି।

ପୂର୍ବରୁ ୧୨ ଅକ୍ଟୋବର ୨୦୨୬ରେ ଉଭୟ ମଣ୍ଡଳକୁ ସମ୍ବଲପୁରକୁ ସ୍ଥାନାନ୍ତର ପାଇଁ ଅନୁମୋଦନ ହୋଇଥିଲା ଓ ୧୫ ଅକ୍ଟୋବର ୨୦୨୬ରେ ଅର୍ଡର ବାହାରିଥିଲା।

ଏହାକୁ ନେଇ ବାରିପଦାସ୍ଥିତ ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ ଗଭ୍ ପେନସନର ଆସୋସିଏସନ ଓ ଡାକ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ବାଦରେ ଖବର ପ୍ରକାଶ ପାଇଥିଲା।

ପ୍ରଶାସନିକ ସୁବିଧା ଓ ଭୌଗଳିକ ଦୃଷ୍ଟିରୁ ଉଭୟ ମଣ୍ଡଳକୁ ଭୁବନେଶ୍ୱରରେ ରଖିବା ପାଇଁ ନୂଆ ପ୍ରସ୍ତାବରେ କୁହାଯାଇଛି।

ଏହି ଅନୁଯାୟୀ ଭୁବନେଶ୍ୱର ରିଜିଅନରେ ୧୦ଟି, ବ୍ରହ୍ମପୁରରେ ୮ଟି ଓ ସମ୍ବଲପୁରରେ ୬ଟି ମଣ୍ଡଳ ରହିବ।

ଏପିଟି ୨.୦ ମ୍ୟାପିଂ ଯୋଗୁଁ ପୁରୁଣା ଅର୍ଡରକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

ଏନେଇ ଦୁଇ ମଣ୍ଡଳର ଗ୍ରାହକ ଓ ଡାକ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)