Teaching Vacancies in Colleges ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖୁବ୍ଶୀଘ୍ର ପୂରଣ ହେବ ୧୮୧୯ଟି ଶିକ୍ଷକ ପଦବି
ଜ୍ଞାନୋଦୟ ଯୋଜନା ଲାଗୁହେବା ପରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ସଂଖ୍ୟା ବୃଦ୍ଧି, ଆକାଂକ୍ଷୀ ଜିଲ୍ଲାରେ ନାମଲେଖା ପ୍ରତିଶତ ସର୍ବାଧିକ କଳାହାଣ୍ଡି ଜିଲ୍ଲାରେ ୯୯.୦୯%, କୋରାପୁଟ ଜିଲ୍ଲାରେ ୯୮.୮୨%, ବଲାଙ୍ଗୀର ଜିଲ୍ଲାରେ ୯୫.୫୭%, ମାଲକାନଗିରି ଜିଲ୍ଲାରେ ୯୫.୩୭% ଏବଂ ନୂଆପଡ଼ା ଜିଲ୍ଲାରେ ୯୪.୬୪% ଆଡ଼ମିଶନ ପ୍ରତିଶତ ୪୮ଟି ସରକାରୀ ଡିଗ୍ରୀ କଲେଜରେ ୪୮ଟି ନୂତନ ଅଧ୍ୟକ୍ଷ ପଦବି ସୃଷ୍ଟି ୧୭ଟି ବିଶ୍ୱବିଦ୍ୟାଳୟରେ ୨୬୨ଟି ନୂତନ ପଦବି ସୃଷ୍ଟି Advertisment ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖୁବ୍ଶୀଘ୍ର ୧୮୧୯ଟି ଶିକ୍ଷକ ପଦବି ପୂରଣ ହେବ।
୪୮ଟି ସରକାରୀ ଡିଗ୍ରୀ କଲେଜରେ ୪୮ଟି ନୂତନ ଅଧ୍ୟକ୍ଷ ପଦବି ସୃଷ୍ଟି କରାଯାଇଛି।
ଆଗକୁ ୧୭ଟି ବିଶ୍ୱବିଦ୍ୟାଳୟରେ ୨୬୨ଟି ନୂତନ ପଦବି ସୃଷ୍ଟି କରାଯିବ ବୋଲି ଆଜି (ଗୁରୁବାର) ଉଚ୍ଚଶିକ୍ଷା ବିଭାଗର ଅନୁଷ୍ଠିତ ବୈଠକରେ ସୂଚନା ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଧ୍ୟକ୍ଷତା କରିଥିଲେ।
ବିଭାଗର କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ସମେତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
India: ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏସିଆରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ ସମୀକ୍ଷା ବୈଠକରେ ମନ୍ତ୍ରୀ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ, ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାର କାର୍ଯ୍ୟକାରିତା, ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ଅଧୀନରେ ବିଭିନ୍ନ ପଦବି ପାଇଁ ଅନୁଷ୍ଠିତ ହେଉଥିବା ନିଯୁକ୍ତି ପରୀକ୍ଷା, ପିଏମ୍-ଉଷା ଅଧୀନରେ ଥିବା ପ୍ରକଳ୍ପର କାର୍ଯ୍ୟକାରିତା ଆଦି ବିଭିନ୍ନ ବିଷୟ ଉପରେ ସବିସ୍ତୃତ ସମୀକ୍ଷା କରିଥିଲେ।
ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜ୍ଞାନୋଦୟ- କେଜିରୁ ପିଜି ନିଃଶୁଳ୍କ ଶିକ୍ଷାଦାନ ଯୋଜନା ଲାଗୁ କରାଯାଇଛି।
ଫଳରେ ଚଳିତ ବର୍ଷ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ)ରେ ଗତ ଶିକ୍ଷାବର୍ଷ ଠାରୁ ୧୪,୭୫୮ ଜଣ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି।
ବିଗତ ବର୍ଷ ୧,୬୪,୧୭୯ ଜଣ ଛାତ୍ରଛାତ୍ରୀ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ)ରେ ନାମଲେଖାଇଥିବା ବେଳେ ଚଳିତ ବର୍ଷ ଜ୍ଞାନୋଦୟ ଯୋଜନା ଲାଗୁହେବା ପରେ ୧,୭୮,୯୩୭ ଜଣ ଛାତ୍ରଛାତ୍ରୀ ସ୍ନାତକ ପାଠ୍ୟକ୍ରମ (ରେଗୁଲାର କୋର୍ସ) ରେ ନାମ ଲେଖାଇଛନ୍ତି।
ଏଥିସହ ଜ୍ଞାନୋଦୟ ଯୋଜନା ଲାଗୁ ହେବା ପରେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଆଡ଼ମିଶନ ପ୍ରତିଶତ ସର୍ବାଧିକ ରହିଛି।
Higher Education: କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ୩ ମାସରେ ଖାଲି ପଦବି ପୂରଣ କର, ଏନ୍ଇପି କାର୍ଯ୍ୟକାରିତା ନେଇ ମାନସମନ୍ଥନ ରାଜ୍ୟର ୪୮ଟି ସରକାରୀ ଡିଗ୍ରୀ କଲେଜରେ ୪୮ଟି ନୂତନ ଅଧ୍ୟକ୍ଷ ପଦବି ସୃଷ୍ଟି କରାଯାଇଛି।
ପୂର୍ବରୁ ୧୮ଟି ସରକାରୀ ଡିଗ୍ରୀ କଲେଜରେ ୧୮ ଟି ଅଧ୍ୟକ୍ଷ ପଦବି ରହିଥିବା ବେଳେ, ନୂତନ ପଦବି ସୃଷ୍ଟି ହେବା ପରେ ବର୍ତ୍ତମାନ ସମସ୍ତ ୬୬ଟି ସରକାରୀ ଡିଗ୍ରୀ କଲେଜରେ ୬୬ଟି ଅଧ୍ୟକ୍ଷ ପଦବି ରହିଛି।
NAAC: ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ନେଇ ଉଚ୍ଚଶିକ୍ଷା ବିଭାଗ ଲେଖିଲା ଚିଠି ୬୬ଟି ସରକାରୀ ଡିଗ୍ରୀ କଲେଜରେ ବିଭିନ୍ନ ବିଷୟରେ ଖାଲି ରହିଥିବା ୩୮୫ଟି ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ୍-୧) ପଦବି ପୂରଣ ପାଇଁ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି।
ସେହିପରି ଭାବେ ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ବର୍ଗରେ ଖାଲି ପଡ଼ିଥିବା ୧୪୩୪ଟି ଶିକ୍ଷକ ପଦବି ପୂରଣ ପାଇଁ ବିଶ୍ୱବିଦ୍ୟାଳୟମାନଙ୍କ ତରଫରୁ ନିଯୁକ୍ତି ପ୍ରକ୍ରିୟା ଚାଲୁଅଛି।
Higher Education: କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ୩ ମାସରେ ଖାଲି ପଦବି ପୂରଣ କର, ଏନ୍ଇପି କାର୍ଯ୍ୟକାରିତା ନେଇ ମାନସମନ୍ଥନ ବିଶ୍ୱ ବିଦ୍ୟାଳୟର ସୁପରିଚାଳନା ନିମନ୍ତେ ରାସ୍ନାଲାଇଜେସନ ପ୍ରକ୍ରିୟା ପରେ ୧୭ଟି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବର୍ଗରେ ୨୬୨ଟି ନୂତନ ପଦବି ସୃଷ୍ଟି କରାଯାଇଛି।
୬୯ଟି ଜୁନିୟର ଆସିଷ୍ଟାଣ୍ଟ, ୩୭ଟି ସିନିୟର ଆସିଷ୍ଟାଣ୍ଟ, ୧୭ଟି ସେକ୍ସନ ଅଫିସର, ୪୯ଟି ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍, ୩୦ଟି ଲାଇବ୍ରେରିଆନ୍, ୧୭ଟି ସିନିୟର ଲାଇବ୍ରେରିଆନ୍, ୦୨ଟି ଫିଜିକାଲ ଏଜୁକେସନ ଅଫିସର, ୧୦ଟି ଆସିଷ୍ଟାଣ୍ଟ ରେଜିଷ୍ଟାର, ୦୭ ଟି ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ୍ ଏକ୍ଜାମିନେସନ୍, ୧୦ଟି ଆଡ଼ମିନିଷ୍ଟ୍ରେଟିଭ ଅଫିସର, ୦୨ ଟି ବଜେଟ୍-କମ୍- ଆକାଉଣ୍ଟ ଅଫିସର, ୦୪ଟି ଡେପୁଟି ରେଜିଷ୍ଟାର, ୦୮ ଟି ଡେପୁଟି କଣ୍ଟ୍ରୋଲର ଅଫ୍ ଏକ୍ଜାମିନେସନ୍ ପଦବି ନୂତନ ଭାବେ ସୃଷ୍ଟି କରାଯାଇଛି।
Higher educational: ୟୁଜିସି ନିର୍ଦ୍ଦେଶ ମାନୁନାହାନ୍ତି ଉଚ୍ଚ ଶିକ୍ଷାନୁଷ୍ଠାନ: ପ୍ରତିଷ୍ଠା ହେଲାନି ପ୍ରାଣୀ କଲ୍ୟାଣ ସମାଜ ସେହିପରି ଭାବେ ଗତ ୨ ବର୍ଷ ମଧ୍ୟରେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ବିଭିନ୍ନ ବର୍ଗରେ ଖାଲି ପଡ଼ିଥିବା ୨୮୦୦ରୁ ଉର୍ଦ୍ଧ୍ୱ ପଦବି ପାଇଁ ପରୀକ୍ଷା କରି ପରୀକ୍ଷା ଫଳ ପ୍ରକାଶ କରିଛି।
ଚଳିତ ବର୍ଷ ବିଭିନ୍ନ ବର୍ଗରେ ଖାଲି ରହିଥିବା ୧୫୫୭ ଟି ପଦବିରେ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
